ଭୋଟର ପରିଚୟପତ୍ର ପାଇଁ ଲୋକେ ହଇରାଣ

କଟକ ଅଫିସ,୨୭ା୧୧: ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଅନ୍‌ଲାଇନ୍‌ କରାଯାଉଛି। ସାଧାରଣ ଲୋକେ ଆଉ ସରକାରୀ ଦପ୍ତରରେ ଦୀର୍ଘଦିନ ଅଥବା ଦୀର୍ଘ ସମୟ ଅପେକ୍ଷା କରିବାର ଆବଶ୍ୟକତା ପଡ଼ୁନାହିଁ। ମାତ୍ର ଭୋଟର ପରିଚୟପତ୍ର କ୍ଷେତ୍ରରେ କିଛି ବ୍ୟତିକ୍ରମ ଦେଖାଦେଇଛି ଯାହା ସାଧାରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି। ଅନ୍‌ଲାଇନ୍‌ରେ ଭୋଟର କାର୍ଡ ଡାଉନ୍‌ଲୋଡ୍‌ ହେବା ପାଇଁ ସମସ୍ୟା ଉପୁଜିଛି, ଯାହାର ପ୍ରମୁଖ କାରଣ ମୋବାଇଲ ନମ୍ବର ହୋଇଛି।

ପ୍ରକାଶ ଯେ, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବିଜ୍ଞପ୍ତି ଅନୁସାରେ କଟକ ଜିଲାରେ ନୂତନ ଭୋଟର ପଞ୍ଜୀକରଣ, ପୁରୁଣା ଭୋଟର ପରିଚୟପତ୍ର ସଂଶୋଧନ, ଭୋଟର ସହ ଆଧାର ସଂଯୋଗୀକରଣ ଆଦି କାର୍ଯ୍ୟ କରାଯାଉଛି। ପୂର୍ବରୁ ବର୍ଷକୁ ମାତ୍ର ଥରେ ଭୋଟର ପରିଚୟପତ୍ର ସଂକ୍ରାନ୍ତ କାର୍ଯ୍ୟ କରାଯାଉଥିଲା। ହେଲେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବର୍ଷକୁ ୪ ଥର ଏହି ସମସ୍ତ କାର୍ଯ୍ୟ କରାଯିବ। ପୂର୍ବରୁ କେବଳ ଜାନୁୟାରୀ ୧ ତାରିଖ ସୁଦ୍ଧା ବୟସ ୧୮ ବର୍ଷ ହେବା ବାଞ୍ଛନୀୟ ଥିଲା। ହେଲେ ଏଣିକି ଜାନୁୟାରୀ, ଏପ୍ରିଲ, ଜୁଲାଇ ଓ ଅକ୍ଟୋବର ମାସର ପହିଲା ସୁଦ୍ଧା ୧୮ ବର୍ଷ ହେଉଥିଲେ ସେମାନେ ଭୋଟର ତାଲିକାରେ ନିଜ ପଞ୍ଜୀକରଣ କରାଇବାର ସୁଯୋଗ ପାଇବେ। ଏବେ ନଭେମ୍ବର ୯ରୁ ଡିସେମ୍ବର ୮ ତାରିଖ ଯାଏ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଚାଲିଛି। ଏହାଦ୍ୱାରା ନୂତନ ଭୋଟର ପଞ୍ଜୀକରଣ ମାଧ୍ୟମରେ ଯୁବବର୍ଗ ନିଜ ନାମ ଭୋଟର ତାଲିକାରେ ସାମିଲ କରିବେ। ହେଲେ ଏସବୁ ମଧ୍ୟରେ ପୁରୁଣା ଭୋଟରମାନେ ଅଡ଼ୁଆରେ ପଡ଼ିଛନ୍ତି। ଆଗରୁ ଭୋଟର ତାଲିକା ଯେନତେନ ପ୍ରକାରେ ପ୍ରସ୍ତୁତ କରିଦିଆଯାଇଥିଲା। ମାତ୍ର ଏବେ ଆଧାର କାର୍ଡ ସହ ସଂଯୋଗ ହେଉଥିବାରୁ ନିଜ ନାମ, ବାପାଙ୍କ ନାମ, ଜନ୍ମ ତାରିଖ, ଠିକଣା ଆଦି ତଥ୍ୟରେ କୌଣସି ତାଳମେଳ ରହୁ ନ ଥିବା ପରିଲକ୍ଷିତ ହେଉଛି। ସେସବୁ ସଂଶୋଧନ କରିବା ପାଇଁ ଅବଶ୍ୟ ଅନ୍‌ଲାଇନ୍‌ରେ ସୁବିଧା ରହିଛି ଏବଂ ସରକାରୀ ଅଧିକାରୀ ବା କର୍ମଚାରୀମାନେ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଯାଇ ଏହି କାର୍ଯ୍ୟ କରାଉଛନ୍ତି। ହେଲେ ବିଡ଼ମ୍ବନାର ବିଷୟ ହେଲା, ମୋବାଇଲ ଓଟିପି ଯାଞ୍ଚ ପ୍ରକ୍ରିୟା ମାଧ୍ୟମରେ ଆଧାର କାର୍ଡ ଅନ୍‌ଲାଇନ୍‌ରୁ ଡାଉନଲୋଡ୍‌ ହୋଇପାରୁଥିବାବେଳେ ଭୋଟର ପରିଚୟପତ୍ର କ୍ଷେତ୍ରରେ ସେପରି ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନାହିଁ। କେବଳ ନୂତନ ଭୋଟରମାନେ ଏକକ ମୋବାଇଲ ନମ୍ବର ଯୋଡ଼ିଥିଲେ ଭୋଟର କାର୍ଡ ଡାଉନଲୋଡ୍‌ କରିପାରୁଛନ୍ତି। ଅର୍ଥାତ୍‌ ଏକାଧିକ ଲୋକଙ୍କ ଭୋଟର ପରିଚୟପତ୍ର ସହ ଗୋଟିଏ ମୋବାଇଲ ନମ୍ବର ସଂଯୋଗ ହୋଇଥିଲେ ଭୋଟର କାର୍ଡ ଅନ୍‌ଲାଇନ୍‌ରୁ ଡାଉନଲୋଡ୍‌ ହୋଇପାରୁନାହିଁ। ଅନେକ ପରିବାର ଅଛନ୍ତି ଯାହାଙ୍କ ପାଖରେ ଆଦୌ ମୋବାଇଲ ଫୋନ୍‌ ନାହିଁ ଅଥବା ଗୋଟିଏ ମାତ୍ର ମୋବାଇଲ ଫୋନ୍‌ ରହିଛି। ସେମାନଙ୍କ ପାଇଁ ଭୋଟର କାର୍ଡ ସହ ଏହି ଏକକ ମୋବାଇଲ୍‌ ସଂଯୁକ୍ତି ସ୍ବପ୍ନ ପାଲଟିଛି। ଅନ୍ୟପକ୍ଷରେ ଏନେଇ କଟକ ସଦର ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଛନ୍ତି, ସରକାରଙ୍କ ପକ୍ଷରୁ ଲୋକଙ୍କୁ ଭୋଟର ପରିଚୟପତ୍ର ଯୋଗାଇ ଦିଆଯାଉଛି। ତେବେ ଅନ୍‌ଲାଇନ୍‌ରେ ଭୋଟର କାର୍ଡ ଡାଉନ୍‌ଲୋଡ୍‌ ହେବା କେବଳ ନୂତନ ଭୋଟରଙ୍କ କ୍ଷେତ୍ରରେ ହେଉଛି। ପୁରୁଣା ଭୋଟରଙ୍କ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ଯାହା ସରକାର କରିବେ ତାହା ଉପଲବ୍ଧ ହୋଇପାରିବ।

କିନ୍ନର, ଯୌନକର୍ମୀଙ୍କୁ ମିଳିବ ଭୋଟର ପରିଚୟପତ୍ର
କଟକ ଜିଲା ପ୍ରଶାସନ ପକ୍ଷରୁ ଚାଲିଥିବା ନୂତନ ଭୋଟର ପରିଚୟପତ୍ର ଅଭିଯାନରେ କିନ୍ନର ଓ ଯୌନକର୍ମୀଙ୍କୁ ସାମିଲ କରିବାକୁ ପ୍ରୟାସ ଚାଲିଛି। ବିଭିନ୍ନ ସାମାଜିକ ସଙ୍ଗଠନ ମାଧ୍ୟମରେ ଏମାନଙ୍କୁ ଠାବ କରାଯାଇ ସାମାଜିକ ସ୍ରୋତରେ ମିଶାଇବାର ଉଦ୍ୟମ ହେଉଛି। ଶିଖରପୁର ଅଞ୍ଚଳରେ ରହୁଥିବା କେତେଜଣ କିନ୍ନରଙ୍କୁ ପ୍ରାଥମିକ ଅବସ୍ଥାରେ ଭୋଟର ତାଲିକାରେ ସାମିଲ କରାଯିବ ବୋଲି କଟକ ସଦର ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…

ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା

ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?