Posted inଜାତୀୟ

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ ସାମିଲ ହୋଇଯାଇଛି। ଆସନ୍ତା ବର୍ଷ ବିଧାନସଭାର ସମସ୍ତ ଆସନ ପାଇଁ ଏଏପି ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ତଥା ଏଏପି ସଂଯୋଜକ ଅରବିନ୍ଦ କେଜରିଓ୍ବାଲ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜରାଟରେ ଏଏପି ଦଳକୁ ବିସ୍ତାର ଓ ସୁଦୃଢ଼ କରିବା ପାଇଁ ସୋମବାର କେଜରିଓ୍ବାଲ ଅହମଦାବାଦରେ ପହଞ୍ଚିଛନ୍ତି। ଅହମଦାବାଦରେ ଅରବିନ୍ଦ କେଜରିଓ୍ବାଲ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଏହି ଘୋଷଣା କରିଥିଲେ। ଏଥିସହ ସେ କହିଛନ୍ତି, ଆଜିକା ଦିନରେ ଗୁଜରାଟର ଯେଉଁ ସ୍ଥିତି ରହିଛି ତାହା କେବଳ ଭାଜପା ଓ କଂଗ୍ରେସ ସରକାରଙ୍କ ଲାଗି। ଗତ ୨୭ବର୍ଷରୁ ରାଜ୍ୟରେ ଗୋଟିଏ ଦଳର ହିଁ ସରକାର ଶାସନକ୍ଷମତାରେ ରହିଛନ୍ତି। ହେଲେ ଆଜିବି ରାଜ୍ୟରେ ଭଲ ସ୍କୁଲଟିଏ ନାହିଁ, ଲୋକମାନେ ଭଲ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଅଛନ୍ତି। ତେବେ ଦିଲ୍ଲୀ ଭଳି ଗୁଜରାଟରେ ମଧ୍ୟ ଏକ ନୂଆ ମଡେଲ ଜାରି କରାଯିବ ବୋଲି କେଜରିଓ୍ବାଲ ଦାବି କରିଛନ୍ତି। ଏଥିସହ ୨୦୨୨ ବିଧାନସଭା ନିର୍ବାଚନରେ ଜନତାଙ୍କ ପ୍ରକୃତ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନ ଲଢ଼ିବ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ବିମାନ ହଠାତ ପହଞ୍ଚିଲା ପାକିସ୍ତାନ ଏୟାର ସ୍ପେଶରେ, ଫେରିଲା ରାଜଧାନୀ

ନୂଆଦିଲ୍ଲୀ,୧୪।୯: ରାଜଧାନୀ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ (ଏୟାର ଇଣ୍ଡିଆ ବୋଇଙ୍ଗ ୭୮୭-୮ ଡ୍ରିମଲାଇନର୍‌) ହଠାତ କିଛି ସମୟ ମଧ୍ୟରେ ଇନ୍ଦିରା ଗାନ୍ଧୀ...

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ...

କର୍ନାଟକ ପରେ ମଧ୍ୟପ୍ରଦେଶରେ ୫ ଗ୍ୟାରେଣ୍ଟି ଘୋଷଣା କଲା କଂଗ୍ରେସ, ସରକାରକୁ ଆସିଲେ ମିଳିବ ଏହି ସୁବିଧା

ଭୋପାଳ,୧୨।୬: କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଭିଯାନ କରିଛନ୍ତି। ପ୍ରିୟଙ୍କା...

ଅପରେଶନ୍‌ ଲୋଟସ୍‌ ଦାବି ମଧ୍ୟରେ ଆସ୍ଥା ପ୍ରସ୍ତାବ ଆଣିବେ ମାନ ସରକାର

ଚଣ୍ଡିଗଡ଼,୧୯।୯: ପଞ୍ଜାବରେ ସରକାର ଭାଙ୍ଗିବା ପାଇଁ ଭାଜପା ପକ୍ଷରୁ ‘ଅପରେଶନ ଲୋଟସ୍‌’ ଅଭିଯାନ ଚାଲିଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଭିଯୋଗ କରିଛି। ଏଏପିର ୧୦ଜଣ...

ଜେଲରେ ହଙ୍ଗର ଷ୍ଟ୍ରାଇକରେ ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ

ନୂଆଦିଲ୍ଲୀ,୨୩ ।୭: ଦିଲ୍ଲୀର ତିହାର ଜେଲରେ ବନ୍ଦ ଥିବା ଜମ୍ମୁ-କଶ୍ମୀର ଲିବରେଶନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲିକ ଜେଲ ଭିତରେ ହଙ୍ଗର ଷ୍ଟ୍ରାଇକରେ ବସିଛନ୍ତି ।...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ସିସିଡିର କାମଚଳା ଅଧ୍ୟକ୍ଷ ହେଲେ ଏସ୍‌.ଭି. ରଙ୍ଗନାଥ

ବେଙ୍ଗାଲୁରୁ,୩୧।୭: ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ ମିଳିବା ପରେ ଚାରିଆଡେ ବିଷାଦର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏସ୍‌.ଭି....

ନିର୍ଭୟା ମାମଲା: ମାର୍ଚ୍ଚ ୨୦ରେ ହେବନାହିଁ ଫାଶୀ!

ନୂଆଦିଲ୍ଲୀ,୬।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଫାଶୀ ତାରିଖ ଯେତିକି ବିଳମ୍ବ ହେଉଛି ଏହାକୁ ନେଇ ସେତିକି ନୂଆ ଖବର ସାମ୍ନାକୁ ଆସୁଛି। ଏବେ...

ପଶ୍ଚିମବଙ୍ଗରେ ମୋଦି: ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର କରିବେ ପରିଦର୍ଶନ

କୋଲାକାତା,୨୨।୫: ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫନ୍‌ ଯୋଗୁ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ଏଠାରେ ୮୦ଜଣଙ୍କ ମୃତ୍ୟୁ ହୋଇଛି। ଗତ ୨୮୩ବର୍ଷରେ ଏହା ସବୁଠାରୁ ଭୟାବହ ବାତ୍ୟା...

Advertisement
Archives

Model This Week