Posted inଜାତୀୟ

ଜମ୍ମୁ-କଶ୍ମୀରରେ ରହୁଥିବା ରାଜ୍ୟ ବାହାରର ଲୋକେ ବି ଦେଇପାରିବେ ଭୋଟ

ଜମ୍ମୁ,୧୮ ।୮: ଜମ୍ମୁ-କଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବା ଅନୁମାନ କରାଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ନିର୍ବାଚନ ଅଧିକାରୀ ହୃଦେଶ କୁମାର କହିଛନ୍ତି ଯେଉଁମାନେ ବାହାର ରାଜ୍ୟର ଲୋକ କଶ୍ମୀରରେ ରହୁଛନ୍ତି ସେମାନେ ସେମାନଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରି ଭୋଟ ଦେଇପାରିବେ । ଏଥିପାଇଁ ଏମାନଙ୍କୁ ବାସସ୍ଥାନର ପ୍ରମାଣ ପ୍ରତ୍ର ଆବଶ୍ୟକ ନାହିଁ । କେବଳ ସେତିକି ନୁହେଁ ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସୁରକ୍ଷାକର୍ମୀ ବି ସେମାନଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରି ଭୋଟ ଦେଇ ପାରିବେ ।
ହୃଦେଶ କୁମାର କହିଛନ୍ତି ଜମ୍ମୁ-କଶ୍ମୀରେରେ ଚଳିତ ବର୍ଷ ପ୍ରାୟ ୨୫ ଲକ୍ଷ ନୂଆ ଭୋଟରଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରାଯିବ ବୋଲି ଅନୁମାନ କରାଯାଉଛି । ସେ କହିଛନ୍ତି କର୍ମଚାରୀ, ଛାତ୍ର, ଶ୍ରମିକ ଯେ କେହି ସ୍ଥାନୀୟ ଯେଉଁମାନେ କଶ୍ମୀରରେ ରହୁଛନ୍ତି ସେମାନେ ତାଙ୍କ ନାମ ଭୋଟର ଲିଷ୍ଟରେ ସାମିଲ କରିପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଧର୍ମଶାଳା ABEOଙ୍କ ସମ୍ପତ୍ତି ଦେଖି ତାଜୁବ୍! ୧୯ଟି ପ୍ଲଟ୍‌, ୩ଟି ବହୁତଳ କୋଠା ଠାବ

ଭୁବନେଶ୍ୱର,ଧର୍ମଶାଳା୧୨।୧୦(ଶିବପ୍ରସାଦ ମହାନ୍ତି): ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ABEO) ଜୟଦେବ ଜେନାଙ୍କ ସମ୍ପତ୍ତି ଯାଞ୍ଚ ବେଳେ ୧୯ଟି ପ୍ଲଟ୍‌ ଠାବ ହୋଇଥିବା ସୂଚନା ମିଳିଛି। ଏହା…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?