ଏହି ବୟସର ଲୋକଙ୍କୁ ‘ଓମିକ୍ରନ’ ଆଶଙ୍କା ବେଶୀ

କେପଟାଉନ୍‌,୨।୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଆଣ୍ଟ ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ୨୦ରୁ ଅଧିକ ଦେଶରେ ଏହାର ଭାରିଆଣ୍ଟ ଦେଖିବାକୁ ମିଳିଛି। ଏହି ନୂତନ ଭାରିଆଣ୍ଟ ନେଇ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ କହିଛନ୍ତି, ଓମିକ୍ରନ କେତେ ମାରାତ୍ମକ ଏବଂ ଏହା ଲୋକଙ୍କ ଉପରେ କି ପ୍ରଭାବ ପକାଇବ, ଏବେ କହିବା କଷ୍ଟକର। କରୋନାର ନୂତନ ପ୍ରକାର ଏ ପର୍ଯ୍ୟନ୍ତ ଅଧିକାଂଶ ଯୁବକଙ୍କୁ ପ୍ରଭାବିତ କରିଛି। ବୈଜ୍ଞାନିକମାନେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଓମିକ୍ରନ କେବଳ ସାମାନ୍ୟ ରୋଗ ସୃଷ୍ଟି କରିବ କି ନାହିଁ ତାହା ବହୁତ ଶୀଘ୍ର ଜଣାପଡିବ। ଆମେ ଏ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛୁ। ଦୁଇରୁ ତିନି ସପ୍ତାହ ପରେ ଆମେ ଏହା ବିଷୟରେ ଅଧିକ ଜାଣିବା ବୋଲି ବୈଜ୍ଞାନିକମାନେ କହିଛନ୍ତି।
ଦକ୍ଷିଣ ଆଫ୍ରିକାର ଯେଉଁ ରୋଗୀଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଦେଖାଯାଇଛି, ସେମାନେ ସମସ୍ତେ ଯୁବକ। ସେମାନଙ୍କ ବୟସ ୪୦ କିମ୍ବା ତା’ଠାରୁ କମ। ଅନ୍ୟପକ୍ଷରେ, ଏନଆଇସିଡିର ଜନସ୍ବାସ୍ଥ୍ୟ ନୀରିକ୍ଷଣ ତଥା ପ୍ରତିକ୍ରିୟାର ମୁଖ୍ୟ ମିସେଲ ଗ୍ରୋମ କହିଛନ୍ତି ଯେ, ଓମିକ୍ରନ ଭାରିଆଣ୍ଟର ଶିକାର ହୋଇଥିବା ଅଧିକାଂଶ ଲୋକ ଯୁବକ ଅଟନ୍ତି।
୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ସରକାର ଏବଂ ବୈଜ୍ଞାନିକମାନେ କରୋନାର ଏକ ନୂତନ ଭାରିଆଣ୍ଟ ଘୋଷଣା କରିଥିଲେ। ଏହା ପରେ ଡବ୍ଲୁଏଚ୍‌ଓ ଏହାର ନାମ ଓମିକ୍ରନ ରଖିଲା। ନୂତନ ଭାରିଆଣ୍ଟ ଚିହ୍ନଟ ପରେ ଆମେରିକା, ୟୁରୋପୀୟ ୟୁନିଅନ, କାନାଡା, ଇସ୍ରାଏଲ, ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶ ଦକ୍ଷିଣ ଆଫ୍ରିକାର ଅନେକ ଦେଶରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ ହେବାରୁ ପ୍ରଧାନମନ୍ତ୍ରୀ ଦେଲେ ଇସ୍ତଫା

ଉଲାନବାଟର,୨୨।୧ : ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଖୁରେଲସୁଖ ଉଖନା ସଂସଦରେ ତାଙ୍କର ଇସ୍ତଫାପତ୍ର ଦାଖଲ କରିଛନ୍ତି। କାରଣ ମଙ୍ଗୋଲିଆର ଜଣେ କରୋନା ପଜିଟିଭ୍‌ ମହିଳାଙ୍କ ସହ ଅସଦାଚରଣ...

ଆମେରିକାର ଚେତାବନୀ: ଭାରତ ସହ ପ୍ରତିଶୋଧ ନ ନେଉ ପାକିସ୍ତାନ

ଓ୍ବାଶିଂଟନ୍‌, ୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଚେତାବନୀ ଦେଇଛନ୍ତି। ଭାରତଠାରୁ ଏବେ ପ୍ରତିଶୋଧ ନେଲେ ତାର ପରିଣାମ ପାକିସ୍ତାନକୁ...

ଭୂକମ୍ପରେ ଥରିଲା ପେରୁ

ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି।...

ଗିଲଗିଟ୍‌-ବଲ୍ଟିସ୍ତାନରେ ବିଦ୍ୟୁତ-ଗହମ ଅଭାବ: ଲୋକଙ୍କ ପ୍ରଦର୍ଶନ ଜାରି…

ଇସଲାମାବାଦ,୭।୧୨ : ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିଟ୍‌-ବଲ୍ଟିସ୍ତାନର ସ୍କାର୍ଦୁ ସହରର ଲୋକମାନେ ବିଦ୍ୟୁତ ଓ ଗହମ ଅଭାବକୁ ନେଇ ଅଧିକାରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଟ୍ରମ୍ପଙ୍କ ଆୟକରକୁ ନେଇ ଉଠିଲା ବିବାଦ

ୱାଶିଂଟନ,୨୮ ।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଭରଣା କରାଯାଇଥିବା ଆୟକରକୁ...

ଚାଇନା-କିର୍ଗିସ୍ତାନରେ ଭୂକମ୍ପର ଝଟକା

ବେଜିଂ/ବିଶକେକ,୩୦ ।୧: ଭୂକମ୍ପର ଝଟକା ପୁଣିଥରେ ଥରାଇ ଦେଇଛି ଚାଇନାକୁ । ଚାଇନାର ଦକ୍ଷିଣ ଶିନଜିୟାଙ୍ଗରେ ସୋମବାର ଭୋର ସମୟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ...

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ...

ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୪।୩: ୟୁକ୍ରେନ ଓ ରୁଷିଆ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ଶୁକ୍ରବାର...

Advertisement
Archives

Model This Week