Posted inଫୁରସତ

ଶାନ୍ତିରେ ଶୋଇବା ପାଇଁ ଏହି ବସ୍‌ରେ ଯାତ୍ରା କରନ୍ତି ଲୋକେ

ଯେଉଁ ଲୋକମାନେ ଚାପ ଯୋଗୁ ରାତିରେ ସଠିକ ଭାବେ ଶୋଇପାରୁ ନାହାଁନ୍ତି କିମ୍ବା ଯେଉଁମାନଙ୍କୁ ନିଦ ହେଉ ନାହିଁ, ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। ହଂକଂରେ ଏଭଳି ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ବସ ଯାତ୍ରା ଆରମ୍ଭ ହୋଇଛି। ଏଥିରେ ବସ ଯାତ୍ରା କୌଣସି ସ୍ଥାନକୁ ଯିବା ପାଇଁ ନୁହେଁ, ବରଂ ବସ ଭିତରେ ଆରାମଦାୟକ ପରିବେଶରେ ଶୋଇବା ପାଇଁ ବ୍ୟବସ୍ଥା କରାଯାଇଥାଏ। ଯାତ୍ରୀମାନେ ୫ ଘଣ୍ଟିଆ ବସ ଯାତ୍ରା ପାଇଁ ଟିକେଟ ନିଅନ୍ତି, କିନ୍ତୁ ସେମାନେ ଏହାକୁ କୌଣସି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବ୍ୟବହାର କରନ୍ତି ନାହିଁ ବରଂ ବସରେ ଶୋଇବା ପାଇଁ ବ୍ୟବହାର କରନ୍ତି। ଏହି ଡବଲ ଡେକର୍‌ ବସ ୫ ଘଣ୍ଟା ମଧ୍ୟରେ ୭୬ କିଲୋମିଟର ଅତିକ୍ରମ କରେ ଏବଂ ଯାତ୍ରୀମାନେ ଏହି ଦୀର୍ଘ ଯାତ୍ରା ସମୟରେ ଆରାମରେ ଶୋଇପାରୁଛନ୍ତି । ସାଧାରଣ ବସ୍‌ରେ ଆରାମରେ ଶୋଇଥିବା ଲୋକଙ୍କୁ ଦେଖିବା ଦ୍ୱାରା ଏହି ବସ ସେବା ଆରମ୍ଭ ହୋଇଛି।
ଏହି ଅଜବ ବସ ଯାତ୍ରା ଆରମ୍ଭ କରିଥିବା କମ୍ପାନୀ ଉଲୁ ଟ୍ରାଭେଲ୍ସର ମାର୍କେଟିଂ ଏବଂ ବିଜନେସ ଡେଭଲପମେଣ୍ଟ ମ୍ୟାନେଜର କେନେଥ କଙ୍ଗ କହିଛନ୍ତି ଯେ, ନୂଆ ନୂଆ ବସ ଯାତ୍ରା ଆରମ୍ଭ କରୁଥିଲି, ମୋର ଜଣେ ବନ୍ଧୁଙ୍କ ପୋଷ୍ଟ ଦେଖିଲି। ସେ ଲେଖିଥିଲେ ଚାପ ଯୋଗୁ ସେ ରାତିରେ ଭଲ ନିଦ ହୋଇପାରି ନ ଥିଲେ। ପରେ ବସ ଯାତ୍ରା ସମୟରେ ସେ ଶୋଇପଡିଥିଲେ। ଏହିଠାରେ ଆମେ ଏହି ନୂତନ ବସ ଯାତ୍ରା ପାଇଁ ଧାରଣା ପାଇଲୁ ବୋଲି ସେ କହନ୍ତି।
ଏହି ବସ ରେ ଯାତ୍ରା ପାଇଁ ଟିକେଟ ମୂଲ୍ୟ ୧୦୦୦ ରୁ ୩,୮୦୦ଟଙ୍କା ମଧ୍ୟରେ ରହିଛି। ଡେକ ଏବଂ ସିଟ ସ୍ଥିତିକୁ ଆଧାର କରି ଟିକେଟ ମୂଲ୍ୟ ନିର୍ଣ୍ଣୟ କରାଯାଏ। ଯାତ୍ରୀମାନେ ବସ୍‌ରେ ଭଲ ଶୋଇବା ପାଇଁ ସେମାନଙ୍କୁ ଆଇ ମାସ୍କ ଏବଂ ଇୟର ପ୍ଲଗ ମଧ୍ୟ ଯୋଗାଇ ଦିଆଯାଇଛି। ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଶୋଇଥିବା ବସ ଟୁରକୁ ଲୋକମାନେ ପସନ୍ଦ କରୁଛନ୍ତି। ଏହା ପୂର୍ବରୁ ଏହି ଯାତ୍ରା ପାଇଁ ସମସ୍ତ ଟିକେଟ ଅଳ୍ପ ସମୟ ମଧ୍ୟରେ ବିକ୍ରି ହୋଇଯାଇଥିଲା। ଏଥିରେ ଭ୍ରମଣ କରିବା ପାଇଁ ଲୋକମାନେ ଜୋତା ବଦଳରେ ଚପଲ ପିନ୍ଧି ଆସିଥିଲେ ଏବଂ ସେମାନଙ୍କ ସହିତ କମ୍ବଳ ଓ ତକିଆ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri