ପିରିୟଡ୍‌ ଅନିୟମିତତା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ହୋଇଗଲାଣି: ଡା. ସଂଘମିତ୍ରା ଶତପଥୀ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାରି ଭିତରେ ମହିଳାଙ୍କ ପିରିୟଡ୍‌ ସମସ୍ୟା ଅନ୍ୟତମ। ସେହିଭଳି ଆଜିକାଲି ଇନ୍‌ଫର୍ଟିଲିଟି (ବନ୍ଧ୍ୟା) କେସ୍‌ ବି ବଢ଼ିବାରେ ଲାଗିଛି। ମହିଳାଙ୍କର ଏଭଳି ସମସ୍ୟା କାହିଁକି ହେଉଛି ଓ କେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ସେ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ସଂଘମିତ୍ରା ଶତପଥୀଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- ପିରିୟଡ୍‌ ଅନିୟମିତତା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏମିତି କାହିଁକି ହେଉଛି?
ଉତ୍ତର- ଏହା ଏବେ ଲାଇଫ୍‌ଷ୍ଟାଇଲ ଡିଜିଜ୍‌ ହୋଇଗଲାଣି। ଲକ୍‌ଡାଉନ୍‌ ପରେ ଏମିତି ସମସ୍ୟା ଅଧିକ ଦେଖାଦେଇଛି। କାରଣ ହେଉଛି ଓଜନ ବଢ଼ିବା। ଯଦି ହଠାତ୍‌ ଓଜନ ୪-୫ କେଜି ବଢ଼ିଯିବ, ତେବେ ପିରିୟଡ ସାଇକଲ ଇରେଗୁଲାର ହେବ। ସେହିଭଳି ଉଚ୍ଚତା ଅନୁଯାୟୀ ଓଜନ ରହିବା ଉଚିତ୍‌, ଯଦି ତା’ଠାରୁ ଅଧିକ ହୋଇଯାଏ ତେବେ ପିରିୟଡ଼ ସମସ୍ୟା ଦେଖାଦେବ। ତେବେ ଯୁବତୀଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଉଛି, କାରଣ ହେଉଛି ସେମାନଙ୍କ ଖାଦ୍ୟାଭାସ। ସେମାନେ ଘରୋଇ ଖାଦ୍ୟ କମ୍‌, ବାହାର ଖାଦ୍ୟ ସହିତ ଜଙ୍କ୍‌ ଫୁଡ୍‌ ଅଧିକ ଖାଉଛନ୍ତି। ତେଣୁ ସେମାନଙ୍କ ଓଜନ ଅଧିକ ହେଉଛି ଓ ସେମାନେ ପଲିସିଷ୍ଟିକ୍‌ ଓଭେରିଆନ୍‌ ଡିଜିଜ୍‌ରେ ପୀଡ଼ିତ ହେଉଛନ୍ତିି।
ପ୍ରଶ୍ନ- ଯଦି ଜଣେ ମହିଳା ଏହି ସମସ୍ୟା ଦେଇ ଗତି କରୁଥିବେ, ତେବେ କେତେ ମାସ ପରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ?
ଉତ୍ତର- ଯଦି ୩ ମାସ ପିରିୟଡ ସାଇକଲ ଇରେଗୁଲାର ହେଉଛି ଏବଂ ତା’ ସହିତ ଆବ୍‌ନର୍ମାଲ ହେୟାର ବା ଶରୀରରେ ଯେଉଁଠି ଚୁଟି ରହିବା କଥା ନୁହେଁ, ସେଠି ଚୁଟି ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇଯିବା ଜରୁରୀ। କିନ୍ତୁ ପ୍ରଥମ ପିରିୟଡ଼ ହେବା ପରେ ୨ବର୍ଷ ପର୍ଯ୍ୟନ୍ତ ପିରିୟଡ ଇରେଗୁଲାର ହେବା ସାଧାରଣ। ଯଦି ୨ବର୍ଷ ପରେ ଇରେଗୁଲାର ସାଇକଲ ରହୁଥିବ, ତେବେ ୩- ୬ମାସ ହେଉଛି ଠିକ୍‌ ସମୟ। ଏହି ସମୟରେ ଡାକ୍ତରଙ୍କୁ ଦେଖାଇ ଦେବା ଉଚିତ।
ପ୍ରଶ୍ନ- ଯଦି ଜଣେ ୬ମାସ ପରେ ଡାକ୍ତରଙ୍କ ପରାମର୍ଶ ନେବ, ସେତେବେଳେ କ’ଣ ସମସ୍ୟା ଦେଖାଦେଇପାରେ?
ଉତ୍ତର- ଏହାର ଯାହା ବି ସମସ୍ୟା ରହିବ ଦୀର୍ଘଦିନ ଧରି ରହିବ। ହଠାତ୍‌ ସେମିତି ବାହାଘର ପୂର୍ବରୁ ସେଭଳି କିଛି ଅସୁବିଧା ହୁଏ ନାହିଁ। ଯଦି କାହାର ଅଧିକ ଓଜନ ଯୋଗୁ ହୋଇଥିବ, ତେବେ ଓଜନ ହ୍ରାସ ପରେ ସାଇକଲ ଠିକ୍‌ ହୋଇଯିବ। ଯଦି ଆଉ କିଛି ସମସ୍ୟା ରହିଲା, ତେବେ ଚୁଟି ଝଡ଼ିବା, ଅସାଧାରଣ ଜାଗାରେ ଚୁଟି ହେବା ଭଳି ସମସ୍ୟା ଦେଖାଯାଏ।

ପ୍ରଶ୍ନ- କେତେଜଣ ଗର୍ଭବତୀ ହେବାର ପ୍ରାୟ ୨ରୁ ୩ ମାସ ପରେ ଡାକ୍ତରଙ୍କୁ ଦେଖାଉଛନ୍ତି। ଏହା ଠିକ୍‌ କି?
ଉତ୍ତର- ନା, ଠିକ୍‌ ନୁହେଁ। ଜଣେ ଗର୍ଭବତୀ ବୋଲି ଜାଣିବାର ଗୋଟେ ସପ୍ତାହ ଭିତରେ ଡାକ୍ତରଙ୍କୁ ଦେଖାଇ ଦେବା ଜରୁରୀ। ଯଦି କିଛି ସମସ୍ୟା ଥିବ, ତେବେ ଚିକିତ୍ସା ହୋଇପାରିବ ଓ ଗର୍ଭଧାରଣ ଭଲରେ ଯିବ। ଯଦି କାହାର ଥାଇରଏଡ୍‌ ଅଛି କିମ୍ବା ମଧୁମେହ ଭଳି ରୋଗ ଥିବ, ତେବେ ସପ୍ତାହ ଭିତରେ ଯଦି ଚିହ୍ନଟ ହୋଇଯାଏ ଏବଂ ଚିକିତ୍ସା ଆରମ୍ଭ ହୋଇଯିବ, ତେବେ ଭଲ ହେବ। ଯଦି ସେମାନେ ୨-୩ମାସ ପରେ ଦେଖେଇବେ ତେବେ ସମସ୍ୟା ହେବ।
ପ୍ରଶ୍ନ- ବର୍ତ୍ତମାନ ଇନ୍‌ଫର୍ଟିଲିଟି କେସ୍‌ ବଢ଼ିବାରେ ଲାଗିଛି। ଏହାର କାରଣ କ’ଣ?
ଉତ୍ତର- ପ୍ରଥମ କାରଣ ହେଉଛି ବିଳମ୍ବରେ ବାହାଘର। ୨୦ରୁ ୨୫ ବର୍ଷ ବୟସ ହେଉଛି ଗର୍ଭବତୀ ହେବା ଓ ଗର୍ଭପାତ କରିବା ପ୍ରକୃଷ୍ଟ ସମୟ। କିନ୍ତୁ ଏ ବୟସରେ କେହି ବାହା ହେଉନାହାନ୍ତି। ପ୍ରାୟତଃ ୨୯ରୁ ୩୦ ବର୍ଷରେ ବାହା ହେଉଛନ୍ତି। ଏହାପରେ ଗର୍ଭଧାରଣ ପାଇଁ ଚେଷ୍ଟା କରିଲେ, ସେ ସମୟରେ ମହିଳାଙ୍କ ଶରୀରରେ ଯେଉଁ ଓଭମ୍‌ ପ୍ରଡ୍ୟୁସ୍‌ ହେଉଥାଏ ତାହା କମିଯାଇଥିବ। ବର୍ଷକୁ ଯଦି ଆମେ କହିବା ୮୦% ଯୋଡ଼ି ମା’ବାପା ହେବାର କଥା। କିନ୍ତୁ ଏମିତି ବିଳମ୍ବରେ ଚେଷ୍ଟା କଲେ ବର୍ଷକୁ ୩୦% ଯୋଡ଼ିଙ୍କ ମା’ବାପା ହେବାର ସମ୍ଭାବନା ଥାଏ। ତେଣୁ ଇନ୍‌ଫର୍ଟିଲିଟି କେସ୍‌ ବଢ଼ିବାରେ ଲାଗିଛି।
ପ୍ରଶ୍ନ- ମୋଟାପଣ ଗର୍ଭଧାରଣ ପାଇଁ ଅସୁବିଧାରେ ପକାଇବାର ଆଶଙ୍କା ଥାଏ କି?
ଉତ୍ତର- ଉଚ୍ଚତା ଅନୁଯାୟୀ ଓଜନ, ଯଦି ଏହା ଠିକ୍‌ ନ ରହିବ, ତେବେ ଓଭ୍ୟୁଲେଶନର ସମ୍ଭାବନା କମ୍‌ ଥାଏ। ଅଧିକାଂଶ ମୋଟା ମହିଳାଙ୍କ କ୍ଷେତ୍ରରେ ଥାଇରଏଡ୍‌ ଓ ପ୍ରୋଲାକ୍ଟିନ ହର୍‌ମୋନାଲ ଇମ୍‌ବାଲାନ୍ସ ଦେଖାଯାଏ। ହାଇପୋ ଥାଇରଏଡ୍‌ ରହିଲେ ଫର୍ଟିଲିଟି କ୍ଷମତା ବି କମିଯାଏ।
ପ୍ରଶ୍ନ- ଇନ୍‌ଫର୍ଟିଲିଟି ସମସ୍ୟା ପାଇଁ ଅନେକ ମହିଳାଙ୍କୁ ଦୋଷ ଦେଇଥାନ୍ତି। ଏହା କେତେ ଦୂର ଠିକ୍‌?
ଉତ୍ତର- ୩୩% ମହିଳା, ୩୩% ପୁରୁଷ ଓ ୩୩% ଅଜଣା ଯୋଗୁ ହୋଇଥାଏ। ତେଣୁ ସେମିତି କେବଳ ମହିଳାଙ୍କୁ ଦୋଷ ଦେବା ଠିକ୍‌ ନୁହେଁ।
ପ୍ରଶ୍ନ- ଆଇଭିଏଫ୍‌ ଚିକିତ୍ସା କରିବା ପାଇଁ ସେଭଳି କିଛି ବୟସର ସୀମା ରହିଥାଏ କି?
ଉତ୍ତର- ଗର୍ଭଧାରଣ ପାଇଁ କ’ଣ ସମସ୍ୟା ରହିଛି ଯଦି ଆମେ ଶୀଘ୍ର ଚିହ୍ନଟ କରିପାରିବା, ତେବେ ଆଇଭିଏଫ୍‌ର ସଫଳତା ଭଲ ହୋଇପାରେ। ଆମେ ସାଧାରଣତଃ ଏକ ମହିଳାଙ୍କୁ ଗର୍ଭବତୀ ପାଇଁ ଗୋଟେ ବର୍ଷ ସମୟ ଦେଉ। ଗୋଟେ ବର୍ଷରେ ପ୍ରାୟ ୮୦% ଗର୍ଭବତୀ ହୋଇଯାଆନ୍ତି। ଏହାପରେ ଯଦି କିଛି ନ ହେଲା, ତା’ହେଲେ ଆମର କିଛି ବେସିକ୍‌ ଟେଷ୍ଟ କରାଯାଏ, ଯଦି ସେ ଟେଷ୍ଟରେ ସବୁକିଛି ନର୍ମାଲ ଥାଏ, ତେବେ ଆଉ ଗୋଟେରୁ ଦେଢ଼ବର୍ଷ ସମୟ ଦେଉ। ତା’ପରେ ବି ଯଦି ଗର୍ଭବତୀ ହୋଇପାରେନି, ତେବେ ଆଉ ଏକ ଟେଷ୍ଟ କରୁ। ସେଥିରେ ଯଦି କୌଣସି ଜାଗାରେ କିଛି ସମସ୍ୟା ଦେଖାଦେଲା ତେବେ ଆମେ ଆଇଭିଏଫ୍‌ କରିବା ପାଇଁ ଗୁରୁତ୍ୱ ଦେବୁ। ସେହିଭଳି ଆଉ ଏକ କ୍ଷେତ୍ର ହେଉଛି, ଯଦି କୌଣସି ବି ଚିକିତ୍ସା କଲେ ବି ଜଣେ ଗର୍ଭବତୀ ହୋଇପାରୁନି ଏବଂ ତା’ର କାରଣ ଜଣାପଡ଼ୁନାହିଁ, ସେ କ୍ଷେତ୍ରରେ ବି ଆଇଭିଏଫ୍‌ର ପ୍ରାୟତଃ ସଫଳତା ମିଳିଥାଏ।
ପ୍ରଶ୍ନ- ଆଇଭିଏଫ୍‌ ଚିକିତ୍ସା କେତେ ସଫଳତା ଦେଇଥାଏ ?
ଉତ୍ତର- ସାରା ପୃଥିବୀରେ ଏହାର ସଫଳତା ୩୦%ରୁ କେବେ ଅଧିକ ନୁହେଁ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରିବାକୁ ଭଲ ଲାଗେ?
ଉତ୍ତର- ସାଙ୍ଗମାନଙ୍କ ସହିତ ଗପିବା ଓ ଶପିଂ କରିବାକୁ ଭଲଲାଗେ।
ପ୍ରଶ୍ନ- କେଉଁ ରୋଷେଇ ଭଲ କରିପାରନ୍ତି?
ଉତ୍ତର- ରୋଷେଇ ବହୁତ ବର୍ଷ ହେଲା ଛାଡ଼ି ସାରିଲେଣି। ସମୟ ଅଭାବ ଥିବାରୁ ରୋଷେଇ କରିବା ପାଇଁ ସମୟ ହେଉନି।
ପ୍ରଶ୍ନ- ବାହାରକୁ ବୁଲିବା ପାଇଁ ପସନ୍ଦ କରନ୍ତି?
ଉତ୍ତର- ହଁ। ୬ମାସରେ ଥରେ ବାହାରକୁ ବୁଲିବାକୁ ନ ଗଲେ ହେବନି। ଯେତେ ଜାଗା ବୁଲିଛି, ସେଥିରୁ ଆଲାସ୍କା ହିଁ ଭଲ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri