Posted inଜାତୀୟ

ଆଇନଜୀବୀଙ୍କ ବିରୁଦ୍ଧରେ ଅବମାନନା ମାମଲା ଯୋଗୁ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟୁଛି…

ଲକ୍ଷ୍ନୌ, ୨୭।୧୨: ଆଇନଜୀବୀଙ୍କ ବିରୁଦ୍ଧରେ ଅବମାନନା ମାମଲା ଅତ୍ୟନ୍ତ ଦୁଃଖଦ ତଥା ଯନ୍ତ୍ରଣାଦାୟକ ଘଟଣା। ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟୁଛି। ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ୍‌ ପକ୍ଷରୁ ଏକ ମାମଲାର ବିଚାର କରି ଏଭଳି କୁହାଯାଇଛି। ୧୨ ଜଣ ଆଇନଜୀବୀଙ୍କ ବିରୁଦ୍ଧରେ ହୋଇଥିବା ଅବମାନନା ମାମଲାର ବିଚାର ସମୟରେ କୋର୍ଟ ଏହା କହିଛନ୍ତି।

ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ନରେନ୍ଦ୍ର କୁମାର ଜୋହାରିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆଇନଜୀବୀ କୋର୍ଟର ଅଫିସର ଭାବେ କାର୍ଯ୍ୟ କରିଥାନ୍ତି। ତାଙ୍କ ଦ୍ୱାରା ଅବମାନନା ଅଭିଯୋଗ ଆସିବା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାର ଥିବା ଆସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲାଗୁଛି।

୨୧ ବର୍ଷ ତଳେ ୨୦୦୦ ନଭେମ୍ବର ୧୪ ଏବଂ ଡିସେମ୍ବର ୧ରେ ଆଇନଜୀବୀଙ୍କ ଆନ୍ଦୋଳନ ସମୟରେ ୧୨ ଜଣ ଆଇନଜୀବୀ ଦାୟିତ୍ୱରେ ଥିବା ଗୋଣ୍ଡା ଜିଲା ଜଜ୍‌ଙ୍କୁ ଖରାପ ବ୍ୟବହାର ଦେଖାଇଥିଲେ। ଏନେଇ ୨୦୦୧ ଅକ୍ଟୋବର ୩୦ରେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ପାଖରେ ଏହି ଆବେଦନ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରୁ ଫେରିଥିବା ୫ ଯାତ୍ରୀ କରୋନା ପଜିଟିଭ୍‌: ଦିଲ୍ଲୀରେ ଆତଙ୍କ

ନୂଆଦିଲ୍ଲୀ,୨୨।୧୨: ବ୍ରିଟେନରୁ ଭାରତ ଫେରିଥିବା ୫ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ବ୍ରିଟେନ୍‌ରୁ ନୂଆଦିଲ୍ଲୀର ବିମାନବନ୍ଦରରେ ଆସି ପହଞ୍ଚିଥିବା ୨୬୬ ଯାତ୍ରୀଙ୍କର...

ଅପରାହ୍ନରେ ଘୋଷଣା ହେବ ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନର ତାରିଖ ସୋମବାର ଅପରାହ୍ନରେ ଅର୍ଥାରତ ୩ଟା ୩୦ରେ ଘୋଷଣା କରାଯାଇପାରେ। ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କମିଶନ ଏହା...

ନିଷିଦ୍ଧାଞ୍ଚଳରେ ଜରୁରୀ ଔଷଧର ହୋମ୍‌ ଡେଲିଭରି ସମ୍ଭବ

ନୂଆଦିଲ୍ଲୀ,୨୮ା୫(ପି.ଟି.): କରୋନା ସଂକ୍ରମଣ ରୋକିବା ଲାଗି ନିଷିଦ୍ଧାଞ୍ଚଳ ଘୋଷିତ ସ୍ଥାନଗୁଡ଼ିକରେ ମାଆ ଓ ଶିଶୁମାନଙ୍କ ସ୍ବାସ୍ଥ୍ୟ ଯେପରି ପ୍ରଭାବିତ ନ ହୁଏ, ସେଥିପାଇଁ କ୍ୟାଲସିୟମ, ଆଇରନ/ଫୋଲିକ୍‌...

୬ରେ ସେନାଧିକାରୀ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,୪ା୬: ସୀମା ବିବାଦକୁ ନେଇ ଲଦାଖ ପୂର୍ବାଞ୍ଚଳରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିବାବେଳେ ଏହାର ସମାଧାନ ଲାଗି ୬ ତାରିଖରେ ଦୁଇ ଦେଶର...

ଯୋଗୀଙ୍କ ଶାସନରେ ଏନ୍‌କାଉଣ୍ଟର, ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି…

ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶାସନରେ ଏନ୍‌କାଉଣ୍ଟରରେ ୧୩୯ ଅପରାଧୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୧୫୭୪ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଜବତ ହୋଇଛି।...

ଗୃହରେ ବିଶୃଙ୍ଖଳିତ ଆଚରଣ ଅକ୍ଷମଣୀୟ

ନୂଆଦିଲ୍ଲୀ, ୬।୭ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟ ଏବଂ ବିଧାନସଭା ଭିତରେ ଆଇନ ପ୍ରଣେତାଙ୍କ ବିଶୃଙ୍ଖଳିତ ଆଚରଣକୁ କ୍ଷମା କରାଯାଇପାରିବ ନାହିଁ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଗୃହ...

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ,୧୫।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ...

ଇଭିଏମ୍‌ରୁ ଚିହ୍ନ ହଟାଇବା ଲାଗି ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୩୧।୧୦(ପି.ଟି.): ବାଲଟ ପେପର ଏବଂ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ୍‌ (ଇଭିଏମ୍‌)ରୁ ଦଳୀୟ ଚିହ୍ନ ହଟାଇ ତାହା ପରିବର୍ତ୍ତେ ପ୍ରାର୍ଥୀଙ୍କ ନାମ, ବୟସ, ଶିକ୍ଷାଗତ ଯୋଗ୍ୟତା ଓ...

Advertisement
Archives

Model This Week