Posted inଜାତୀୟ

ଜବରଦଖଲ ଉଚ୍ଛେଦ ବେଳେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ

ପାଟଣା,୧୧।୨: ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ ଫୋର୍ସ ସହ ଯାଇଥିବା ମାଜିଷ୍ଟ୍ରେଟଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ବିହାରର ପାଟଣା ନଗରନିଗମ ଅଧୀନ ଖାଜେକଲା ଥାନା ଅଞ୍ଚଳରେ ଘଟିଛି। ଏହାର ଭିଡିଓ ଭାଇରାଲ ହୋଇଛି।

ମିଳିଥିବା ସୂଚନା ମୁତାବକ, ଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ମାଜିଷ୍ଟ୍ରେଟ ରାକେଶ କୁମାର ପୋଲିସ ଫୋର୍ସ ସହ ଜବରଦଖଲ ଉଚ୍ଛେଦ ନେଇ ୱାର୍ଡ ନଂ ୬୦ରେ ପହଞ୍ଚିଥିଲେ। ହେଲେ ସ୍ଥାନୀୟ ଲୋକେ ଉଚ୍ଛେଦକୁ ବିରୋଧ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ କରିବା ନେଇ କୁହାଯାଇଥିଲା। ଲୋକେ ଏହାକୁ ମାନି ନ ଥିଲେ। ଏନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରି କି ଉତ୍ତ୍ୟକ୍ତ ଲୋକେ ମାଜିଷ୍ଟ୍ରେଟଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପୋଲିସ ମାଜିଷ୍ଟ୍ରେଟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରାଯିବ ବୋଲି ଘଟଣାର ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୱାର୍ଡ ନଂ ୬୦ରେ ଏକ ଜଳ ଯୋଗାଣ କେନ୍ଦ୍ର କରିବା ନେଇ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି। ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ବର୍ଷେ ହେଲା କାମ ବନ୍ଦ ରହିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେନି ରାହୁଲ

ନୂଆଦିଲ୍ଲୀ,୩ା୫: ଶୁକ୍ରବାର ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା। ଆଜି ରାହୁଲ ରାୟଗଡ଼ା ଗସ୍ତରେ ଆସି ଏକ ସମାବେଶରେ ସମ୍ବୋଧିତ କରିଥାନ୍ତେ। ମାତ୍ର ଏହି...

ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ନୂଆଦିଲ୍ଲୀ, ୩।୫:ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଠାରେ ଅକାଳ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ। ସେହିପରି ପୂରା ଜୀବନ କାଳ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ...

ଶେଷରେ ସବୁ ଚର୍ଚ୍ଚାର ଘଟିଲା ଅନ୍ତ: ରାଏବରେଲି-ଆମେଠିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୩।୫: ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

ସର୍ଭେ ଆଳରେ ଭୋଟର ପଞ୍ଜୀକରଣ ମନା

ନୂଆଦିଲ୍ଲୀ,୩ା୫(ପି.ଟି.):ସର୍ଭେ ଆଳରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରସ୍ତାବିତ ଲାଭଦାୟକ ଯୋଜନା ପାଇଁ ଭୋଟରମାନଙ୍କୁ ପଞ୍ଜୀକୃତ କରାଉଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ (ଇସି)...

କୋଭିଶିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା: ସୁପ୍ରିମକୋର୍ଟରେ କ୍ଷତିପୂରଣ ଦାବି

ନୂଆଦିଲ୍ଲୀ,୩ା୫:କରୋନା ପ୍ରତିଶେଧକ ଟିକା କୋଭିଶିଲ୍ଡର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିବା ପରେ ଏହାର ଯାଞ୍ଚ ପାଇଁ ଜଣେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ...

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri