୨୦୨୨ରେ ଚମକିବ ଏହି ୪ ରାଶି ଲୋକଙ୍କ ଭାଗ୍ୟ; ନୂଆ ଚାକିରି ସାଙ୍ଗକୁ ଢ଼େର ଗୁଣା ବଢ଼ିଯିବ ରୋଜଗାର…

ଆଉ ଦିନ କେଇଟାରେ ନୂଆ ବର୍ଷ। ଏହା ଆଣିପାରେ ନୂଆ ସମ୍ଭାବନା। ଏବେଠାରୁ ନୂତନ ବର୍ଷକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ, ଆଜି ଆମେ ଆପଣଙ୍କୁ କହିବୁ କାହା ପାଇଁ ଏହା କେତେ ଶୁଭ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ନୂଆ ବର୍ଷ ୪ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଭଲ ରହିବ। ଏମାନେ ଭଲ ରୋଜଗାର କରିବା ସାଙ୍ଗକୁ କର୍ମ ଜୀବନରେ ଉନ୍ନତି ପରିଲକ୍ଷିତ ହେବ। ଆସନ୍ତୁ ଜାଣିବା:

ବୃଷ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆ ବର୍ଷ ବେଶ ଭଲ ରହିବ। ଆପଣଙ୍କ ରୋଜଗାର ବଢ଼ିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନର ଅନେକ କ୍ଷେତ୍ରରେ ସଫଳତା ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ସଫଳତା ମିଳିବାର ସଙ୍କେତ ରହିଛି। ଏପ୍ରିଲ ପରେ ଆପଣଙ୍କ ପାଇଁ ସମୟ ବେଶ ଶୁଭଙ୍କର ହେବ। ଏହି ସମୟରେ ଆପଣଙ୍କ ଧନ ଏବଂ ସମ୍ପତ୍ତି ସଞ୍ଚୟ କରିବାରେ ସଫଳ ରହିବେ।

କନ୍ୟା ରାଶି: ଆପଣଙ୍କ ଆର୍ଥିକ ସ୍ଥିତି ଏହି ବର୍ଷ ଭଲ ରହିବ। ଆପଣ ଭଲ ରୋଜଗାର କରିବାରେ ସଫଳ ହେବ। ଫଳରେ ଆର୍ଥିକ ଅସୁବିଧା ଦୂର ହେବ। ନୂଆ ଦିଗରୁ ଲାଭ ଅର୍ଜନ କରିବାରେ ସଫଳ ହେବେ। ସେପ୍ଟେମ୍ବରରୁ ଡିସେମ୍ବର ଶେଷ ମଧ୍ୟରେ ଅତ୍ୟଧିକ ଅନୂକୁଳ ପରିଣାମ ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ନୂଆ ବର୍ଷ ଶୁଭ। ଆପଣ ଭଲ ରୋଜଗାର କରିବାରେ ସଫଳ ହେବେ।

କୁମ୍ଭ ରାଶି: ଏହି ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କୁ ସବୁ କାମରେ ଅପାର ସଫଳତା ମିଳିବ। ଜାନୁୟାରୀରେ ମଙ୍ଗଳଙ୍କ ଗୋଚର ଯୋଗୁ ଆର୍ଥିକ ଲାଭ ମିଳିବ। ଜାନୁୟାରୀରେ ଧନୁ ରାଶିରେ ମଙ୍ଗଳ ଗ୍ରହଙ୍କ ଉପସ୍ଥିତି ଯୋଗୁ ଆପଣଙ୍କୁ ଚାକିରି ଏବଂ ବ୍ୟବସାୟରେ ଭଲ ସଫଳତା ମିଳିବ।

ମୀନ ରାଶି: ଏହି ବର୍ଷ ଆପଣ ଭଲ ରୋଜଗାର କରିବାରେ ସଫଳ ହେବେ। ଆୟର ନୂଆ ସ୍ରୋତ ଉତ୍ପନ୍ନ ହେବ। ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହି ବର୍ଷ ପଦୋନ୍ନତିର ବହୁତ ସମ୍ଭାବନା ରହିଛି। ନୂଆ ଚାକିରିର ଅଫର ଆସିପାରେ। ଚାକିରି ବଦଳୁଥିବାରୁ ଦରମା ଭଲ ବଢ଼ିବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଭଲ ରୋଜଗାର ମଧ୍ୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri