Posted inଖେଳ

ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଉପଯୁକ୍ତ ପ୍ଲାଟଫର୍ମ

ଟରୌବା (ତ୍ରିନିଦାଦ), ୩ା୮ (ପି.ଟି.): ମଙ୍ଗଳବାର ସମାପିତ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳିବାକୁ ଯାଉଛି ଭାରତ। ମଙ୍ଗଳବାର ତ୍ରିନିଦାଦର ବ୍ରାଏନ୍‌ ଲାରା ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ତିମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୫୧ ରନ୍‌ ସଂଗ୍ରହ କରିଥିଲା। ଟପ୍‌ ଅର୍ଡରରେ ଶୁବମାନ ଗିଲ୍‌, ଇଶାନ କିଶନ, ସଞ୍ଜୁ ସାମସନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ। ଗିଲ୍‌ ସର୍ବାଧିକ ୮୫ ରନ୍‌ କରିଥିବା ବେଳେ କିଶନ ୭୭, ସାମସନ୍‌ ୫୪ ଓ ହାର୍ଦ୍ଦିକ ଅପରାଜିତ ୭୦ ରନ୍‌ର ଇନିଂସ ଖେଳିଥିଲେ। ଜବାବରେ ଘରୋଇ ଦଳ ୩୫.୩ ଓଭରରେ ୧୫୧ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା। ଗୁଡାକେଶ ମୋତି ସର୍ବାଧିକ ୩୯ ରନ୍‌ କରିଥିବା ବେଳେ ଆଲିକ୍‌ ଅଥାନଜେ ୩୨ ରନ୍‌ ସ୍କୋର କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୂଳ ଠାକୁର ୪ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁକେଶ କୁମାର ୩, କୁଲଦୀପ ଯାଦବ ୨ ଉଇକେଟ ନେଇଥିଲେ। ଶୁବମାନ ଗିଲ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଇଶାନ କିଶନଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।

ଟି୨୦ ସିରିଜ୍‌ ଆରମ୍ଭ

ଗୁରୁବାରଠାରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଆରମ୍ଭ ହେବ। ଏହି ସିରିଜ୍‌ ଭାରତ ଓ ଏହାର ଯୁବ ଖେଳାଳିଙ୍କ ପାଇଁ ବେଶ୍‌ ଗୁରୁତ୍ୱ ବହନ କରିବ। ୨୦୨୪ ମସିହାର ଟି୨୦ ବିଶ୍ୱକପ ଆମେରିକା ମାଟିରେ ଖେଳାଯିବାକୁ ଥିବା ବେଳେ ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଏହା ଏକ ପ୍ରକୃଷ୍ଟ ପ୍ଲାଟଫର୍ମ ସାବ୍ୟସ୍ତ ହେବ। ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳର ନେତୃତ୍ୱ ନେଉଥିବା ବେଳେ ଦଳରେ ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା ଓ ମୁକେଶ କୁମାରଙ୍କ ପରି ଯୁବ ଖେଳାଳି ରହିଛନ୍ତି। ଭାରତୀୟ ଟି୨୦ ଦଳକୁ ଜୟସ୍ବାଲ ଓ ତିଳକ ବର୍ମାଙ୍କର ଏହା ପ୍ରଥମ ଡାକରା । ଅନ୍ୟପକ୍ଷରେ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ସଞ୍ଜୁ ସାମସନ୍‌ଙ୍କୁ ମଧ୍ୟ ଟି୨୦ ଦଳରେ ସାମିଲ କରିଛି। ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟ ଦଳ ଫର୍ମ ପାଇଁ ସଂଘର୍ଷ କରୁଥିବା ବେଳେ ଭାରତ ଏହି ସିରିଜ୍‌ ପାଇଁ ଫେଭରିଟ୍‌ ରହିବ। ତେବେ ଦ୍ୱିତୀୟ ଦିନିକିଆ ପରି ଓ୍ବେଷ୍ଟଇଣ୍ଡିଜ୍‌ ଭାରତୀୟ ଦଳକୁ ମାତ୍‌ ଦେଇପାରେ।
ସ୍ପିନ୍‌ ବିଭାଗରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ସମେତ ରବି ବିଷ୍ଣୋଇ ମଧ୍ୟ ଦଳରେ ରହିଛନ୍ତି। ତେବେ କୁଲ୍‌ଚା(କୁଲଦୀପ୍‌-ଚହଲ) ଯୋଡିକୁ ଆଉଥରେ ଏକତ୍ର ଦେଖିବାର ସମ୍ଭାବନା ଅଧିକ। ଏହା ବ୍ୟତୀତ ବ୍ୟାଟିଂ ଅଲରାଉଣ୍ଡର ଓ ତୃତୀୟ ସ୍ପିନର ଭାବରେ ଅକ୍ଷର ପଟେଲ ମଧ୍ୟ ଖେଳି ପାରନ୍ତି। ଫ୍ଲୋରିଡାରେ ଅନ୍ତିମ ଦୁଇ ଟି୨୦ ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳର ଉପ ଅଧିନାୟକ ରହିଥିବା ସୂର୍ଯ୍ୟକୁମାର ଯାଦବ ନିଜର ଛାପ ଛାଡିବାକୁ ପ୍ରୟାସ କରିବେ। ଟପ୍‌ ଅର୍ଡରରେ ଶୁବମନ ଗିଲ୍‌, ଇଶାନ୍‌ କିଶନ୍‌ ଓ ଯଶସ୍ବୀ ଜୟସ୍ବାଲ ରହିଥିବାରୁ ଦଳ ଚୟନକୁ ନେଇ ସଙ୍କଟରେ ପଡିବ ଟିମ୍‌ ମ୍ୟାନେଜମେଣ୍ଟ। ମିଡିଲ ଅର୍ଡରରେ ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଭାର ରହିବ। ପେସ୍‌ ବୋଲିଂରେ ମୁକେଶ କୁମାର ଭାରତୀୟ ବୋଲିଂର ନେତୃତ୍ୱ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?