ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ବିଳମ୍ବରେ ମିଳେ ସଚ୍ଚା ପ୍ରେମ…

ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି, ଯାହାସହ ଜଡ଼ିତ ଲୋକ ପ୍ରେମ ମାମଲାରେ ବେଶ ଭାଗ୍ୟଶାଳୀ। କାହିଁକି ନା ସଚ୍ଚା ପ୍ରେମ ଖୁବ୍‌ଶୀଘ୍ର ମିଳିଥାଏ। ସେହିଭଳି କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିଙ୍କୁ ଧୋକା ଖାଇବା ପରେ ସଚ୍ଚା ପ୍ରେମ ମିଳିବାର ସମ୍ଭାବନା ଥାଏ। ଏମାନେ ଶୀଘ୍ର ପ୍ରେମରେ ପଡ଼ନ୍ତି ହେଲେ ଏମାନଙ୍କ ପ୍ରେମ ସମ୍ପର୍କ ସଫଳ ହେବାର ସମ୍ଭାବନା କମ୍‌ ଥାଏ। ଆସନ୍ତୁ ଜାଣିବା:

ସିଂହ ରାଶି: ଏହି ରାଶିର ଜାତକଧାରୀ ବେଶ ଉତ୍ସାହୀ ହୋଇଥାନ୍ତି। ଏମାନଙ୍କୁ ବହୁତ ଭଲ ପାଉଥିବା ପାର୍ଟନର ମିଳିଥାଏ। ନିଜ ପ୍ରେମକୁ ଖୋଲାଖୋଲି ପ୍ରକାଶ କରିବାରୁ ଏମାନେ କୁଣ୍ଠାବୋଧ କରନ୍ତି ନାହିଁ। ହେଲେ ଏମାନଙ୍କ ଅତ୍ୟଧିକ ରାଗି ସ୍ବଭାବ ପ୍ରେମ ସମ୍ପର୍କକୁ ଖରାପ କରିଦେଇଥାଏ। ପାର୍ଟନର ମଧ୍ୟ ଏହି ଗୁଣକୁ ନାପସନ୍ଦ କରନ୍ତି। ଏଣୁ ଏମାନଙ୍କୁ ମନ ବୁଝିପାରୁଥିବା ଜୀବନସାଥୀ ବିଳମ୍ବରେ ମିଳିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରେମ ମାମଲାରେ ଏମାନେ ଭାଗ୍ୟବାନ ନୁହନ୍ତି।

ମିଥୁନ ରାଶି: ଏହି ରାଶିର ଜାତକଧାରୀ ନିଜର ପାର୍ଟନରଙ୍କୁ ବହୁତ ସ୍ନେହ କରିଥାନ୍ତି। ଏମାନେ ସହଜରେ ପ୍ରେମରେ ପଡ଼ିଯାଇଥାନ୍ତି। କିଛି ନ ଭାବି, ନଚିନ୍ତି ଏମାନେ ପ୍ରେମରେ ପଡ଼ୁଥିବା କାରଣରୁ ପ୍ରେମରେ ଏମାନଙ୍କୁ ଧୋକା ମିଳିବାର ସମ୍ଭାବନା ଅଧିକ ଥାଏ। ବହୁତ ବିଳମ୍ବରେ ସଚ୍ଚା ପ୍ରେମ ଏମାନଙ୍କୁ ମିଳିଥାଏ। ସେତେବେଳ ଯାଏ ଅନେକ ଥର ଧୋକା ଏମାନେ ଖାଇଥାନ୍ତି।

କୁମ୍ଭ ରାଶି: ଏହି ରାଶି ଜାତକଧାରୀ ବହୁତ ମେଳାପୀ ସ୍ବଭାବର ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କ ପ୍ରତି ବେଶ ସମର୍ପିତ ଥାନ୍ତି। ଏଥିଯୋଗୁ ପାର୍ଟନର ଧୋକା ଦେଲେ ମଧ୍ୟ ସେ ବୁଝିପାରି ନ ଥାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ରାଶିର ବ୍ୟକ୍ତିଙ୍କୁ ସଚ୍ଚା ପ୍ରେମ ବିଳମ୍ବରେ ମିଳିଥାଏ।

କନ୍ୟା ରାଶି: ଏହି ରାଶିର ଜାତକଧାରୀ ବେଶ ରୋମାଣ୍ଟିକ ଏବଂ ସ୍ନେହୀ ସ୍ବଭାବର। ଏମାନେ ନିଜ ପାର୍ଟନରଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିଥାନ୍ତି। ସାଥୀଙ୍କଠାରୁ ସମାନ କଥା ସେମାନେ ଆଶା ମଧ୍ୟ କରିଥାନ୍ତି। ଏହି କାରଣରୁ ସମ୍ପର୍କ ବିଗିଡ଼ିଥାଏ। ପ୍ରେମ ମାମଲାରେ ଏମାନେ ଭାଗ୍ୟବାନ ହୋଇ ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?