ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇଲେ ଲୋକେ

ବାହାନଗା, ୨୫ ।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଶନିବାର ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଥିଲା। ଯାଞ୍ଚ ପରେ ରବିବାର ବ୍ଲକ ଓ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନଙ୍କର ନାମ ତାଲିକା ପ୍ରକାଶ କରାଯାଇଥାଏ। ସେହି ଅନୁଯାୟୀ ରବିବାର ଅପରାହ୍ନରେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣ୍ଡାଶୁଣି ପଞ୍ଚାୟତ କାନ୍ଥରେ ଦୁଇଥର ନାମ ତାଲିକା ପ୍ରକାଶକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଗ୍ରାମ ପଞ୍ଚାୟତ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରଖି ତାଲା ପକାଇ ଦେଇଥିଲେ। ଖନ୍ତାପଡା ଥାନା ଅଧିକାରୀ ଓ ବାହାନଗା ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରି ପଞ୍ଚାୟତ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ପଣ୍ଡାଶୁଣି ପଞ୍ଚାୟତ ଅଧିକାରିଣୀ ଲିଲିମା ସିଂ ରବିବାର ଚୂଡାନ୍ତ ସରପଞ୍ଚ ପ୍ରାର୍ଥୀମାନଙ୍କ ନାମତାଲିକା ବ୍ଲକରୁ ଆଣି ପଞ୍ଚାୟତ କାନ୍ଥରେ ଲଗାଇଥିଲେ। ପ୍ରଥମେ ୫ଜଣଙ୍କ ନାମ ନୋଟିସ୍‌ ବୋର୍ଡରେ ଚୂଡାନ୍ତ ତାଲିକାରେ ଲଗାଯାଇଥିବା ବେଳେ ପୁନର୍ବାର ସନ୍ଧ୍ୟା ୬ଟା ପରେ ଅନ୍ୟ ୨ଜଣଙ୍କ ଚୂଡାନ୍ତ ସରପଞ୍ଚ ପ୍ରାର୍ଥୀଙ୍କ ନାମ ନୋଟିସ୍‌ ବୋର୍ଡରେ ମାରିବାରୁ ଲୋକମାନେ ବିରୋଧ କରିଥିଲେ ା ଉତ୍ତ୍ୟକ୍ତ ଲୋକେ ପଞ୍ଚାୟତ ଅଧିକାରିଣୀ ଲିଲିମା ସିଂଙ୍କୁ ଗ୍ରାମବାସୀ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଦେଇଥିଲେ। ଉପରିସ୍ଥ ଅଫିସର ଆସିବା ପରେ ଛଡାଯିବ ବୋଲି ଅଡି ବସିଥିଲେ। ବାହାନଗା ତହସିଲଦାର ରାଜେନ୍ଦ୍ର ନାରାୟଣ କର ଓ ଖନ୍ତାପଡା ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ନାୟକ ସଦଳବଳେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହିତ ଅଟକ ଅଧିକାରୀଙ୍କୁ ରାତିରେ ଉଦ୍ଧାର କରିଥିଲେ। ପଞ୍ଚାୟତ ଅଧିକାରିଣୀ ଲିଲିମା ସିଂ କହିଥିଲେ ଯେ, ୨ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ରହିଯାଇଥିଲା। ସେ ପ୍ରଥମେ ୫ଜଣଙ୍କ ଚୂଡାନ୍ତ ତାଲିକା ମାରି ସାରିବା ପରେ ଅନ୍ୟ ଦୁଇଜଣଙ୍କ ନାମ ରହିଯାଇଥିବା ବ୍ଲକରୁ ଫୋନ ଆସିଥିଲା। ବ୍ଲକକୁ ଯାଇ ସେ ଦୁଇଟି ନାମକୁ ଆଣି କାନ୍ଥରେ ନୋଟିସ୍‌ ବୋର୍ଡରେ ମାରିଥିଲି। ତେବେ ପଛରେ ମରାଯାଇଥିବା ଦୁଇଜଣଙ୍କ ନାମକୁ ଲୋକମାନେ କାନ୍ଥରୁ ବାହାର କରିଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍‌ସି ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସିଏସ୍‌ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର...

‘ଯୋଗ୍ୟ ହିତାଧିକାରୀ ବାଛିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ’

ଭୁବନେଶ୍ବର,୧୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ସ୍ବଚ୍ଛ ଓ ନିରପେକ୍ଷଭାବେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ। ଏଥିଲାଗି...

ସ୍ବାଧୀନତା, ସମ୍ପତ୍ତି ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ସାଇବର ଓ ଅର୍ଥନୈତିକ ଅପରାଧର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସରେ ୧୪ ନୂଆ ଥାନାକୁ ଉଦ୍‌ଘାଟନ କରିଛନ୍ତି।...

କମୁଛି କରୋନା ଗ୍ରାଫ୍‌ : ଅଳ୍ପ ଦିନ ଭିତରେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଫେରିବା

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଏହାକୁ ମାାନିଲେ ଆଗକୁ ଏହି ଟ୍ରେଣ୍ଡ ଜାରି ରହିବ। ବହୁତ ଅଳ୍ପ...

ଦ୍ୱିତୀୟ ଦିନରେ ଶରଣକୁଳ ଫୁଟବଲ୍‌ ଟୁର୍ନାମେଣ୍ଟ :ଟାଇବ୍ରେକରରେ ଝାଡ଼ଖଣ୍ଡ ବିଜୟୀ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟ ଚାଲୁ ରହିଛି। ଦ୍ୱିତୀୟ...

ଜିଲା ରେଡ୍‌କ୍ରସ୍‌ ପାଣ୍ଠିକୁ ୪୪ କୋଟି ୫୦ଲକ୍ଷ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଭାଇରସ୍‌କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟତମ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୩୦ ଜିଲାର ରେଡ୍‌କ୍ରସ ପାଣ୍ଠିକୁ ୪୪କୋଟି ୫୦...

ଖୋଲିଲା ଭିତରକନିକା, ପ୍ରଥମ ଦିନରେ ୪୭ ପର୍ଯ୍ୟଟକ

ରାଜନଗର, ୨।୮ (ଭାସ୍କର ରାଉତରାୟ): ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ମଙ୍ଗଳବାରଠାରୁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ଦୀର୍ଘ ୩ମାସ ପରେ ଭିତରକନିକା...

ପୁରୁଣା ଚେର

ଭୁବନେଶ୍ୱର,୧୫।୬(ବ୍ୟୁରୋ):  ଓଡ଼ିଶାରେ ନକଲି ଔଷଧର କାରବାର ବହୁ ପୁରୁଣା। ୨୦୦୭ ଜୁଲାଇ ୨୦ରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରରେ ନକଲି ଔଷଧ କାରଖାନା ଠାବ ହୋଇଥିଲା।...

Advertisement
Archives

Model This Week