ଟିକା ନେବାକୁ ଡରୁଛନ୍ତି ଲୋକେ

ବୁଗୁଡ଼ା,୧୪ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ପଞ୍ଚାୟତରେ ଟିକା ନେବାକୁ ଲୋକେ ଡରୁଛନ୍ତି l ଏହି ପଞ୍ଚାୟତର ଦୁଇଟି ଆଦିବାସୀ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀପଲ୍ଲୀର ଜଣେ ବି ଲୋକ ଟିକା ନେବାକୁ ଆସି ନ ଥିବା ବେଳେ ଗୋଲିଆ, ବାଦୁଆ, ଚିରିକିପଡ଼ା, କୁଶପଲ୍ଲୀ ଆଦି ଗ୍ରାମରେ ମଧ୍ୟ ଅଧିକାଂଶ ଲୋକ ଟିକା ନେବାକୁ ଆସୁ ନ ଥିବା ଜଣାପଡ଼ିଛି। ଗତ ୧୦ ତାରିଖରେ ଗୋଲିଆ, ବାଦୁଆ, ଚିରିକିପଡ଼ା ଓ ମରେଇପଲ୍ଲୀ ଗ୍ରାମରେ ସ୍ବାସ୍ଥ୍ୟ ଟିମ୍‌ ଟିକା ଦେବା ପାଇଁ ପହଞ୍ଚିଥିଲେ। ଟିକାକରଣ ନେଇ ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯିବା ସହ ଉକ୍ତ ଦିନ ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ନିଜ ନିଜ ଅଞ୍ଚଳରେ ଘର ଘର ବୁଲି ଟିକା ନେବା ପାଇଁ ବୁଝାଇ ଥିଲେ। ତଥାପି ଅଧିକାଂଶ ଲୋକ ଟିକା ନେବାକୁ ରାଜି ହୋଇ ନ ଥିଲେ।

ଫଳରେ ଗୋଲିଆ, ବାଦୁଆରେ ମାତ୍ର ୧୦ ଜଣ, ଚିରିକିପଡ଼ାରେ ୨ ଜଣ ଟିକା ନେଇ ଥିବା ବେଳେ ଆଦିବାସୀ ବହୁଳ ଗ୍ରାମ ମରେଇପଲ୍ଲୀ ଓ ଡାହାଣୀ ପଲ୍ଲୀରେ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ସହ ସ୍ବାସ୍ଥ୍ୟ ବିଭାଗ ଏଏନ୍‌ଏମ୍‌ ଘର ଘର ବୁଲି ଆଦିବାସୀମାନଙ୍କୁ ବୁଝାଇବା ସହ ଘଣ୍ଟା ଘଣ୍ଟା କାଳ ଅପେକ୍ଷା କରି ଶେଷରେ ନିରାଶରେ ଫେରିଥିଲେ ସ୍ବାସ୍ଥ୍ୟ ଟିମ୍‌। ଆଜି ଗୋଲିଆ ଏଏନ୍‌ଏମ ରେଶମା ରାଣୀ ସ୍ବାଇଁ କୁଶାପଲ୍ଲୀ ଗ୍ରାମକୁ ଯାଇ ବହୁ ବୁଝାଶୁଝା କଲା ପରେ ବି ମାତ୍ର ୫ ଜଣ ଟିକା ନେଇଥିବା ସେ କହିଛନ୍ତି l ଟିକା ନେବା ପରେ ଜ୍ବରରେ ଆକ୍ରାନ୍ତ ହୋଇ ଗୋଲିଆ ଗ୍ରାମର ଜଣେ ୫୫ ବର୍ଷୀୟା ମହିଳା ଓ ଜଣେ ଗର୍ଭବତୀ ଯୁବତୀଙ୍କ ମୃତ୍ୟୁ ହୋଇ ଯାଇ ଥିବା ନେଇ ଗାଁରେ ହାଲ୍ଲା ହୋଇଥିବାରୁ ଭୟରେ ଅଧିକାଂଶ ଲୋକ ଟିକା ନେବାକୁ ଡରୁଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ l ତେବେ ଯୁବକମାନେ ଟିକା ନେବାକୁ ଆଗ୍ରହୀ ଥିବା ସେ କହିଛନ୍ତି l ଆସନ୍ତା ୧୬ ତାରିଖ ମଧ୍ୟରେ ଗୋଲିଆ ପଞ୍ଚାୟତର ୪୫ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିବା ବେଳେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ ଅଡୁଆରେ ପଡ଼ିଯାଇଛନ୍ତି l ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର...

ହିଡିସିଙ୍ଗ ପ୍ରକଳ୍ପ ପାଇଁ ଯୁଗ୍ମ କମିଟି ଯାଞ୍ଚ: ୨ ସପ୍ତାହରେ ଯିବ ଜମି ଅନୁମତି ପ୍ରସ୍ତାବ

ବନ୍ତଳା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି...

ଜାତୀୟସ୍ତର ଫିଲ୍ମ ଫେଷ୍ଟିଭାଲରେ ‘ଅଭିଳାଷ’

ବ୍ରହ୍ମପୁର ଅଫିସ,୭ା୬-ଗଞ୍ଜାମ ଜିଲା ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଅନୁଷ୍ଠାନ ନୃତ୍ୟମର ମୁଖ୍ୟ କୃଷ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ଅଭିଳାଷ’ ଜାତୀୟସ୍ତରର ଫିଲ୍ମ...

ଗ୍ରାମ ଜଙ୍ଗଲରୁ କାଠ କାଟିବା ଅଭିଯୋଗ: ୨ ଟ୍ରକ୍‌ ଅଟକ

କୋରାପୁଟ,୨୭।୮(ସ୍ବ.ପ୍ର.): କୋରାପୁଟ ବ୍ଲକର ପଦ୍ମପୁର ଗ୍ରାମବାସୀ ସୋମବାର ବିଳମ୍ବିତ ରାତିରେ ୨ଟି କାଠ ବୋଝେଇ ଟ୍ରକ୍‌କୁ ଅଟକ ରଖିଛନ୍ତି। ଗ୍ରାମ ଜଙ୍ଗଲରୁ କାଠ କାଟିଥିବା ଅଭିଯୋଗରେ...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଗ୍ରାମବାସୀ

କୋକସରା, ୩୧।୮ (ଡି.ଏନ.ଏ.) କଳାହାଣ୍ଡି ଜିଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା କୋକସରା ବ୍ଲକ କାଉଡୋଲା-ଲଡୁଗାଁ ରାସ୍ତା ଶୋଚନୀୟ ହୋଇପଡିଛି। ଏ ନେଇ...

ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍‌ ନେତାଙ୍କ ଜୀବନ

ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍‌ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି।...

ଗଛ ଡାଳ କାଟିବାକୁ ନେଇ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

କପ୍ତିପଦା,୨୩ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଶରତ ଥାନା ଅଧୀନ ସରଡିହା ଭଣ୍ଡାର କଲୋନୀସାହିରେ ଗଛ ଡାଳ କାଟିବାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ...

ବଳଦେବଜୀଉ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଲାଗୁ

କେନ୍ଦ୍ରାପଡ଼ା ଅଫିସ,୨୪ା୬: କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ନିକଟରେ ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।  ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ...

Advertisement
Archives

Model This Week