Posted inଜାତୀୟ

ବୀରଭୂମୀ ହିଂସା ପରେ ଘର ଛାଡୁଛନ୍ତି ଲୋକେ

କୋଲକାତା,୨୩ ।୩: ପଶ୍ଚିମବଙ୍ଗର ବୀରଭୂମୀରେ ତ୍ରୁଣମୂଳ କଂଗ୍ରେସ ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯିବା ପରେ ୮ ଜଣଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି । ଏହି ଘଟଣା ପରେ ବୀରଭୂମୀ ଜିଲା ବାଗୁଟି ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏଭଳି ହିଂସା ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଘରଛାଡି ବାହାରକୁ ଚାଲିଯାଉଥିବା ଦେଖାଯାଇଛି । ଲୋକଙ୍କ ମନରେ ଭୟ ରହୁଛି ଯେ ଯଦି ପୁଣିଥରେ ଏଭଳି କିଛି ଘଟଣା ଘଟେ ତେବେ ସେମାନେ ଜୀବନ୍ତ ରହିପାରିବେ କି ନା ତାହା ସନ୍ଦେହ ।
ମୃତ ତ୍ରୁଣମୂଳ କଂଗ୍ରେସ ନେତାଙ୍କ ଭାଇ ନୁର ଅଲି ବି ଗାଁ ଛାଡୁଥିବା ଦେଖାଯାଇଛି । ସେ କହିଛନ୍ତି ପରିବାର ସଦସ୍ୟଙ୍କୁ ହରାଇବା ପରେ ଆଉ ଏଠାରେ ରହିବା ସୁରକ୍ଷିତ ନୁହେଁ । ଏହା ବ୍ୟତୀତ ମୋ ପରିବାରରେ ମହିଳାମାନେ ଅଛନ୍ତି ସେମାନଙ୍କ ସୁରକ୍ଷା କରିବା ଜରୁରୀ । ତେଣୁ ସେ ଗାଁ ଛାଡିବାକୁ ବାଧ୍ୟ ହେଉନ୍ତି । ତେବେ ନୁର ଅଲିଙ୍କୁ ଗାଁ ଛାଡିବାରେ ସହଯୋଗ କରୁଥିବା ଜଣେ ସମ୍ପର୍କୀୟ କହିଛନ୍ତି ବୀରଭୂମୀରେ ଯାହା ସବୁ ଘଟିଗଲା ସେଥିପାଇଁ ପୋଲିସ ଦାୟୀ । କାରଣ ଏଭଳି ଘଟଣା ଘଟିବା ପୂର୍ବରୁ ପୋଲିସ କିଛି କରିପାରିଲା ନାହିଁ ।
ଅନ୍ୟପଟେ ଏହି ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସିବିଆଇ ତଦନ୍ତ ଦାବି କରିଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ରିପୋର୍ଟ ମାଗିଛି । ଏହା ବ୍ୟତୀତ ଖୁବଶୀଘ୍ର କେନ୍ଦ୍ର ସରକାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଘଟଣାସ୍ଥଳକୁ ପଠାଇବା ସହ ଭାଜପା ଏହି ଘଟଣାକୁ ନେଇ ୫ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିବାକୁ ଯାଉଛି ଏହି କମିଟି ଖୁବଶୀଘ୍ର ହିଂସାଗ୍ରସ୍ତ ଅଞ୍ଚଳ ଗସ୍ତ କରି ଏ ରିପୋର୍ଟ ପ୍ରସ୍ତୁତ କରି ଜେପି ନଡ୍ଡାଙ୍କୁ ଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri