ପିରିୟଡ୍‌ ଅନିୟମିତତା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ହୋଇଗଲାଣି: ଡା. ସଂଘମିତ୍ରା ଶତପଥୀ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାରି ଭିତରେ ମହିଳାଙ୍କ ପିରିୟଡ୍‌ ସମସ୍ୟା ଅନ୍ୟତମ। ସେହିଭଳି ଆଜିକାଲି ଇନ୍‌ଫର୍ଟିଲିଟି (ବନ୍ଧ୍ୟା) କେସ୍‌ ବି ବଢ଼ିବାରେ ଲାଗିଛି। ମହିଳାଙ୍କର ଏଭଳି ସମସ୍ୟା କାହିଁକି ହେଉଛି ଓ କେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ସଂଘମିତ୍ରା ଶତପଥୀଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- ପିରିୟଡ୍‌ ଅନିୟମିତତା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏମିତି କାହିଁକି ହେଉଛି?
ଉତ୍ତର- ଏହା ଏବେ ଲାଇଫ୍‌ଷ୍ଟାଇଲ ଡିଜିଜ୍‌ ହୋଇଗଲାଣି। ଲକ୍‌ଡାଉନ୍‌ ପରେ ଏମିତି ସମସ୍ୟା ଅଧିକ ଦେଖାଦେଇଛି। କାରଣ ହେଉଛି ଓଜନ ବଢ଼ିବା। ଯଦି ହଠାତ୍‌ ଓଜନ ୪-୫ କେଜି ବଢ଼ିଯିବ, ତେବେ ପିରିୟଡ ସାଇକଲ ଇରେଗୁଲାର ହେବ। ସେହିଭଳି ଉଚ୍ଚତା ଅନୁଯାୟୀ ଓଜନ ରହିବା ଉଚିତ୍‌, ଯଦି ତା’ଠାରୁ ଅଧିକ ହୋଇଯାଏ ତେବେ ପିରିୟଡ଼ ସମସ୍ୟା ଦେଖାଦେବ। ତେବେ ଯୁବତୀଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି, କାରଣ ହେଉଛି ସେମାନଙ୍କ ଖାଦ୍ୟାଭାସ। ସେମାନେ ଘରୋଇ ଖାଦ୍ୟ କମ୍‌, ବାହାର ଖାଦ୍ୟ ସହିତ ଜଙ୍କ୍‌ ଫୁଡ୍‌ ଅଧିକ ଖାଉଛନ୍ତି। ତେଣୁ ସେମାନଙ୍କ ଓଜନ ଅଧିକ ହେଉଛି ଓ ସେମାନେ ପଲିସିଷ୍ଟିକ୍‌ ଓଭେରିଆନ୍‌ ଡିଜିଜ୍‌ରେ ପୀଡ଼ିତ ହେଉଛନ୍ତିି।
ପ୍ରଶ୍ନ- ଯଦି ଜଣେ ମହିଳା ଏହି ସମସ୍ୟା ଦେଇ ଗତି କରୁଥିବେ, ତେବେ କେତେ ମାସ ପରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ?
ଉତ୍ତର- ଯଦି ୩ ମାସ ପିରିୟଡ ସାଇକଲ ଇରେଗୁଲାର ହେଉଛି ଏବଂ ତା’ ସହିତ ଆବ୍‌ନର୍ମାଲ ହେୟାର ବା ଶରୀରରେ ଯେଉଁଠି ଚୁଟି ରହିବା କଥା ନୁହେଁ, ସେଠି ଚୁଟି ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ। କିନ୍ତୁ ପ୍ରଥମ ପିରିୟଡ଼ ହେବା ପରେ ୨ବର୍ଷ ପର୍ଯ୍ୟନ୍ତ ପିରିୟଡ ଇରେଗୁଲାର ହେବା ସାଧାରଣ। ଯଦି ୨ବର୍ଷ ପରେ ଇରେଗୁଲାର ସାଇକଲ ରହୁଥିବ, ତେବେ ୩- ୬ମାସ ହେଉଛି ଠିକ୍‌ ସମୟ। ଏହି ସମୟରେ ଡାକ୍ତରଙ୍କୁ ଦେଖାଇ ଦେବା ଉଚିତ।
ପ୍ରଶ୍ନ- ଯଦି ଜଣେ ୬ମାସ ପରେ ଡାକ୍ତରଙ୍କ ପରାମର୍ଶ ନେବ, ସେତେବେଳେ କ’ଣ ସମସ୍ୟା ଦେଖାଦେଇପାରେ?
ଉତ୍ତର- ଏହାର ଯାହା ବି ସମସ୍ୟା ରହିବ ଦୀର୍ଘଦିନ ଧରି ରହିବ। ହଠାତ୍‌ ସେମିତି ବାହାଘର ପୂର୍ବରୁ ସେଭଳି କିଛି ଅସୁବିଧା ହୁଏ ନାହିଁ। ଯଦି କାହାର ଅଧିକ ଓଜନ ଯୋଗୁ ହୋଇଥିବ, ତେବେ ଓଜନ ହ୍ରାସ ପରେ ସାଇକଲ ଠିକ୍‌ ହୋଇଯିବ। ଯଦି ଆଉ କିଛି ସମସ୍ୟା ରହିଲା, ତେବେ ଚୁଟି ଝଡ଼ିବା, ଅସାଧାରଣ ଜାଗାରେ ଚୁଟି ହେବା ଭଳି ସମସ୍ୟା ଦେଖାଯାଏ।

ପ୍ରଶ୍ନ- କେତେଜଣ ଗର୍ଭବତୀ ହେବାର ପ୍ରାୟ ୨ରୁ ୩ ମାସ ପରେ ଡାକ୍ତରଙ୍କୁ ଦେଖାଉଛନ୍ତି। ଏହା ଠିକ୍‌ କି?
ଉତ୍ତର- ନା, ଠିକ୍‌ ନୁହେଁ। ଜଣେ ଗର୍ଭବତୀ ବୋଲି ଜାଣିବାର ଗୋଟେ ସପ୍ତାହ ଭିତରେ ଡାକ୍ତରଙ୍କୁ ଦେଖାଇ ଦେବା ଜରୁରୀ। ଯଦି କିଛି ସମସ୍ୟା ଥିବ, ତେବେ ଚିକିତ୍ସା ହୋଇପାରିବ ଓ ଗର୍ଭଧାରଣ ଭଲରେ ଯିବ। ଯଦି କାହାର ଥାଇରଏଡ୍‌ ଅଛି କିମ୍ବା ମଧୁମେହ ଭଳି ରୋଗ ଥିବ, ତେବେ ସପ୍ତାହ ଭିତରେ ଯଦି ଚିହ୍ନଟ ହୋଇଯାଏ ଏବଂ ଚିକିତ୍ସା ଆରମ୍ଭ ହୋଇଯିବ, ତେବେ ଭଲ ହେବ। ଯଦି ସେମାନେ ୨-୩ମାସ ପରେ ଦେଖେଇବେ ତେବେ ସମସ୍ୟା ହେବ।
ପ୍ରଶ୍ନ- ବର୍ତ୍ତମାନ ଇନ୍‌ଫର୍ଟିଲିଟି କେସ୍‌ ବଢ଼ିବାରେ ଲାଗିଛି। ଏହାର କାରଣ କ’ଣ?
ଉତ୍ତର- ପ୍ରଥମ କାରଣ ହେଉଛି ବିଳମ୍ବରେ ବାହାଘର। ୨୦ରୁ ୨୫ ବର୍ଷ ବୟସ ହେଉଛି ଗର୍ଭବତୀ ହେବା ଓ ଗର୍ଭପାତ କରିବା ପ୍ରକୃଷ୍ଟ ସମୟ। କିନ୍ତୁ ଏ ବୟସରେ କେହି ବାହା ହେଉନାହାନ୍ତି। ପ୍ରାୟତଃ ୨୯ରୁ ୩୦ ବର୍ଷରେ ବାହା ହେଉଛନ୍ତି। ଏହାପରେ ଗର୍ଭଧାରଣ ପାଇଁ ଚେଷ୍ଟା କରିଲେ, ସେ ସମୟରେ ମହିଳାଙ୍କ ଶରୀରରେ ଯେଉଁ ଓଭମ୍‌ ପ୍ରଡ୍ୟୁସ୍‌ ହେଉଥାଏ ତାହା କମିଯାଇଥିବ। ବର୍ଷକୁ ଯଦି ଆମେ କହିବା ୮୦% ଯୋଡ଼ି ମା’ବାପା ହେବାର କଥା। କିନ୍ତୁ ଏମିତି ବିଳମ୍ବରେ ଚେଷ୍ଟା କଲେ ବର୍ଷକୁ ୩୦% ଯୋଡ଼ିଙ୍କ ମା’ବାପା ହେବାର ସମ୍ଭାବନା ଥାଏ। ତେଣୁ ଇନ୍‌ଫର୍ଟିଲିଟି କେସ୍‌ ବଢ଼ିବାରେ ଲାଗିଛି।
ପ୍ରଶ୍ନ- ମୋଟାପଣ ଗର୍ଭଧାରଣ ପାଇଁ ଅସୁବିଧାରେ ପକାଇବାର ଆଶଙ୍କା ଥାଏ କି?
ଉତ୍ତର- ଉଚ୍ଚତା ଅନୁଯାୟୀ ଓଜନ, ଯଦି ଏହା ଠିକ୍‌ ନ ରହିବ, ତେବେ ଓଭ୍ୟୁଲେଶନର ସମ୍ଭାବନା କମ୍‌ ଥାଏ। ଅଧିକାଂଶ ମୋଟା ମହିଳାଙ୍କ କ୍ଷେତ୍ରରେ ଥାଇରଏଡ୍‌ ଓ ପ୍ରୋଲାକ୍ଟିନ ହର୍‌ମୋନାଲ ଇମ୍‌ବାଲାନ୍ସ ଦେଖାଯାଏ। ହାଇପୋ ଥାଇରଏଡ୍‌ ରହିଲେ ଫର୍ଟିଲିଟି କ୍ଷମତା ବି କମିଯାଏ।
ପ୍ରଶ୍ନ- ଇନ୍‌ଫର୍ଟିଲିଟି ସମସ୍ୟା ପାଇଁ ଅନେକ ମହିଳାଙ୍କୁ ଦୋଷ ଦେଇଥାନ୍ତି। ଏହା କେତେ ଦୂର ଠିକ୍‌?
ଉତ୍ତର- ୩୩% ମହିଳା, ୩୩% ପୁରୁଷ ଓ ୩୩% ଅଜଣା ଯୋଗୁ ହୋଇଥାଏ। ତେଣୁ ସେମିତି କେବଳ ମହିଳାଙ୍କୁ ଦୋଷ ଦେବା ଠିକ୍‌ ନୁହେଁ।
ପ୍ରଶ୍ନ- ଆଇଭିଏଫ୍‌ ଚିକିତ୍ସା କରିବା ପାଇଁ ସେଭଳି କିଛି ବୟସର ସୀମା ରହିଥାଏ କି?
ଉତ୍ତର- ଗର୍ଭଧାରଣ ପାଇଁ କ’ଣ ସମସ୍ୟା ରହିଛି ଯଦି ଆମେ ଶୀଘ୍ର ଚିହ୍ନଟ କରିପାରିବା, ତେବେ ଆଇଭିଏଫ୍‌ର ସଫଳତା ଭଲ ହୋଇପାରେ। ଆମେ ସାଧାରଣତଃ ଏକ ମହିଳାଙ୍କୁ ଗର୍ଭବତୀ ପାଇଁ ଗୋଟେ ବର୍ଷ ସମୟ ଦେଉ। ଗୋଟେ ବର୍ଷରେ ପ୍ରାୟ ୮୦% ଗର୍ଭବତୀ ହୋଇଯାଆନ୍ତି। ଏହାପରେ ଯଦି କିଛି ନ ହେଲା, ତା’ହେଲେ ଆମର କିଛି ବେସିକ୍‌ ଟେଷ୍ଟ କରାଯାଏ, ଯଦି ସେ ଟେଷ୍ଟରେ ସବୁକିଛି ନର୍ମାଲ ଥାଏ, ତେବେ ଆଉ ଗୋଟେରୁ ଦେଢ଼ବର୍ଷ ସମୟ ଦେଉ। ତା’ପରେ ବି ଯଦି ଗର୍ଭବତୀ ହୋଇପାରେନି, ତେବେ ଆଉ ଏକ ଟେଷ୍ଟ କରୁ। ସେଥିରେ ଯଦି କୌଣସି ଜାଗାରେ କିଛି ସମସ୍ୟା ଦେଖାଦେଲା ତେବେ ଆମେ ଆଇଭିଏଫ୍‌ କରିବା ପାଇଁ ଗୁରୁତ୍ୱ ଦେବୁ। ସେହିଭଳି ଆଉ ଏକ କ୍ଷେତ୍ର ହେଉଛି, ଯଦି କୌଣସି ବି ଚିକିତ୍ସା କଲେ ବି ଜଣେ ଗର୍ଭବତୀ ହୋଇପାରୁନି ଏବଂ ତା’ର କାରଣ ଜଣାପଡ଼ୁନାହିଁ, ସେ କ୍ଷେତ୍ରରେ ବି ଆଇଭିଏଫ୍‌ର ପ୍ରାୟତଃ ସଫଳତା ମିଳିଥାଏ।
ପ୍ରଶ୍ନ- ଆଇଭିଏଫ୍‌ ଚିକିତ୍ସା କେତେ ସଫଳତା ଦେଇଥାଏ ?
ଉତ୍ତର- ସାରା ପୃଥିବୀରେ ଏହାର ସଫଳତା ୩୦%ରୁ କେବେ ଅଧିକ ନୁହେଁ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରିବାକୁ ଭଲ ଲାଗେ?
ଉତ୍ତର- ସାଙ୍ଗମାନଙ୍କ ସହିତ ଗପିବା ଓ ଶପିଂ କରିବାକୁ ଭଲଲାଗେ।
ପ୍ରଶ୍ନ- କେଉଁ ରୋଷେଇ ଭଲ କରିପାରନ୍ତି?
ଉତ୍ତର- ରୋଷେଇ ବହୁତ ବର୍ଷ ହେଲା ଛାଡ଼ି ସାରିଲେଣି। ସମୟ ଅଭାବ ଥିବାରୁ ରୋଷେଇ କରିବା ପାଇଁ ସମୟ ହେଉନି।
ପ୍ରଶ୍ନ- ବାହାରକୁ ବୁଲିବା ପାଇଁ ପସନ୍ଦ କରନ୍ତି?
ଉତ୍ତର- ହଁ। ୬ମାସରେ ଥରେ ବାହାରକୁ ବୁଲିବାକୁ ନ ଗଲେ ହେବନି। ଯେତେ ଜାଗା ବୁଲିଛି, ସେଥିରୁ ଆଲାସ୍କା ହିଁ ଭଲ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?