ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ

ପଟ୍ଟାମୁଣ୍ଡାଇ,୨୦ା୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ହୋଇଥିଲା। ଆସନ୍ତା ୨୯ ତାରିଖକୁ ୨୩ ବର୍ଷ ପୂରିବ। ଏହି ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ପ୍ରାୟ ୩୮୭ ଜଣଙ୍କ ଜୀବନ ଯାଇଥିଲା। ମାତ୍ର ଏହାର କରାଳ ରୂପ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଚଳିତ ମାସରେ ଆଉ ଏକ ବାତ୍ୟା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ପଟ୍ଟାମୁଣ୍ଡାଇ ବ୍ଲକ ବୋଧଗଁାର ବିଜୟ ଦାସ କୁହନ୍ତି, ବାତ୍ୟା କଥା ଉଠିଲେ, ମନେ ପଡ଼ି ଯାଇଥାଏ ୧୯୯୯ ମହାବାତ୍ୟାର ଲୋମ ଟାଙ୍କୁରା ଅନୁଭୂତି। ଏହା ପୂର୍ବରୁ କେନ୍ଦ୍ରାପଡ଼ାବାସୀ ଏଭଳି ପ୍ରାକୃତିକ ଦୁର୍ବିପାକ କେବେ ଦେଖି ନ ଥିଲେ। ୧୯୯୯ ଅକ୍ଟୋବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ହୋଇ ମହାବାତ୍ୟାର ରୂପ ନେଇଥିଲା। ପ୍ରାୟ ୨୭୦ କିଲୋମିଟର ବେଗରେ ପବନ ବହିବାରୁ ଧନ ଜୀବନ ଛାରଖାର କରି ଦେଇଥିଲା। ମହାବାତ୍ୟାରେ ରାଜ୍ୟର ୧୧,୦୦୦ରୁ ଊଦ୍ଧର୍‌ବ ଲୋକ ଓ ଲକ୍ଷାଧିକ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଥିଲା। କେନ୍ଦ୍ରାପଡ଼ା ଜିଲାରେ ୩୮୭ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି ସରକାରୀ ତଥ୍ୟରୁ ଜଣାପଡିଛି। ମାତ୍ର ଏହି ସଂଖ୍ୟା ୪୬୯ରୁ ଅଧିକ ହେବ ବୋଲି ମହାବାତ୍ୟା ପରେ କ୍ଷୟକ୍ଷତି ପୂରଣ ପାଇଁ ହୋଇଥିବା ଆବେଦନରୁ ଜଣାପଡିଛି। ୨୨ବର୍ଷ ତଳ ଅକ୍ଟୋବରର ସେ କରୁଣ କାହାଣୀ ଭୁଲି ନ ଥିବା ବେଳେ ପୁଣି ଚଳିତ ମାସରେ ଆଉ ଏକ ବଡ ବାତ୍ୟା ଆସୁଛି ବୋଲି ଶୁଣିବାକୁ ମିଳୁଛି। ଯଦି ଜିଲାକୁ ଏପରି ହୁଏ ତାହା ହେଲେ ଭାତହାଣ୍ଡି କୁହାଯାଉଥିବା ଉତିକଣ ଭେଡାର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ବିଜେଡି ବ୍ଲକ ସମ୍ପାଦକ କଳାକାର ପ୍ରଧାନ କହିଛନ୍ତି, ୧୯୯୯ମହାବାତ୍ୟା ଛାଡ଼ିଗଲା ପରର ଦୃଶ୍ୟ ଆହୁରି ଭୟଙ୍କର ଥିଲା। ସରକାରୀ ସାହାଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ୧୦ଦିନରୁ ଊଦ୍ଧର୍‌ବ ସମୟ ଲାଗିଥିଲା। ମହାବାତ୍ୟାରୁ ବର୍ତ୍ତିଥିବା ଲୋକେ ଝାଡ଼ାବାନ୍ତି ରୋଗର ସମ୍ମୁଖିନ ହୋଇଥିଲେ। ଫସଲ ନଷ୍ଟ ଓ ବେଘର ହୋଇଥିବାରୁ ଖାଇବା ତ ଦୂରର କଥା ପିଇବା ପାଇଁ ପାଣି ଟୋପେ ମିଳି ନ ଥିଲା। ଏହା ପ୍ରଭାବରେ ସମୁଦ୍ର ତଟାଞ୍ଚଳର ବହୁ ଗ୍ରାମକୁ ଜୁଆର ପାଣି ପଶି ଯାଇଥିଲା। ଚାଷଜମିରେ ଲୁଣାପାଣି ଓ ବାତ୍ୟାମାଡ଼ରେ ଫସଲ ନଷ୍ଟ ଯୋଗୁ ଚାଷୀଙ୍କ ଆର୍ଥତ୍କ ଓ ସାମାଜିକ ସ୍ଥିତି ଦୋହଲି ଯାଇଥିଲା। ମହାବାତ୍ୟା ପରେ ନୂଆ ସରକାରର ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକ।

ମହାବାତ୍ୟାରେ ଚାଲି ଯାଇଥିବା ଜୀବନ ନବୀନଙ୍କୁ ବ୍ୟଥିତ କରିଥିଲା। ଆଉ ରାଜ୍ୟରେ ଏହାର ପୁନରାବୃତ୍ତି ନ ହେବାକୁ ସଙ୍କଳ୍ପ ନେଇଥିଲେ। ଫାଇଲିନ, ହୁଡୁହୁଡ, ତିତଲି, ଆନ, ଫନି, ବୁଲବୁଲ, ଜୱାଦ ଭଳି ବାତ୍ୟାରୁ ମଧ୍ୟ ଲୋକଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା। ମହାବାତ୍ୟା ପରେ ରାଜ୍ୟ ସରକାର ଗଠନ କରିଥିଲେ ଓସଡମା, ବାତ୍ୟା ଆଶ୍ରୟସ୍ଥଳ ଓ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଟିମ୍‌ ଗଠନ କରିଥିଲେ। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ଉପକୂଳବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେବାକୁ ପ୍ରଶାସନ ପକ୍ଷରୁ ହେନ୍ତାଳବଣ ସୃଷ୍ଟି ପାଇଁ ପଦକ୍ଷେପ ନିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଏହା ଉପରେ କୌଣସି ଉଦ୍ୟମ ହେଉନାହିଁ। ବାଲିବନ୍ଧ ଓ ହେନ୍ତାଳବଣ ଅଭାବରୁ ସାତଭାୟାର କାହ୍ନୁପୁର ମୌଜା ୨୦୧୧ରୁ ଜିଲା ନକ୍ସାରୁ ଉଭାନ ହୋଇଯାଇଛି। ଜିଲାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶାସନ ପାଇଁ ଏବେ ଆହ୍ବାନ ସୃଷ୍ଟି କରିଛି। ମହାବାତ୍ୟା ପରେ ସମୁଦ୍ର ତଟାଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି କରାଯାଇଥିଲେ କାହ୍ନୁପୁର ମୌଜା ନିଶ୍ଚିହ୍ନ ହୋଇ ନ ଥାନ୍ତା। ହେନ୍ତାଳ ବଣ ସୃଷ୍ଟି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି। ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟାଞ୍ଚଳରେ ଥିବା ଜିଲାର ୬୪ଟି ଗ୍ରାମକୁ ସୁନାମୀ ପ୍ରବଣ ଭାବେ ଚିହ୍ନଟ କରାଯାଇଛି। ସେଠାରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ଗମନାଗମନର ବ୍ୟବସ୍ଥା ହୋଇଛି। ଏ ନେଇ ପ୍ରଶାସନ ପକ୍ଷରୁ ମକ୍‌ଡ୍ରିଲ ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଯାଉଛି। ଅପରପକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳ ଅଛି। ମାତ୍ର ଏଗୁଡ଼ିକ ଏବେ ମରଣଯନ୍ତା ପାଲଟଛି। ଏହି ଆଶ୍ରୟସ୍ଥଳରେ ଥିବା ଜେନେରେଟର, କୁରାଢ଼ି, ରଶି, ସ୍କାଏ ଲାଇଟ ପରି ଅତ୍ୟାବଶ୍ୟକ ସାମଗ୍ରୀର କୌଣସି ତଦାରଖ ହେଉନାହିଁ। ଯଦି ବଡ ବାତ୍ୟା ହୁଏ ତେବେ ଲୋକେ ଅସୁବିଧାର ସମ୍ମୁଖିନ ହେବେ। ପଟ୍ଟାମୁଣ୍ଡାଇ ତହସିଲଦାର ଦିଲୀପ ସେଠୀ କୁହନ୍ତି, ବାତ୍ୟାର ବହୁ ପୂର୍ବରୁ ପାଣିପାଗ ବିଶେଷଜ୍ଞଙ୍କ ସତର୍କ ସୂଚନା ପ୍ରଦାନ ଏବେ ଆଶ୍ୱସ୍ତି ଆଣିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶାସକଙ୍କୁ ସୁଯୋଗ ଦେଉଛି। ୧୯୯୯ ମହାବାତ୍ୟା ସମୟରେ ଏପରି ଜ୍ଞାନକୌଶଳ ନ ଥିଲା। ସଡ଼କ ଯୋଗାଯୋଗଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ମୌଳିକ ସୁବିଧା ଉପଲବ୍ଧ ନ ଥିବାରୁ ମହାବାତ୍ୟା ବ୍ୟାପକ କ୍ଷତି ଘଟାଇଥିଲା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀମାନଙ୍କ ଛୁଟି ବାତିଲ ହୋଇଛି। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡିବା ମନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?