Posted inଜାତୀୟ

ଡରାଉଛି ଡେଙ୍ଗୁ: ଘର ଛାଡୁଛନ୍ତି ଲୋକେ!

ଫିରୋଜାବାଦ,୪ ।୯: କରୋନା ପରେ ଏବେ ଲୋକଙ୍କୁ ଡରାଉଛି ଡେଙ୍ଗୁ । ଉତ୍ତର ପ୍ରଦେଶର ଫିରୋଜାବାଦରେ ଡେଙ୍ଗୁ ଓ ଭାଇରାଲ ଫିବରରେ ପୀଡ଼ିତ ହୋଇ ଅଧିକାଂଶ ପିଲାଙ୍କ ମୃତ୍ୟୁ ଏବେ ସେଠାକାର ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ସ୍ଥିତି ଏମିତି ହେଲାଣି ଯେ ସେଠାକାର ଲୋକେ ଏବେ ଗାଁ ଛାଡି ଅନ୍ୟତ୍ର ଚାଲିଯାଉଥିବା ଜଣାପଡିଛି । ବିଶେଷ କରି ସୁହାଗନଗରୀର ଲୋକେ ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ଅନ୍ୟ ଜିଲାରେ ବନ୍ଧୁବାନ୍ଧବଙ୍କ ଘରେ ଛାଡି ଆସିବାକୁ ବାଧ୍ୟ ହେଉଥିବା କହୁଛନ୍ତି । କାରଣ ପ୍ରଶାସନର ବେଖାତିର ମନାଭାବ ସହ ଖରାପ ସ୍ୱାସ୍ଥ୍ୟ ସେବା ଓ ପରିମଳ ବ୍ୟବସ୍ଥା ଠିକ୍ ନ ଥିବାରୁ ନିଷ୍ପାପ ପିଲାମାନେ ଅକାଳରେ ରୋଗରେ ପଡି ମୃତ୍ୟୁ ବରଣ କରୁଛନ୍ତି । ସୂଚନାଯୋଗ୍ୟ, ଗତ ୩ ସପ୍ତାହ ମଧ୍ୟରେ ଡେଙ୍ଗୁ ଓ ଭାଇରାଲ ଫିବରରେ ଫିରୋଜାବାଦରେ ୭୯ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୦ ଜଣ ଶିଶୁ ରହିଛନ୍ତି । ହେଲେ ସରକାରୀ ହିସାବ ଏବେ ୫୦ ତଳେ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲରାଜ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଜଙ୍ଗଲରାଜ ଚାଲିଛି ବୋଲି ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଛନ୍ତି। ବୁଲନ୍ଦସହରର ଶତାଧିକ ବର୍ଷ ପୁରୁଣା ଏକ ମନ୍ଦିରର ପରିଚାଳନା ସମ୍ପର୍କିତ ମାମଲାର...

ସାନିଟାଇଜର୍‌ର ବହୁଳ ବ୍ୟବହାର କ୍ଷତିକାରକ

ନୂଆଦିଲ୍ଲୀ, ୧୭।୩: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଏ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଡାକ୍ତର ଏବଂ ବିଶେଷଜ୍ଞମାନେ...

ଖରାଦିନ ତାପମାତ୍ରା ପୁଣି କନ୍ଦାଇବ: ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨।୩: ଖରାଦିନ ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ମାର୍ଚ୍ଚଠାରୁ ମେ ପର୍ଯ୍ୟନ୍ତ ୩ ମାସ ପାଇଁ ଦେଶର ତାପମାତ୍ରାର ପୂର୍ବାନୁମାନ କରାଯାଇଛି। ଏଥର ଖରାଦିନ...

ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କୁ ଆମେରିକାରୁ ମିଳୁଛି ଅଫର୍‌

ନୂଆଦିଲ୍ଲୀ,୨୫।୪: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍‌ ଏୟାରଓ୍ବେଜ୍‌ କିଛିଦିନ ତଳେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ଏଥିରେ କାର୍ଯ୍ୟରତ ଥିବା ଶହ...

ତୃତୀୟ ଲହର ଆଶଙ୍କା ନେଇ ଆତଙ୍କ: ରାଜସ୍ଥାନରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ଜୟପୁର,୨୪।୫: କରୋନାର ତୃତୀୟ ଲହର ଆଶଙ୍କା ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନର ଦୌସା ଏବଂ ଡୁଙ୍ଗରପୁର ଦୁଇ ଜିଲାରେ ୬୦୦ରୁ ଅଧିକ ଶିଶୁ...

ପୋଲିସଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌: ସୀମା ଅତିକ୍ରମ ନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ, ୨୯।୧୦: ସୋସିଆଲ୍‌ ମିଡ଼ିଆରେ କରାଯାଉଥିବା ପୋଷ୍ଟକୁ ନେଇ ସୁପ୍ରିମ୍‌କୋର୍ଟ ପୋଲିସଙ୍କୁ ତାଗିଦ୍‌ କରିଛନ୍ତି। ଲୋକଙ୍କୁ ଏନେଇ ଅଯଥା ହଇରାଣ ନ କରିବାକୁ ସୁପ୍ରିମ୍‌କୋର୍ଟ କହିଛନ୍ତି।...

୬୩ ବର୍ଷ ମଧ୍ୟରେ ପ୍ରଥମଥର ସାଧାଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ନାହିଁ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା

ନୂଆଦିଲ୍ଲୀ,୨୫ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଚଳିତବର୍ଷର ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତାଙ୍କ ସହ କଥାହେବେ । ଭିଡିଓ କନଫରେନ୍ସିଂ ଜରିଆରେ ଦିନ ପ୍ରାୟ...

ୟୁପିରେ ବର୍ଷାର ପ୍ରକୋପ,ଝଡ଼ ତୋଫାନ ନେଲା ୧୯ଜୀବନ

ଲକ୍ଷ୍ନୌ,୭।୬: ଭୀଷଣ ଖରାରେ ସିଝୁଥିବା ଉତ୍ତରପ୍ରଦେଶରେ ଗୁରୁବାର ବର୍ଷା ହେବା ପରେ ଗରମରୁ ଟିକେ ନିସ୍ତାର ମିଳିଛି। ଗୁରୁବାର ସନ୍ଧ୍ୟାରେ ଲକ୍ଷ୍ନୌ ଓ ଆଖପାଖ ଅଞ୍ଚଳରେ...

Advertisement
Archives

Model This Week