Posted inଜାତୀୟ

୭୫ ବର୍ଷରେ ୪୧ ବର୍ଷ ନେହେରୁ-ଗାନ୍ଧୀ ପରିବାର ହାତରେ କଂଗ୍ରେସ ଡୋର, ୧୩ ଜଣ ହୋଇଛନ୍ତି ବାହାର ଅଧ୍ୟକ୍ଷ…

ନୂଆଦିଲ୍ଲୀ, ୨୨।୯ : ସ୍ବାଧୀନତା ପରଠାରୁ କଂଗ୍ରେସ ଦେଶର ଏକମାତ୍ର ବୃହତ୍ତମ ଦଳ ଥିଲା। ଏପରି ଏକ ସମୟ ମଧ୍ୟ ଆସିଛି ଯେତେବେଳେ ଦଶନ୍ଧି ଧରି ଏହି ପାର୍ଟି ସହିତ କୌଣସି ପ୍ରତିଯୋଗିତା କରିବାକୁ କେହି ନଥିଲେ। ତେବେ କଂଗ୍ରେସର ସ୍ଥିତିକୁ ନେଇ ଏବେ ପ୍ରଶ୍ନ ଉଠିଛି। ବହୁ ବଡ ନେତା ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ଏଥି ସହିତ ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ନିର୍ବାଚନ ମୁଖ୍ୟପ୍ରସଙ୍ଗରେ ରହିଛି।

୧୯୪୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ୭୫ ବର୍ଷ ମଧ୍ୟରେ, ୪୧ ବର୍ଷ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦରେ ନେହେରୁ-ଗାନ୍ଧୀ ପରିବାରର ସଦସ୍ୟ ରହିଥିଲେ। ଭାରତର ସ୍ବାଧୀନତା ପରେ ଏହା ସମୁଦାୟ ବର୍ଷର ୫୫ ପ୍ରତିଶତ ଅଟେ। କଂଗ୍ରେସରେ ନେହେରୁ-ଗାନ୍ଧୀ ପରିବାରର ମୋଟ ପାଞ୍ଚଜଣ ଦଳର ଅଧ୍ୟକ୍ଷ ଥିଲେ। ସେହିପରି ୧୩ ଜଣ ଅଧ୍ୟକ୍ଷ ନେହେରୁ-ଗାନ୍ଧୀ ପରିବାର ବାହାରର ଥିଲେ।

୧୯୪୭ପରଠାରୁ କଂଗ୍ରେସ ଅଧ୍ୟକ୍ଷଙ୍କ ତାଲିକାରେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସ୍ବାଧୀନତା ପରଠାରୁ ଅଧିକାଂଶ ସମୟ ଦଳର ନେତୃତ୍ୱ ନେଇଛନ୍ତି।

ଏଥି ସହିତ ନେହେରୁ-ଗାନ୍ଧୀ ପରିବାର ବାହାରେ ଥିବା ନେତାଙ୍କ ମଧ୍ୟରେ ଜେ ବି କ୍ରିପଳନି, ବି ପଟ୍ଟାଭୀ ସୀତାରାମୈୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ ଏନ ଧବର, ଏନ ସଞ୍ଜୀବ ରେଡ୍ଡୀ, କେ କାମାରାଜ, ଏସ ନିଜଲିଙ୍ଗପ୍ପା, ଜଗଜୀବନ ରାମ, ଶଙ୍କର ଦିୟାଲ ଶର୍ମା, ଡି.କେ ବାରୁଆ, କେବି ରେଡ୍ଡୀ, ପି.ଭି ନରସିଂହ ରାଓ ଏବଂ ସୀତାରାମ କେସରୀ ପ୍ରମୁଖ ଦଳର ନେତୃତ୍ୱ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

ଆଇପିଏଲ୍‌ ୨୦୨୭ରେ ଖେଳିବେ କି ଧୋନି? ବଡ଼ ଖୁଲାସା କଲେ….

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ର ସଫଳତମ ଫ୍ରାଞ୍ଚାଇଜି ମଧ୍ୟରୁ ଅନ୍ୟତମ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଜୋର…

ବେଆଇନ ଇଟାଭାଟି ଉଚ୍ଛେଦ ଆରମ୍ଭ: ଶ୍ରମିକଙ୍କ ଥଇଥାନକୁ ନେଇ ଉଠିଲା ପ୍ରଶ୍ନ

ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍‌ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା…

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?