Posted inଫୁରସତ

ଏହାକୁ କୁହନ୍ତି ‘କର୍ମର ଫଳ’; ୨୧ ସେକେଣ୍ଡର ଭିଡିଓରେ…

କଥାରେ ଅଛି କଲା କର୍ମର ଫଳ ନିଶ୍ଚିତ ମିଳିଥାଏ। ବିଳମ୍ବରେ ହେଉ ଅବା ଶୀଘ୍ର ହେଲେ କର୍ମର ଫଳ ମିଳିବା ସୁନିଶ୍ଚିତ। ସେଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ୨୧ ସେକେଣ୍ଡର ଭିଡିଓରେ କିଛି ଲୋକ ମଇଁଷି ଗାଡ଼ିରେ ବସି ଯାଉଥିବା ଦେଖାଯାଉଛି। ଏହି ସମୟରେ ଜଣେ ବ୍ୟକ୍ତି ଗାଡ଼ିର ଗତି ବଢ଼ାଇବାକୁ ମଇଁଷିକୁ ବାଧ୍ୟ କରୁଛନ୍ତି। ଏହାପରେ ମଇଁଷିଟି ହଠାତ ଜୋର୍‌ରେ ଦୌଡ଼ିବା ଆରମ୍ଭ କରୁଛି। କିଛି କ୍ଷଣ ମଧ୍ୟରେ ଉକ୍ତ ଗାଡ଼ିଟି ଡିଭାଇଡରରେ ପିଟି ହୋଇଯାଉଛି। ଫଳରେ ସେଥିରେ ବସିଥିବା ଲୋକମାନେ ଦୁଲଦାଲ୍‌ ହୋଇ ତଳେ ପଡ଼ୁଛନ୍ତି। ଅପରପକ୍ଷେ ମଇଁଷିଟି ଗାଡ଼ିରୁ ବାହାରି ଯାଇ ଏକୁଟିଆ ଦୌଡ଼ି ପଳାଉଛି।

ଟୁଇଟରରେ ଉକ୍ତ ଭିଡିଓକୁ ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦା ଶେୟାର କରି ଲେଖିଛନ୍ତି ‘କର୍ମ’। ଭିଡିଓଟିକୁ ଇତି ମଧ୍ୟରେ ୬.୩ ହଜାର ଲୋକ ପସନ୍ଦ କରିଥିବା ବେଳେ ୧.୧ ଲକ୍ଷ ଲୋକ ଦେଖିସାରିଛନ୍ତି। କର୍ମର ଫଳ କିଭଳି ପ୍ରାପ୍ତ ହୁଏ ସେନେଇ ଲୋକେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଗାଁ ଯେଉଁଠି ଶୋଇବା, ରୋଷେଇ ଘରେ ରୁହନ୍ତି ସାପ

ମଧ୍ୟପ୍ରଦେଶର ଏକ ଗାଁରେ ଏତେ ସଂଖ୍ୟକ ସାପ ଅଛି ଯେ ସେମାନଙ୍କୁ ଗୋଟିଏ ଗୋଟିଏ କରି ଧରାଯାଉଛି। ଏହି ଗାଁ ଖଣ୍ଡବା ସହରର ନିକଟବର୍ତ୍ତୀ। ବହୁ...

‘ମାଉସ୍‌’ର ନାଁ ପଛରେ ରହିଛି ରୋଚକ ତଥ୍ୟ

ଆମେ ସମସ୍ତେ କମ୍ପ୍ୟୁଟରରେ କାମ କରିବା ପାଇଁ ମାଉସ ବ୍ୟବହାର କରୁ। କମ୍ପ୍ୟୁଟର ପରଦାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା କିମ୍ବା ଏକ ଆଇକନ...

କରୋନା ମାତା ମନ୍ଦିର ହେଲା ନିର୍ମାଣ: ମାସ୍କ୍‌ ପିନ୍ଧି ପୂଜା କରିବାକୁ ନିର୍ଦ୍ଦେଶ…

ପ୍ରତାପଗଡ଼,୧୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

କଇଁଛ ଖେଳୁଛି ଫୁଟବଲ୍‌, ଭିଡିଓ ଦେଖିଲେ କହିବେ ବାଃ ବାଃ

କଇଁଛ ଖେଳୁଛି ଫୁଟବଲ୍‌, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ...

ଟ୍ରଲିରେ ବସି କରୋନା ରୋଗୀଙ୍କ ଚିକିତ୍ସା କରିବାକୁ ହସ୍ପିଟାଲ ଗଲେ ଡାକ୍ତର: ଫଟୋ ଭାଇରାଲ

ପାଟନା,୧୬।୭: କରୋନା ସଂକ୍ରମଣ ସମସ୍ତଙ୍କ ମୁଣ୍ଡ ବିଗାଡି ଥିବା ବେଳେ ଏବେ ଏହି ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ମଧ୍ୟ ବେଳେ ବେଳେ ପ୍ରତିକୂଳ...

ସ୍ବାଭିମାନର ସୌଦାଗର

ଓଡ଼ିଶାର ପ୍ରଥମ ବାରିଷ୍ଟର, ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା, ସ୍ବତନ୍ତ୍ର ଉତ୍କଳ ପ୍ରଦେଶର କର୍ଣ୍ଣଧାର, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଓଡ଼ିଆ ଜାତି ପ୍ରତି ଅବଦାନ ଅବର୍ଣ୍ଣନନୀୟ।...

ମଣିଷ ପିଲା ପରି କାନ୍ଦେ ଏହି ଚଢେଇ; ଯେ କେହି ଭ୍ରମରେ…

ପିଲାଙ୍କ ହସ ଦେଖିଲେ ସମସ୍ତେ ଖୁସି ହୁଅନ୍ତି। କିନ୍ତୁ ସେମାନଙ୍କ କାନ୍ଦ ହୃଦୟକୁ ବିଚଳିତ କରିଦିଏ। ଜାଣନ୍ତି କି ଏମିତି ଏକ ଚଢେଇ ଅଛି ଯେକି...

ଜେଲ ଗଲା ବିଲେଇ: ଜାଣନ୍ତୁ କ’ଣ କରିଥିଲା

ଗୁରୁତର ଅପରାଧ ପାଇଁ ଏକ ବିଲେଇକୁ ଜେଲ ଯିବାକୁ ପଡିଛି। ମାତ୍ର ବିଲେଇଟି କିଛି ଦିନ ଜେଲରେ ରହିବା ପରେ ସେଠାରୁ ଖସି ପଳାଇବାରେ ସଫଳ...

Advertisement
Archives

Model This Week