ଭଞ୍ଜ ରାଜବଂଶର ମନ୍ଦିର ଏଣିକି ଲୋକେ ବୁଝିବେ, ୧୭ ଜଣିଆ ପରିଚାଳନା କମିଟି ଗଠନ

ଭଞ୍ଜନଗର,୨୪ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କୁଲାଡ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ବୁଧବାର ଏକ ୧୭ ଜଣିଆ ପରିଚାଳନା କମିଟି ଗଠନ ହୋଇଛି। ଏହା ସହିତ ଦୁଇଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନୂତନ କମିଟିର ସଭାପତି ଭାବେ ବ୍ରହ୍ମାନନ୍ଦ ଦାସ, ଉପସଭାପତି ଚିତ୍ତରଞ୍ଜନ ନାୟକ, କୋଷାଧ୍ୟକ୍ଷ ନୀଳମାଧବ ଚୌଧୁରୀ, ସମ୍ପାଦକ ସଞ୍ଜୟ ପ୍ରଧାନ ଓ ସହ-ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ସୁବୁଦ୍ଧି ଚୟନିତ ହୋଇଛନ୍ତି। ଉପଦେଷ୍ଟା ଭାବେ ମୁରଲୀଧର ପଣ୍ଡା ଓ ସୁଧୀର ଦାସ ଏବଂ ସଭ୍ୟ ଭାବେ ତାରାପ୍ରସାଦ ପାତ୍ର, ବିଭୁନନ୍ଦନ ଶରାବ, ବିଜୟ ସାହୁ, ଶରତ ଦାସ, ଜଗନ୍ନାଥ ପୃଷ୍ଟି, ଦୁତିକୃଷ୍ଣ ପ୍ରଧାନ, ସୁରେନ୍ଦ୍ରନାଥ ସାହୁ, ବିଭୁପ୍ରସାଦ ମିଶ୍ର, କେଶବଚନ୍ଦ୍ର ମହାନ୍ତି, ପି. ରାମହରି ପାତ୍ର, ଅବନୀକୁମାର ପାଢ଼ୀ ଓ କୃଷ୍ଣଚନ୍ଦ୍ର ମହାରଣା ମନୋନୀତ ହୋଇଛନ୍ତି।

ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧୀନରେ ରହିଛି, ଯେଉଁଥିରେ ଭଞ୍ଜନଗର ଉପଜିଲାପାଳ ଚେୟାରମ୍ୟାନ ଓ ତହସିଲଦାର ସ୍ଥାୟୀ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। କମିଟି ଗଠନ ସମୟରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର ଓ ତାଲିମ ଅଧିକାରୀ କାର୍ତ୍ତିକ ଦୋରା ଉପସ୍ଥିତ ଥିଲେ। ନୂତନ କମିଟି ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ପରାମର୍ଶରେ ମନ୍ଦିର ପରିଚାଳନାରେ ସହାୟକ ହେବ ବୋଲି ଆଶା କରାଯାଉଛି।

କୁଲାଡ ଜଗନ୍ନାଥ ମନ୍ଦିର ୧୬୦୦ ଶତାବ୍ଦୀରେ ଭଞ୍ଜ ରାଜବଂଶ ପକ୍ଷରୁ ଘୁମୁସରର ରାଜଧାନୀ କୁଲାଡ଼ରେ ପ୍ରତିଷ୍ଠିତ ହୋଇ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ୧୭୪୪ରୁ ୧୭୫୭ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ସହ ରାଜବଂଶ ପକ୍ଷରୁ ହଜାର ହଜାର ଏକର ଜମି, ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର ଓ ହୀରା ଦାନ କରାଯାଇଥିଲା। ଦେଶ ସ୍ୱାଧୀନତା ପରେ ମନ୍ଦିର ପରିଚାଳନା ଦେବୋତ୍ତର ବିଭାଗକୁ ହସ୍ତାନ୍ତର ହୋଇଥିଲା, ଏବଂ ବହୁ ବର୍ଷ ମନ୍ଦିର ସୁଚାରୁ ଚାଲିଥିଲା।

କିନ୍ତୁ ୧୯୯୩ ଫେବୃଆରୀ ୧୭ ରାତିରେ ଏକ ବଡ଼ ଚୋରୀ ଘଟଣା ମନ୍ଦିରର ଇତିହାସରେ କଳଙ୍କ ସୃଷ୍ଟି କରିଥିଲା। ଦୁର୍ବୃତ୍ତମାନେ ମନ୍ଦିର କବାଟ ଭାଙ୍ଗି ୧ କେଜି ସୁନା, ୮୦ କେଜି ରୂପା ଅଳଙ୍କାର ଓ ହୀରାର ୩ଟି ଚିତା ସହ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଚୋରୀ କରି ନେଇଥିଲେ। ପୋଲିସ କିଛି ମାସ ତଦନ୍ତ କରିଥିଲେ ହେଁ ଅଭିଯୁକ୍ତଙ୍କୁ ଠାବ କରିପାରି ନଥିଲା, ଏବଂ ତଦନ୍ତ ଅଟକି ଯାଇଥିଲା। ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ଚୋରି ହୋଇଥିବା ଅଳଙ୍କାର ଆଜି ପର୍ଯ୍ୟନ୍ତ ମିଳିନାହିଁ। ଏହା ସହିତ, ମନ୍ଦିରର ମୂଲ୍ୟବାନ ଜମି କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ୱାରା ଅନୁପଯୁକ୍ତ ଭାବେ ଅଧିକାର କରାଯାଇଥିବା ଅଭିଯୋଗ ରହିଛି, ଯାହା ମନ୍ଦିରର ଆୟରେ ବ୍ୟାଘାତ ସୃଷ୍ଟି କରିଛି।

ଚୋରୀ ପରେ ରଥଯାତ୍ରାରେ ଗ୍ରାମବାସୀଙ୍କ ଅଳଙ୍କାରରେ ଠାକୁରଙ୍କ ସୁନାବେଶ ହେଉଛି, ଯାହା ପରେ ଗ୍ରାମବାସୀ ଫେରାଇ ନେଉଛନ୍ତି। ଜମିରୁ ଖଜଣା ଓ ଅଳଙ୍କାରର ଅଭାବ ମନ୍ଦିର ପରିଚାଳନାରେ ଗୁରୁତର ସମସ୍ୟା ସୃଷ୍ଟି କରିଛି। ଏହା ସହିତ, ପୂଜାରୀମାନଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ନୂତନ ପରିଚାଳନା କମିଟି ଗଠନ କରିଛି, ଯାହା ମନ୍ଦିର ସୁଚାରୁ ପରିଚାଳନା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?