ଏହି ଅଭିନେତାଙ୍କୁ ମାରୁ ମାରୁ ଜୀବନରୁ ମାରିଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଓର୍‌ କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ ଅଜୟ ଆରମ୍ଭରୁ ଷ୍ଟଣ୍ଟକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ସେ କଲେଜ ଦିନରେ ଅନେକ ଲୋକଙ୍କୁ ମାରିଛନ୍ତି ଏବଂ ଅନେକ ଲୋକଙ୍କଠାରୁ ମାଡ ମଧ୍ୟ ଖାଇଛନ୍ତି। ହେଲେ ଏକଦା ଅଜୟଙ୍କୁ ୨୫-୩୦ ଜଣ ଲୋକେ ମାରିବାକୁ ଆସିଥିଲେ। ଏହି କଥା ସେ ନିଜେ ଶୋ’ ‘ୟାଦୋଁ କି ବାରାତ’ ରେ କହିଥିଲେ।
ସେ କହିଥିଲେ, ଜଣେ ଅଭିନେତା ହେବା ପୂର୍ବରୁ ମୋର ଅନେକ ଲୋକଙ୍କ ସହ ଝଗଡା ହୋଇଥିଲା। ଅନେକ ଲୋକଙ୍କୁ ମାଡ଼ ମାରିଛି ଅନେକ ଲୋକଙ୍କଠାରୁ ମାଡ଼ ଖାଇଛି। ଥରେ ୨୦-୨୫ ଲୋକ ଏକାଠି ମାରିବାକୁ ଆସିଥିଲେ। ସେହି ସମୟରେ ଅଜୟଙ୍କ ସହ ଶୋ’ର ହୋଷ୍ଟ ସାଜିଦ ଖାନ ମଧ୍ୟ ଉପସ୍ଥିତ ଥିଲେ।
ସାଜିଦ କହିଛନ୍ତି, ଅଜୟଙ୍କର ଏକ ଧଳା ଜିପ ଥିଲା ଯେଉଁଥିରେ ଆମେ ସମସ୍ତେ ବୁଲୁଥିଲୁ । ହଲିଡେ ହୋଟେଲ ନିକଟରେ ଏକ ସଂକୀର୍ଣ୍ଣ ରାସ୍ତା ଥିଲା। ଆମେ ଜିପ ନେଇ ଯାଉଥିଲୁ, ସେତେବେଳେ ଆମ ଜିପ ସାମ୍ନାକୁ ଏକ ପିଲା ଦୌଡିକି ପଳେଇ ଆସଥିଲା। ଅଜୟ ହଠାତ୍‌ ବ୍ରେକ ମାରିଲେ। ସୌଭାଗ୍ୟବଶତଃ ପିଲାଟିର କିଛି ହୋଇ ନ ଥିଲା। ମାତ୍ର ପିଲାଟି ଭୟରେ କାନ୍ଦିବାକୁ ଲାଗିଲା। ଏଥିରେ ବହୁତ ଲୋକ ଆସିଲେ। ଅମେ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲୁ। ମାତ୍ର ସେମାନେ ଆମ କଥା ଶୁଣିଲେନି। ଆମକୁ କହିଲେ ବଡ଼ ଘର ପିଲା ବୋଲି ଦ୍ରୁତଗତିରେ ଗାଡ଼ି ଚଲାଇବ। ପରେ ସେମାନେ ଆମକୁ ମାରିବାକୁ ଲାଗିଲେ ବୋଲି ଦୁହେଁ କହିଥିଲେ। ଏହି ଖବର ଅଜୟଙ୍କ ବାପା ଜାଣିବା ପରେ ସେ ତାଙ୍କୁ ବଞ୍ଚାଇବାକୁ ୧୫୦ ଜଣ ବ୍ୟକ୍ତିଙ୍କୁ ଧରି ପହଞ୍ଚିଥିଲେ। ସେଠାରେ ସେ ଅଜୟ, ସାଜିଦ ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ବଞ୍ଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଥିଲେ ପ୍ରେମିକ, ୨୬ ଦିନ ପରେ…

କେନ୍ଦୁଝର/ବଡ଼ବିଲ୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ/ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ଝାଡ଼ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରେମିକାଙ୍କୁ ଗଳାକାଟି ହତ୍ୟା ପରେ ପ୍ରେମିକ ଜଙ୍ଗଲରେ…

କ୍ରଶରରେ ବିସ୍ଫୋରଣ: ଜଣେ ମୃତ, ଏକାଧିକ ଆହତ ଚର୍ଚ୍ଚା

ଢେଙ୍କାନାଳ,୭ା୬(ରତନ ନାୟାର): ଢେଙ୍କାନାଳ ଜିଲା ଗଁଦିଆ ତହସିଲ ନିହଲପ୍ରସାଦ ଥାନା କଷ୍ଟିପାଳ ଅଞ୍ଚଳରେ ଥିବା ଏକ କ୍ରଶରରେ ରବିବାର ଅପରାହ୍ନରେ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ବାଘ ଛାଲ ଜବତ, ଧରାପଡ଼ିଲେ ଦୁଇ ଅଭିଯୁକ୍ତ

ପାତ୍ରପୁର,୭।୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ପୋଲିସ ଶନିବାର ୨ଟି କଲରାପତିରିଆ ବାଘ ଛାଲ ଜବତ କରିଛି। ଏପରିକି ପୋଲିସ ବନ୍ଧୁକ ବ୍ୟାଗ, ଧାରୁଆ…

୧୨ ଜିଏମ୍‌ଏପିଭି ବିଦ୍ୟାଳୟ ନୂତନ ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ କଲେ ଆଲୋଚନା

କୋରାପୁଟ,୭ା୬(ଅମିତାଭ ବେହେରା): କୋରାପୁଟ ଜିଲାର ୧୨ ଚୟନିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ(ଜିଏମଏପିଭି)ର ନୂତନ ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ…

ସ୍ବାସ୍ଥ୍ୟକେନ୍ଦ୍ର କୋଠା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର,୭ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ସୁନ୍ଦରପୁର ଗ୍ରାମରେ ନିର୍ମିତ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୋଠା ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ କୃଷ୍ଣଚନ୍ଦ୍ର ନାୟକ…

ଶୌଚ ହେବାକୁ ଆସି ଥୁବା-ହଞ୍ଜର ନାଳରେ ବୁଡିଗଲେ ମହିଳା, ଚାଲିଗଲା ଜୀବନ

ନନ୍ଦପୁର/ପାଡୁଆ,୭।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଥୁବା-ହଞ୍ଜର୍ ନାଳରୁ ରବିବାର ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ନନ୍ଦପୁର ଅଗ୍ନିଶମ ବାହିନୀ ଓ ନନ୍ଦପୁର…

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ବଳାତ୍କାର ମାମଲାରେ….

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁ ରେ ଜଣେ ଯୁବତୀଙ୍କୁ ବିବାହପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

୭ବର୍ଷ ପରେ ଏକାଠି ହେଲେ ଦୁଇ ତାରକା

ମୁମ୍ବାଇ,୭।୬: ପୁଣି ଚର୍ଚ୍ଚାରେ ବଲିଉଡର ‘ଧକ-ଧକ ଗାର୍ଲ’ ମାଧୁରୀ ଦୀକ୍ଷିତ। ମାଧୁରୀ ଦୀକ୍ଷିତଙ୍କ ଫିଲ୍ମ ‘ମା-ବେହନ’ OTTରେ ରିଲିଜ ହୋଇଛି। ରିଲିଜ ଉପଲକ୍ଷେ ଶନିବାର ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri