Posted inଖେଳ

ବଲ ଧରିବା ସମୟରେ ଟାୱେଲ ବ୍ୟବହାର କରିବାରୁ ୫ ରନ ପେନାଲ୍ଟି ,ଭିଡିଓ ଭାଇରାଲ…

ସିଡନୀ,୨୨।୧୧: ଅନ୍ତର୍ଜାତୀୟ ସ୍ତରରେ ଖେଳାଳିମାନେ ଖେଳର ସମସ୍ତ ନିୟମକୁ ଭଲ ଭାବରେ ବୁଝ ଖେଳୁଆଡ ମନୋବୃତ୍ତି ନେଇ ଖେଳିବେ ବୋଲି ଆଶା କରାଯାଇଥାଏ। କିନ୍ତୁ ବେଳେବେଳେ ସେମାନେ ପଡ଼ିଆରେ ଏପରି ଛୋଟ ପିଲାଙ୍କ ଭଳି କାର୍ଯ୍ୟ କରନ୍ତି ଯାହା ଦ୍ୱାାରା ଦଳକୁ କ୍ଷତି ସହିବାକୁ ପଡେ। ଅଷ୍ଟ୍ରେଲିଆର ପ୍ରତିଷ୍ଠିତ ମହିଳା ଲିଗ ମହିଳା ବିଗ ବୈଶରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ବ୍ରିସବେନ ହିଟ ପାଇଁ ଅଂଶଗ୍ରହଣ କରୁଥିବା ଆମେଲିଆ କେରଙ୍କ କାରଣରୁ ତାଙ୍କ ଦଳକୁ ପାଞ୍ଚ ରନ ପେନାଲ୍ଟି ଦେବାକୁ ପଡିଥିଲା। କେବଳ ଏତିକି ନୁହେଁ, ଏହି ମ୍ୟାଚରେ ହିଟକୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା।

ମଙ୍ଗଳବାର ବ୍ରିସବେନ ହିଟ ଏବଂ ସିଡନୀ ସିକ୍ସର୍ସ ମଧ୍ୟରେ ମହିଳା ବୈଶ ଲିଗ ୨୦୨୩ର ଏକ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ବ୍ରିସବେନ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଦିଷ୍ଟ ଓଭରରେ ସାତ ୱିକେଟ ହରାଇ ୧୭୬ରନ ସଂଗ୍ରହ କରିଥିଲା। ଏହି ସମ୍ମାନଜନକ ସ୍କୋରକୁ ଦଳ ନେବାରେ ଆମେଲିଆଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ୪୪ ବଲର ସମ୍ମୁଖୀନ ହୋଇ ସେ ୬୪ ରନର ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ଏଥିରେ ୧୦ ଟି ଚୌକା ଥିଲା। ୧୭୭ ରନର ଟାର୍ଗେଟ ନେଇ ପଡ଼ିଆକୁ ଆସିଥିବା ସିଡନୀ ଦଳ ୬ ୱିକେଟରେ ଜିତିଥିଲା।

ତେବେ ଆମେଲିଆ କେର ପିଲାଙ୍କ ଭଳି ଭୁଲ କରିଥିଲେ। ସେ ଭୁଲ କରି ନ ଥିଲେ ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତା।

ତେବେ ଆମେଲିଆ କେର ପିଲାଙ୍କ ଭଳି ଭୁଲ କରିଥିଲେ। ସେ ଭୁଲ କରି ନ ଥିଲେ ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତା। ଗାର୍ଡନର୍‌ ଏକ ବଲକୁ ଲଗଅନ ଆଡକୁ ଖେଳି ଥିଲେ। ଗାର୍ଡନର୍‌ ଦ୍ୱିତୀୟ ରନ ପାଇଁ ଟର୍ନ କରିବା ପୂର୍ବରୁ ଫିଲ୍ଡର ଶୀଘ୍ର ବଲକୁ ଆମେଲିଆଙ୍କ ପାଖକୁ ଫିଙ୍ଗି ଦେଇଥିଲେ। ଏହିଠାରେ ସେ ଏକ ଭୁଲ କରିଥିଲେ ।

ସେ ବଲ ଧରିବା ସମୟରେ ହାତରେ ଏକ ଛୋଟ ଟାୱେଲ ଧରିଥିଲେ। ନିୟମ ଅନୁଯାୟୀ, ଫିଲ୍ଡିଂ କରିବା ସମୟରେ, ହାତରେ କିଛି ରହିବା କଥା ନୁହେଁ। ଆମେଲିଆଙ୍କ ଏହି ଭୁଲ ଯୋଗୁଁ ଦଳକୁ ପାଞ୍ଚ ରନ ପେନାଲ୍ଟି ଲାଗିଥିଲା।

ଯଦି ଏହି ପାଞ୍ଚ ରନ ରହିଥାନ୍ତା, ତାଙ୍କ ଦଳ ହୁଏତ ମ୍ୟାଚ ଜିତିଥାନ୍ତେ । କାରଣ ଏହି ମ୍ୟାଚରେ ବିରୋଧୀ ଦଳ କେବଳ ଗୋଟିଏ ବଲ ବାକି ରହି ଜିତିବାକୁ ସକ୍ଷମ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri