Posted inUncategorized

ଲୋକଙ୍କୁ ମିଳୁନି, ରାସ୍ତାରେ ବୋହୁଛି

ଯାଜପୁର ଅଫିସ,୬ା୨:ଯାଜପୁର ଜିଲାରେ ୯୦ ପ୍ରତିଶତ ଲୋକ ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରୁନାହାନ୍ତି। ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ଏଯାଏ ଲୋକଙ୍କୁ ପାନୀୟ ଜଳ ଯୋଗାଇପାରିନାହିଁ। ଏଭଳିସ୍ଥଳେ ଶତାଧିକ ପାଇପ୍‌ ଜଳ ପ୍ରକଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟିଯାଇଛି। ଫଳରେ ପାନୀୟ ଜଳ ରାସ୍ତାରେ ବୋହିଯାଉଛି। ପାଇପ୍‌ଗୁଡ଼ିକର ମାନ ଯାଞ୍ଚକାରୀ ସଂସ୍ଥା ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପ୍ଲାଷ୍ଟିକ ଇଞ୍ଜିିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି ବା ସିପେଟ୍‌) କର୍ତ୍ତୃପକ୍ଷ ଏବଂ ପାଇପ୍‌ ଯୋଗାଣକାରୀ ସଂସ୍ଥା ମଧ୍ୟରେ ଭିତିରିଆ ବୁଝାମଣା ଯୋଗୁ ଏଭଳି ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲାର ୧୫୬୦ ଗୋଟି ରାଜସ୍ବ ଗ୍ରାମର ୩,୭୮,୬୪୫ ପରିବାର ମଧ୍ୟରୁ ଅଦ୍ୟାବଧି ପ୍ରାୟ ୩୭ ହଜାର ପରିବାରଙ୍କୁ ପାଇପ ଯୋଗେ ଜଳଯୋଗାଣ ବ୍ୟବସ୍ଥା ହୋଇଛି, ଯାହାକି ପ୍ରାୟ ୧୦ ପ୍ରତିଶତ ହେବ। ଜିଲାରେ ପ୍ରାୟ ୪୫୦ଟି ପାଇପ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଜଳଯୋଗାଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ଦାବି ହେଉଛି। ଏହାବାଦ୍‌ କେତେକ ପାଇପ ଜଳଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ସୂଚନା ଦିଆଯାଉଛି। ଜିଲାରେ ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ୫ ବର୍ଷ ନିର୍ମାଣାଧୀନ ରହିଛି। ହେଲେ ସେଥିରୁ ଗୋଟିଏ ବି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ଏଥିପାଇଁ ପ୍ରାୟ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଗଲାଣି। ହେଲେ ନିର୍ଦ୍ଧାରିତ ପରିବାରବର୍ଗ ପାଇପ୍‌ ପାଣି ପାଇଁ ଚାହିଁ ରହିଛନ୍ତି। ଅନେକ ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ବି ପାନୀୟ ଜଳ ଯୋଗାଇ ହୋଇପାରୁନାହିଁ। ଜିଲାରେ ଏଭଳି ୧୦୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ରହିଥିବା କୁହାଯାଉଛି। ୯୦ ପ୍ରତିଶତ ପରିବାରଙ୍କୁ ପାଇପ୍‌ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଇପାରୁ ନ ଥିବାରୁ ନଳକୂପ ଉପରେ ଜିଲାର ଅଧିକାଂଶ ଲୋକ ନିର୍ଭର କରୁଛନ୍ତି। ଅନ୍ୟପକ୍ଷେ ଶିଳ୍ପ ଓ ଖଣି ଅଞ୍ଚଳର ଭୂତଳ ଜଳରେ ଆଇରନ ଅଂଶ ବେଶି ରହୁଥିବା କାରଣରୁ ସମ୍ପୃକ୍ତ ଅଞ୍ଚଳର ଲୋକେ କିଡ୍‌ନୀ ରୋଗର ଶିକାର ହେଉଛନ୍ତି। ଜଳଯୋଗାଣ ପ୍ରକଳ୍ପଗୁଡିକରେ ଯେଉଁ ପାଇପ ବ୍ୟବହାର ହେଉଛି, ତାହାର ପୂର୍ବ ଏବଂ ପରବର୍ତ୍ତୀ ମାନ ଯାଞ୍ଚ କରିବାକୁ କେନ୍ଦ୍ର ସରକାରଙ୍କ ସଂସ୍ଥା ସିପେଟ୍‌ ରହିଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଚେନ୍ନାଇରେ ରହିଥିବାବେଳେ କେତେକ ଅଣଓଡ଼ିଆ ଯୋଗାଣକାରୀ ସଂସ୍ଥା ଏଠାକୁ ପାଇପ୍‌ ଯୋଗାଣ କରୁଛନ୍ତି। ଓଡ଼ିଶାରେ ଥିବା ପାଇପ ନିର୍ମାଣକାରୀ ସଂସ୍ଥାଗୁଡିକୁ ଅଣଦେଖା କରାଯାଉଛି। ନିକଟରେ ଦାନଗଦି ଓ ରସୁଲପୁର ବ୍ଲକରେ ନିର୍ମାଣାଧୀନ ମେଗା ଜଳଯୋଗାଣ ପ୍ରକଳ୍ପ ପାଇଁ ୧,୩୬,୬୩୧ ମିଟର ପାଇପ୍‌ର ମାନ ଉପରେ ସିପେଟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ହେଲେ ବିଭିନ୍ନ ସମୟରେ ପାଇପ୍‌ ଫାଟି ଗାଁ ଦାଣ୍ଡରେ ପାଣି ବୋହୁଥିବା ଦେଖିବାକୁ ମିଳୁଛି।
ଜିଲାର ବଡ଼ଚଣା ବ୍ଲକ ସିହା ପଞ୍ଚାୟତରେ ସକାଳ ବେଳା କଁାଭଁା ଜଳଯୋଗାଣ ହେଉଛି। ଏହି ପ୍ରକଳ୍ପର ଅନେକ ଜାଗାରେ ପାଇପ୍‌ ଫାଟି ପାଣି ନଷ୍ଟ ହେଉଛି ବୋଲି ସିହା ଗ୍ରାମର ପ୍ରମୋଦ କୁମାର ବିଶ୍ୱାଳ, ପ୍ରତାପ କୁମାର ସାହୁ, ବୀର ଚରଣ ସାହୁ, ନିରଞ୍ଜନ ସାହୁ, ମନୋଜ କୁମାର ସେଠୀ, ଛବି ବେହେରା ପ୍ରମୁଖ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ (ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ) ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଆହୁରି ଦର୍ଶାଯାଇଛି ଯେ, ପାଣିଟାଙ୍କି ନିର୍ମାଣରେ ତ୍ରୁଟି ରହିଥିବାରୁ କେବେ ବି ସମ୍ପୂର୍ଣ୍ଣ ଭାବେ ପାଣି ଭର୍ତ୍ତି କରାଯାଉନାହିଁ। ସମ୍ପୃକ୍ତ କର୍ମଚାରୀମାନେ କୁହନ୍ତି, ଇଚ୍ଛା ହେଲେ ପାଣି ଦେବୁ ନ ହେଲେ ନାହିଁ। ଯେଉଁମାନେ ବିଜେଡି ବିରୋଧରେ ଭୋଟ ଦେଇଛନ୍ତି, ସେମାନଙ୍କ ଘରକୁ ପାଣି ଦେବୁ ନାହିଁ ବୋଲି କର୍ମଚାରୀମାନେ କହୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେହିପରି ଯାଜପୁର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ସବଡିଭିଜନ ଅନ୍ତର୍ଗତ ସୁଜନପୁର ପଞ୍ଚାୟତରେ ୩ ବର୍ଷ ହେବ ନିର୍ମାଣ ହୋଇଥିବା ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ଭାବେ ଲୋକଙ୍କ କାମରେ ଆସି ପାରିନାହିଁ। ଏହି ମର୍ମରେ ସରପଞ୍ଚ ବିଷ୍ଣୁପ୍ରିୟା ମହାକୁଡ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାରେ ଏଭଳି ଅନେକ ପାଇପ ଫାଟିବା ଯୋଗୁ ସମ୍ପୃକ୍ତ ଅଞ୍ଚଳବାସୀ ପାଇପ୍‌ ଜଳ ପାଇବାରୁ ବଞ୍ଚିତ ରହୁଛନ୍ତି। ଏ ସଂକ୍ରାନ୍ତରେ ମତାମତ ନେବାକୁ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସୁଶାନ୍ତ କୁମାର ଘଡେଇଙ୍କୁ ଯୋଗାଯୋଗ କରାଯାଇ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୪ ନଦୀରେ ପାଣି ନାହିଁ

ନୂଆଦିଲ୍ଲୀ,୮ା୪:ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ୪ଟି ନଦୀ ଏବେ ଶୁଖିଲା ପଡ଼ିଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି)ଙ୍କ ତଥ୍ୟରୁ ଜଣାପଡ଼ିଛି। ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅସହ୍ୟ...

ଚଳିତ ଆର୍ଥିକବର୍ଷର କାରବାର ଶେଷ, ସେନ୍‌ସେକ୍ସ ୭୪,୦୦୦ ନିକଟବର୍ତ୍ତୀ

ନୂଆଦିଲ୍ଲୀ,୨୯।୩: ଚଳିତ ଆର୍ଥିକ ବର୍ଷର ଅବଧି ଶେଷ ପୂର୍ବରୁ ଘରୋଇ ଶେୟାର ବଜାରର କାରବାର ଗୁରୁବାର ଶେଷ ହୋଇଛି। ବିଶେଷକରି ୨୦୨୩-୨୪ ଆର୍ଥିକ ବର୍ଷ (...

କେଜରିଓ୍ବାଲ କିଙ୍ଗପିନ, ସିସୋଡିଆ ମୁଖ୍ୟ ଷଡଯନ୍ତ୍ରକାରୀ: ଇଡି

ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗୁରୁବାର (୨୧ ମାର୍ଚ୍ଚ ୨୦୨୪) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଦ ନୀତିରେ...

୨୦ ଲକ୍ଷ ଟଙ୍କା ହଡ଼ପ କରିନେଲେ ବିଇଓ

ଦାରିଙ୍ଗବାଡି,୨୦।୩(ଅରୁଣ ସାହୁ): ଶିକ୍ଷକ ନ୍ୟାଶନାଲ ପେନସନ ସିଷ୍ଟମର ୨୦ ଲକ୍ଷ ହଡପ କରି ବିଇଓ ରସାନନ୍ଦ କର ଏବେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଦାରିଙ୍ଗବାଡି...

ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…

ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍‌ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି।...

ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି 

ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍‌ରେ ବିଜେତା...

ପଓ୍ବନ୍‌ ସିଂଙ୍କ ପରେ ନିର୍ବାଚନରୁ ଓହରିଲେ ଉପେନ୍ଦ୍ର ସିଂ ରାଓ୍ବତ୍‌

ନୂଆଦିଲ୍ଲୀ,୪।୩ : ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଜପା-ବିଜେଡି ବାହାଘର

ଛେଣ୍ଡିପଦା,୩।୩ (ଅଜିତ ଧଳ): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୋଶଳାସ୍ଥିତ ମା’ ରାମଚଣ୍ଡୀଙ୍କ ପୀଠ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ଶନିବାର ଭାଜପା ଓ ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri