ରାଜ୍ୟରେ ମୁଣ୍ଡ ପିଛା ଋଣ ୨୨,୦୪୨ଟଙ୍କା

ଭୁବନେଶ୍ବର, ୨ା୮(ବ୍ୟୁରୋ): ଓଡିଶାର ଏ.ଜି(ମହାଲେଖାକାର)ଙ୍କ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟ ସରକାରଙ୍କ ମୋଟ ଋଣ ଭାର୯୭,୭୦୨.୦୩ କୋଟି ଟଙ୍କା ରହିଛି। ଚଳିତ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ରାଜ୍ୟ ସରକାର ୨୫,୫୮୯ କୋଟି ଟଙ୍କାର ଋଣ ଆହରଣ କରିବାକୁ ଯୋଜନା ରଖିଛନ୍ତି। ସେହିପରି ୧୪,୦୦୧.୩୧ କୋଟି ଟଙ୍କା ଋଣ ପରିଶୋଧ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି। ତେବେ ସରକାରଙ୍କ ଏଭଳି ୨୫ ହଜାର କୋଟିରୁ ଅଧିକ ଋଣ ଆଣି ୧୪ ହଜାର କୋଟି ଶୁଝିବାର ଅର୍ଥ କ’ଣ ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ବିଧାୟକ ପ୍ରଫୁଲ ସାମଲଙ୍କ ବିଧାନସଭା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପୂଜାରୀ କହିଛନ୍ତି, ମହାଲେଖାକାରଙ୍କ ତଥ୍ୟ ମୁତାବକ, ୨୦୨୧-୨୨ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟରେ ମୁଣ୍ଡପିଛା ଋଣ ଭାର ପରିମାଣ ୨୨,୦୪୨ ଟଙ୍କା ଅଟେ। ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ରାଜ୍ୟରେ ମୋଟ୍‌ ରାଜସ୍ବ ବାବଦରେ ୧,୬୩,୯୬୬ କୋଟି ୫୨ ଲକ୍ଷ ଟଙ୍କା ସଂଗ୍ରହର ଲକ୍ଷ୍ୟ ରଖିଛନ୍ତି। ସେଥିରୁ ନିଜସ୍ବ ରାଜସ୍ବ ଟିକସ ରାଜସ୍ବ ବାବଦରେ ମୋଟ୍‌ ୪୬ ହଜାର କୋଟି ଏବଂ ନିଜସ୍ବ ଅଣରାଜସ୍ବ ବାବଦକୁ ମୋଟ ୪୮,୨୦୦ କୋଟି ଟଙ୍କା ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୦୧ ତମ ସମ୍ବିଧାନ ସଂଶୋଧନ ଅଧିନିୟମ ୨୦୧୬ ଅନୁସାରେ ଜିଏସ୍‌ଟି ପ୍ରଚଳନ ଫଳରେ ରାଜସ୍ବ ଆଦାୟରେ କ୍ଷତଚି ଘଟିଲେ ୫ ବର୍ଷ ପାଇଁ କ୍ଷତି ପୂରଣ ଦିଆଯିବାର ବ୍ୟବସ୍ଥା ରହିଛି। ଏଥିଲାଗି ଜିଏସ୍‌ଟି ଆକ୍ଟ ୨୦୧୭ର ପରିବର୍ତ୍ତନ ହୋଇଛି। କ୍ଷତିପୂରଣ ବାବଦକୁ ୨୦୧୫-୧୬ ଆର୍ଥିକ ବର୍ଷର ସଂଗୃହିତ କର ପରିମାଣକୁ ମୂଳବର୍ଷ ରୂପେ ଗ୍ରହଣ କରାଯାଇଥିଲା। ୨୦୧୫-୧୬ ବର୍ଷରାଜ୍ୟ ସରକାର ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଟିକସ ବାବଦକୁ ୧୧,୦୪୯.୩୪ କୋଟି ଟଙ୍କା ପାଇଥିଲେ। କ୍ଷତିଭରଣା ପ୍ରତି ୨ ମାସରେ ମିଳୁଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସଂଗୃହିତ ରାଜସ୍ବରେ ବାର୍ଷିକ ୧୪ ପ୍ରତିଶତ ଅଭିବୃଦ୍ଧି ହାର ପ୍ରୟୋଗ କରି ୨୦୧୭-୧୮ ଆର୍ଥିକ ବର୍ଷର ଜୁଲାଇ ୨୦୧୭ରୁ ମାର୍ଚ୍ଚ ୨୦୧୮ ପାଇଁ ୧୦,୭୬୯.୭୯ କୋଟି ଟଙ୍କା ସୁନିଶ୍ଚିତ ରାଜସ୍ବ ଆକଳନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ସରକାର ଅଧୀନକୁ ଆସିବ କୃଷି ବିଭାଗ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଗୁରୁବାର ଆସିବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପୂର୍ବାହ୍ନ...

ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ

ବଲାଙ୍ଗୀର ଅଫିସ,୨୧।୪: ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର କରୋନା ଆକ୍ରାନ୍ତ ହୋଇଛନ୍ତି। ବଲାଙ୍ଗୀର ସ୍ଥିତ ବାସଭବନରେ ବିଧାୟକ ମିଶ୍ର...

ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ: ଜେଲର, ଓ୍ବାର୍ଡନ ଅତ୍ୟାଧୁନିକ ପ୍ରଣାଳୀରେ ନେବେ ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ):ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ ରହିଛି। ପୁରୁଣା ଢାଞ୍ଚା ଓ ଦୂର...

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ: ପୁଣି ୬ ଅଧିକାରୀ ବରଖାସ୍ତ, ୫ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ଦୁର୍ନୀତି ବିକାର ସବୁଠାରୁ ବଡ଼ ପ୍ରତିବନ୍ଧକ। ତେଣୁ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ...

ବାଉଁଶ ବୁଣାକାରଙ୍କ ବଞ୍ଚିବା ଚିନ୍ତା: ଭାତ, ଲୁଣରେ କଟୁଛି ଦିନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ଉଜାଡ଼ି ଦେଇଛି ବେପାର, ଛଡ଼ାଇନେଇଛି ରୋଜଗାର। ଲକ୍‌ଡାଉନ୍‌ ଯୋଗୁ ବଡ଼ ବିପଦର ମୁକାବିଲା କରାଯାଉଛି ସତ, ହେଲେ ଅସହାୟ ଓ ଦୈନିକ ରୋଜଗାରରେ...

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ, ସୂଚାରୁରୂପେ ଦାୟିତ୍ୱ ତୁଲାଇବେ ବୋଲି କହିଲେ ଏହି ଦୁଇ ପ୍ରାର୍ଥୀ

ଭୁବନେଶ୍ୱର,୭ା୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଖାଲି ପଡ଼ିଥିବା ୪ ଆସନ ଲାଗି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ,...

ନୋସିରେ ୯୭୦ ବରିଷ୍ଠ ତୀର୍ଥଯାତ୍ରୀ, ୩୦ ଅଧିକାରୀ: ଆଜି ହରିଦ୍ୱାର, ଋଷିକେଶ ଗସ୍ତ

ବାଲେଶ୍ୱର ଅଫିସ,୧୩।୧୨:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଗରିବ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ବୁଲାଇବା ଉଦ୍ଦେଶ୍ୟରେ ଗତ ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week