କାନ୍ଥରେ, ଗଛରେ ପୋଷ୍ଟର ମାରିଲେ ଜରିମାନା

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟପଟେ ସହରବାସୀ ଏଥିରେ ସହଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ ବାରମ୍ବାର ଅପିଲ କରାଯାଉଥିଲେ ମଧ୍ୟ ଜନସାଧାରଣ ଚେତୁନାହାନ୍ତି। ସହରକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ସହରର ବଡ଼ ବଡ଼ କାନ୍ଥ ସୁଚିତ୍ରିତ କରାଯାଉଛି। ବୃକ୍ଷରୋପଣ ମଧ୍ୟ କରାଯାଉଛି। ହେଲେ ରାଜଧାନୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିବିଶେଷ କାନ୍ଥ, ବିଦ୍ୟୁତ୍‌ ଖୁଣ୍ଟ ଓ ଗଛରେ ବିଭିନ୍ନ ବିଜ୍ଞାପନ ପୋଷ୍ଟର ଲଗାଇ ସୌନ୍ଦର୍ଯ୍ୟ କ୍ଷୁଣ୍ଣ କରୁଛନ୍ତି। ଏନେଇ ବିଏମ୍‌ସି ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଣିକି ବେଆଇନ ଭାବେ ଏଣେତେଣେ ବିଜ୍ଞାପନ ତଥା ଧାର୍ମିକ ପୋଷ୍ଟର ଲଗାଇଲେ ସଂପୃକ୍ତ ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କୁ ଜରିମାନା ଦେବାକୁ ହେବ। ପୂର୍ବରୁ ମଧ୍ୟ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ କାନ୍ଥ ଓ ଗଛରୁ ବେଆଇନ ପୋଷ୍ଟର ହଟାଯାଇଥିବାବେଳେ ବୁଧବାରଠାରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିବା ଦେଖିବାକୁ ମିଳିଛି। ବିଶେଷକରି ଘରୋଇ କୋଚିଂ ସେଣ୍ଟର, ଘରଭଡ଼ା, ଧାର୍ମିକ ମତାମତ, ଜ୍ୟୋତିଷବିଦ୍ୟା ଆଦି ସମ୍ପର୍କିତ ବିଜ୍ଞାପନ ସହରର ସାରା ଦେଖିବାକୁ ମିଳୁଛି। ବିଜ୍ଞାପନ ଲଗାଇବା ନିଷିଦ୍ଧ ବୋଲି କାନ୍ଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଉଥିଲେ ମଧ୍ୟ ଏହାକୁ ଅବମାନନନା କରାଯାଉଛି। କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ସହରର ବିଭିନ୍ନ କାନ୍ଥକୁ ବିଭିନ୍ନ ଚିତ୍ରରେ ସଜ୍ଜିତ କରାଯାଉଥିଲାବେଳେ ଏହା ଉପରେ ବେଆଇନ୍‌ ବିଜ୍ଞାପନ ଲଗାଯାଉଛି। ପୁଣି ଏହି ପୋଷ୍ଟର ହଟାଇବା ପାଇଁ ଅକାରଣରେ ରାଜସ୍ବ ବ୍ୟୟ ହେଉଥିବାରୁ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

ନୀତାଙ୍କୁ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର ଆଓ୍ବାର୍ଡ

ଭୁବନେଶ୍ୱର,୭।୧୨ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ନୀତା ଏମ୍‌. ଅମ୍ବାନୀଙ୍କୁ ନିକଟରେ ସ୍ପୋଟର୍‌ସ ଲିଡର ଅଫ୍‌ ଦି ଇୟର (ମହିଳା) ଆଓ୍ବାର୍ଡ (ପୁରସ୍କାର)ରେ ସମ୍ମାନିତ କରାଯାଇଛି।...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri