କାମ ହେବ କି ନାହିଁ ଲୋକେ ନିଷ୍ପତ୍ତି ନେବେ: ନରସିଂହ

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର ସହରର ସର୍ବବୃହତ୍‌ ଜଳାଶୟ ମହାରାଣୀ ସାଗର ସବୁଠୁ ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରିପୋର୍ଟ ଦିଆଯାଇଥିଲା। ଏହି ଜଳାଶୟର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ୨୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅଣାଯାଇଛି। ଏଥିପାଇଁ ଶିଳାନ୍ୟାସ କରାଯାଇଥିଲା। କାମ ଆରମ୍ଭ ହେବା କଥା। ହେଲେ ଖୋଦ୍‌ ପୌର ପରିଷଦ ଏହାକୁ ବିରୋଧ କରିଥିଲା। ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ସହ ସେହି ଅଞ୍ଚଳରେ ନୂଆ ଜିଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ କୋଠା ତିଆରି ହେବା କଥା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଳ୍ପ କେତେଜଣ ଗରିବ ଲୋକ ବିସ୍ଥାପିତ ହେବେ। ସେମାନଙ୍କୁ ଥଇଥାନ କରାଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିଲା। ମାତ୍ର ପୌର ପରିଷଦ ଗରିବ ଲୋକଙ୍କ ନଁାରେ ସେଠାରେ ସେଇ ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ତିଆରିକୁ ବିରୋଧ କରିଛି। ଫଳରେ ସେସବୁ ପ୍ରକଳ୍ପ ଅନୁଦାନ ଥିବା ସତ୍ତ୍ୱେ ବନ୍ଦ ହୋଇପଡିଛି। ଏବେ ବଲାଙ୍ଗୀର ଜନସାଧାରଣ ନିଷ୍ପତ୍ତି ନେବେ ଯେ ସେସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେବା କଥା କି ନୁହଁ। ଲୋକେ ଚାହିଁଲେ ପ୍ରକଳ୍ପ ହେବ ଏବଂ ଲୋକେ ନ ଚାହିଁଲେ ବ୍ୟକ୍ତିଗତ ଭାବେ କ’ଣ କରାଯାଇପାରିବ ବୋଲି ବିଧାୟକ ନରସିଂହ ମିଶ୍ର ବୁଧବାର ସ୍ଥାନୀୟ ସର୍କିଟ ହାଉସଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ। ଆୟୋଜିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ସେ ଆହୁରି କହିଥିଲେ ଯେ, ଯେଉଁ ଅଞ୍ଚଳରେ ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବା ପ୍ରସ୍ତାବ ରହିଛି ସେଠାରେ ଗରିବ ଲୋକଙ୍କ ଅପେକ୍ଷା ବେଶୀ ପରିମାଣରେ ଧନୀ ଲୋକ ରହୁଛନ୍ତି। ବିଶେଷକରି ପୋଲିସ ଚାକିରିଆ ଦ୍ୱିତଳ କୋଠା ତିଆରି ଭଡାରେ ଲଗାଇଛନ୍ତି ବୋଲି କହିଥିଲେ। ଲକ୍ଷ୍ମୀଯୋର ପ୍ରକଳ୍ପର ୧୪ କୋଟି ଟଙ୍କା ପଡିରହିଛି। ଗନ୍ଧରେଲ ପ୍ରକଳ୍ପର ୩ କୋଟି ଟଙ୍କା ପଡିରହିଛି। ଏହା କାର୍ଯ୍ୟକାରୀ କରିବା ପରିବର୍ତ୍ତେ ଏହାକୁ ଜାଣିଶୁଣି ବିରୋଧ କରାଯାଉଛି। ଜଣେ ବିଧାୟକ ଭାବେ ଅନୁଦାନ ସିନା ଆଣିବେ ପୌର ପରିଷଦ ଓ ଜିଲା ପ୍ରଶାସନ ଯଦି ଏଭଳି ପ୍ରକଳ୍ପକୁ କାର୍ଯ୍ୟକାରୀ ନକରି ଏହାକୁ ବିରୋଧ କରିବେ ଏବଂ ଲୋକେ ଯଦି ଚୁପ୍‌ ରହିବେ ତେବେ ସେ କ’ଣ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଓଲଟା ପ୍ରଶ୍ନ କରିଥିଲେ। ଏହି ଅବସରରେ ବିଧାୟକ ମିଶ୍ର ପର୍ଯ୍ୟଟନସ୍ଥଳୀ ଭୀମଡୁଙ୍ଗୁରିର ଉନ୍ନତିକରଣ, ଚାନ୍ଦଲି ପାହାଡର ଉନ୍ନତିକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ। ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ, ମାତ୍ର ଲୋକଙ୍କ ସେବା ପାଇଁ ଆଜୀବନ ରାଜନୀତିରେ ସେ ସକ୍ରିୟ ରହିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?