ଆୟୁର୍ବେଦ ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି

ଉତ୍ତମ ଜୀବନଚର୍ଯ୍ୟା ଓ ଖାଦ୍ୟାଭାସ ସହ କେତେକ ସ୍ବାସ୍ଥ୍ୟ ଅନୁକୂଳ ପରାମର୍ଶ ବର୍ତ୍ତମାନ ସମୟରେ ଜୀବନଯାପନ ପାଇଁ ବିଶେଷ ସହାୟକ ହୋଇଥାଏ। ଏପରିକି ବୈଦିକ ଯୁଗରୁ ନୀରୋଗ ଜୀବନ ପାଇଁ ଆୟୁର୍ବେଦ ପ୍ରଚଳିତ ହୋଇଆସିଛି। ବିଶେଷକରି ପୂର୍ବକାଳରେ ମଧ୍ୟ ରାଜାରାଜୁଡ଼ାମାନଙ୍କର ସ୍ବାସ୍ଥ୍ୟରକ୍ଷା ନିମନ୍ତେ ପ୍ରାକୃତିକ ପରିବେଶରୁ ମିଳୁଥିବା ଚେରମୂଳି ଓ ଔଷଧୀୟ ବୃକ୍ଷ ଆଦିର ଉପଯୋଗ ବୈଦ୍ୟମାନେ ହିଁ କରୁଥିଲେ। ପରେ ଏହା ଜନସାଧାରଣଙ୍କ ହିତରେ କାର୍ଯ୍ୟକାରୀ କରିବା ପାଇଁ କବିରାଜ ବା ବୈଦ୍ୟମାନେ ଆୟୁର୍ବେଦୀୟ ଚିକିତ୍ସା ପଦ୍ଧତିକୁ ଉପଯୋଗକଲେ। ବିଜ୍ଞାନ ଯୁଗରେ ମଧ୍ୟ ଆୟୁର୍ବେଦ ପ୍ରତି ଲୋକଙ୍କର ଆଗ୍ରହ ରହିଛି, କାରଣ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ। ଦୀର୍ଘ ବର୍ଷର ଅଭିଜ୍ଞତା ଓ ପ୍ରତିଷ୍ଠିତ ବୈଦ୍ୟ ପରମ୍ପରା ଓଡ଼ିଶା ଆୟୁର୍ବେଦ ଭବନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଦାସଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର-୧: ବାଲ୍ୟଜୀବନ କିଭଳି ଅତିବାହିତ କରିଥିଲେ?
ଉ- ମୋ ଜନ୍ମ ଜାମଶେଦପୁରଠାରେ ହୋଇଥିବାରୁ ମୁଁ ସେଠାରେ ମୋ ଅଜା ଗୋକୁଳାନନ୍ଦ ଦାସଙ୍କ ଘରେ ବାଲ୍ୟଜୀବନ ବିତାଇଥିଲି। ପରବର୍ତ୍ତୀ ସମୟରେ ମୁଁ ଆମ ଘର କଟକକୁ ଆସିଲି। ଏପରିକି ରେଲୱେ ସେଟଲମେଣ୍ଟ ହାଇସ୍କୁଲ ଏବଂ ଚୌଦ୍ୱାର କଲେଜରୁ ଶିକ୍ଷା ଲାଭ ଶେଷକରି ଆଗକୁ ଆଗକୁ ମାଡ଼ିିଚାଲିଛି।

ପ୍ର-୨: ପ୍ରାରମ୍ଭିକ ବୃତ୍ତିଗତ ଜୀବନ କିପରି ଆରମ୍ଭ ହେଲା?
ଉ- ଉଚ୍ଚଶିକ୍ଷା ସମାପ୍ତି ପରେ ମୁଁ ବେସରକାରୀ ଚାକିରି କରୁଥିଲି। ଏହି ସମୟରେ ଜଷ୍ଟିସ ରାଧାଚରଣ ପଟ୍ଟନାୟକଙ୍କ ସଂସ୍ପର୍ଶରେ ଆସିଥିଲି। ତାଙ୍କ ଶୁଭେଚ୍ଛା ଓ ପରାମର୍ଶ ପୂର୍ବରୁ ଜେଜେଙ୍କ ଦ୍ୱାରା ସ୍ଥାପିତ ଆୟୁର୍ବେଦିକ ସଂସ୍ଥାରେ କାର୍ଯ୍ୟ କରିବା ପାଇଁ ପରିବାର ଲୋକେ ପ୍ରେରିତ କରିଥିଲେ। ଏପରିକି ଧୀରେ ଧୀରେ ଜେଜେଙ୍କ ପାଖକୁ ନିୟମିତ ଆସୁଥିବା ସେ ସମୟର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସୁପରାମର୍ଶରେ ମୁଁ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିବା ସହ ବୃତ୍ତିଗତ ଜୀବନର ଅୟମାରମ୍ଭ କରିଥିଲି।

ପ୍ର-୩: ଓଡ଼ିଶା ଆୟୁର୍ବେଦ ଭବନ ଯାତ୍ରା କିପରି ଚାଲିଛି?
ଉ- ମୋ ଜେଜେ ତଥା ଜଣାଶୁଣା କବିରାଜ ବନମାଳୀ ଦାସଙ୍କ ଦ୍ୱାରା ୧୯୪୨ରୁ ଓଡ଼ିଶା ଆୟୁର୍ବେଦ ଭବନ ପ୍ରତିଷ୍ଠା ହୋଇଥିଲା। ଏଠାରେ ସେ ଔଷଧ ତିଆରି କରି ରୋଗୀ ସେବା ସହ ଗ୍ରାମ୍ୟ ଓ ଜଙ୍ଗଲଜାତ ବିଭିନ୍ନ ଔଷଧୀୟ ବୃକ୍ଷର ଚେରମୂଳିରୁ ସଂଗୃହୀତ ବସ୍ତୁକୁ ନେଇ ସ୍ବାସ୍ଥ୍ୟ ଉପଯୋଗୀ ଆୟୁର୍ବେଦକ୍‌ ଔଷଧ ବୈଦିକ ଶାସ୍ତ୍ରୀୟ ଶୈଳୀରେ ପ୍ରସ୍ତୁତ କରାଯାଇଥାଏ। ବିଶେଷକରି ଜନସାଧାରଣଙ୍କ ଆସ୍ଥା ଓ ଆଗ୍ରହ ଧୀରେ ଧୀରେ ବଢ଼ିବାର ସହ ଏକ ପ୍ରତିଷ୍ଠିତ ଆୟୁର୍ବେଦୀୟ ସଂସ୍ଥା ଭାବେ ପରିଚିତି ଲାଭ କରିଥିଲା। ଫଳରେ ସେବେଠାରୁ ଆଜି ପର୍ଯ୍ୟନ୍ତ ଆମେ ମଧ୍ୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଖୁସି ଅନୁଭବ କଲୁ। ଏପରିକି ଆମ ଦ୍ୱାରା ପରୀକ୍ଷିତ ଉତ୍ତମ ଗୁଣମାନର ଔଷଧୀୟ ଚେରମୂଳି, ତୈଳ, ବନ୍ୟଜାତ ସାମଗ୍ରୀ ସବୁ ବର୍ଗର ଲୋକଙ୍କ ପସନ୍ଦର ଔଷଧ ହୋଇଯାଇଥିଲା। ଆଧୁନିକ ଯୁଗୋପଯୋଗୀ ପ୍ୟାକିଂରେ ବର୍ତ୍ତମାନ ଏହାକୁ ଉପଲବ୍ଧ କରାଇପାରୁଛୁ। କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟକୁ ଆମ ଔଷଧ ପ୍ରେରଣ ହେଉଛି।

ପ୍ର-୪: ଆଧୁନିକ ବିଜ୍ଞାନ ଯୁଗରେ ଆୟୁର୍ବେଦୀୟ ଔଷଧର ଚାହିଦା କିଭଳି ରହିଛି?
ଉ- ବୈଦିକଯୁଗରୁ ଆୟୁର୍ବେଦିକ ଚିକିତ୍ସା ମାନବକୁ ପାର୍ଶ୍ୱ ପ୍ରତିକ୍ରିୟାବିହୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ଆସୁଛି। ଫଳରେ ଆୟୁର୍ବେଦ ମଧ୍ୟ ଏକ ବିଜ୍ଞାନ ସମ୍ମତ ଚିକିତ୍ସା ପଦ୍ଧତି ବୋଲି ଧରାଯାଏ। ଏପରିକି ସର୍ବଭାରତୀୟସ୍ତରରେ ମଧ୍ୟ ଏହାର ପ୍ରବେଶିକା ପରୀକ୍ଷା କରାଯାଇ ଆୟୁର୍ବେଦ ଚିକିତ୍ସା ପାଠ୍ୟକ୍ରମ ପାଇଁ ବିଦ୍ୟାର୍ଥୀ ଚୟନ କରାଯାଇଥାଏ। ବର୍ତ୍ତମାନ ଏହାକୁ ବିଏଏମ୍‌ଏସ୍‌ ସ୍ନାତକ ଓ ସ୍ନାତକୋତ୍ତର ଭାବେ ଏମ୍‌ଡି ଏମ୍‌ଏସ୍‌ ଆଦି ପାଠ୍ୟକ୍ରମ ପ୍ରଚଳିତ ହୋଇଛି। ସମାନ୍ତରାଳ ଭାବେ ବିଭିନ୍ନ ରୋଗ ପାଇଁ ମଧ୍ୟ ଔଷଧ ଉପଲବ୍ଧ ହେଲାଣି। ଏହାର ଉନ୍ନତି ଦିଗରେ ଆୟୁର୍ବେଦିକ କଲେଜ ମଧ୍ୟ ସ୍ଥାପିତ ହୋଇଛି। ବର୍ତ୍ତମାନ ସରକାରଙ୍କର ଆୟୁଷ ମନ୍ତ୍ରଣାଳୟ ଉନ୍ନତିକୁ ଆଉ ୨ପାଦ ଆଗେଇ ନେଇଛନ୍ତି।

ପ୍ର-୫: ଆପଣଙ୍କ ଦ୍ୱାରା ପ୍ରସ୍ତୁତ ଔଷଧର ବଜାର ଚାହିଁଦା କ’ଣ ରହିଛି?
ଉ- ଆମ ଦ୍ୱାରା ପ୍ରସ୍ତୁତ ଔଷଧ ବର୍ତ୍ତମାନ ସମୟରେ ମଧ୍ୟ ବଜାରରେ ଆଦୃତ ହେଉଛି। ବିଶେଷ କରି ଶିବାଷ୍ଟକ ଚୂର୍ଣ୍ଣ ଗ୍ୟାସ୍‌, ଏସିଡିଟି, ବଦହଜମି ଓ କୋଷ୍ଠକାଠିନ୍ୟ ପାଇଁ ଆମ ଉତ୍ପାଦ ବେଶ୍‌ ଉପାଦେୟ ହୋଇପାରିଛି। ବିଭିନ୍ନ ସମୟରେ ଏହାକୁ ସେବନ ପାଇଁ ସବୁ ବର୍ଗର ଚିକିତ୍ସକ ପରାମର୍ଶ ଦେଉଛନ୍ତି। ଏତଦ୍‌ଭିନ୍ନ ଚ୍ୟବନପ୍ରାଶ୍‌, ରୁମାଟ୍ରିଟ୍‌ ଅଏଲ୍‌, ପେଟ ସୁଦ୍ଧି ଚୂର୍ଣ୍ଣ, ପଞ୍ଚାରିଷ୍ଟ, ରାସନାଦିବଟି ମଧ୍ୟ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିଛି। ଏକକ ଚେରମୂଳି ଭାବେ ଯଥା ଅଶ୍ୱଗନ୍ଧା, ଜାମୁନ, ମେଥି, ଗୁଡ଼ମାରି, ଅଁଳା ସହିତ ଅନ୍ୟାନ୍ୟ ୧୫୦ରୁ ଅଧିକ ପ୍ରକାର ଔଷଧ ପ୍ରସ୍ତୁତି ଓ ବିତରଣ ହେଉଛି।

ପ୍ର-୬ : ଆପଣଙ୍କ ଆଗାମୀ ଲକ୍ଷ୍ୟ କ’ଣ ରହିଛି?
ଉ- ଓଡ଼ିଶାରେ ଏକ ଅତ୍ୟାଧୁନିକ ବୈଦ୍ୟଶାଳା ସ୍ଥାପନ ମୋର ଲକ୍ଷ୍ୟ। ଏଥିସହ କିପରି ଗ୍ରାମୀଣ କୃଷକମାନେ ଔଷଧୀୟ ବୃକ୍ଷ ଚାଷକରି ଉକ୍ତ ଚେରମୂଳିରୁ ବିଶୁଦ୍ଧ ଗୁଣବତ୍ତା ଔଷଧ ପ୍ରସ୍ତୁତ କରିପାରିବେ ସେ ଦିଗରେ ମଧ୍ୟ ପ୍ରଚେଷ୍ଟା ଜାରି ରହିଛି। ଫଳରେ ଓଡ଼ିଶାର କୃଷି, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭି ନଜରରେ ବଡ଼ଦାଣ୍ଡ

ପୁରୀ ଅଫିସ,୧୧।୭: ଆଉ ୨ଦିନ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଶୃଙ୍ଖଳିତ ରଥଯାତ୍ରା କରିବା ଉଦ୍ଦେଶ୍ୟରେ ଶନିବାର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜି) ଆର୍‌....

CORONAVIRUS UPDATE: କରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ। ଶୁକ୍ରବାର କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୫ ବର୍ଷୀୟ ବ୍ୟକ୍ତି। ଏହାକୁ...

ଶିକ୍ଷକରୁ ପ୍ରଶାସକ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ କେବଳ ଗଞ୍ଜାମ ନୁହେଁ ସାରା ଓଡ଼ିଶାରେ ଜଣେ ଚର୍ଚ୍ଚିତ ଚେହେରା। ନିଜର ସ୍ବତନ୍ତ୍ର କାର୍ଯ୍ୟଶୈଳୀ ଯୋଗୁ...

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର,୩ା୫(ବ୍ୟୁରୋ):ପିସିସିକୁ ମିଳିପାରେ ନୂଆ ସଭାପତିି। ଆସନ୍ତା ୯ ତାରିଖରେ ଦଳର ସବୁ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି...

ପରୀକ୍ଷା ଫଳ ପ୍ରକାଶରେ ଅନିୟମିତତା ଅଭିଯୋଗ

ବ୍ରହ୍ମପୁର ଅଫିସ,୨୩ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ବିଭିନ୍ନ ଡିଗ୍ରୀ ମହାବିଦ୍ୟାଳୟ ଯୁକ୍ତ ୩ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ...

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ

ମାଲକାନଗିରି/କୋରୁକୋଣ୍ଡା,୮ା୧୧(ଡି.ଏନ.ଏ.): ମାଲକାନଗିରି ଜିଲା କୋରୁକୁଣ୍ଡା ବ୍ଲକ ଅନ୍ତର୍ଗତ ଏମ୍‌ଭି-୩୬ ମୁଖ୍ୟ ରାସ୍ତାରେ ଏକ ଟ୍ରକ୍‌ ଓ ବାଇକ ମଧ୍ୟରେ ସୋମବାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

ସର୍ବଶ୍ରେଷ୍ଠ ଆଇଟିଆଇରେ ରାଜ୍ୟର ୬

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ଆଇଟିଆଇ, ପଲିଟେକ୍‌ନିକ୍‌ରେ ନାମଲେଖା ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ସୋମବାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ...

CORONAVIRUS UPDATE: ରାଜ୍ୟରେ ଆଜି ୧୪୩୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୦୧୫୭୪କୁ ବୃଦ୍ଧି ପାଇଥିବା ରାଜ୍ୟ...

Advertisement
Archives

Model This Week