ବ୍ୟବସ୍ଥା ନ କରି ଜରିମାନା

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ଜନସଂଖ୍ୟା ସହ ଗାଡ଼ିସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ବିଶେଷକରି ଭୁବନେଶ୍ୱରର କଟକ ରୋଡ୍‌ରେ କୌଣସି ସ୍ଥାନରେ ପାର୍କିଂ ବ୍ୟବସ୍ଥା ନ ଥିବାରୁ ସାଧାରଣ ଲୋକ ଜରିମାନା ଗଣି ହଇରାଣ ହେଉଛନ୍ତି। ବିଭିନ୍ନ ସମୟରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମୋଟା ଅଙ୍କର ଜରିମାନା ନିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କଟକ ରୋଡ୍‌ର ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ଏକାଧିକ ଶପିଂ ମଲ୍‌, ଦୋକାନ, ବ୍ୟାଙ୍କ, ମେଡିକାଲ୍‌ ଓ ବେସରକାରୀ କାର୍ଯ୍ୟାଳୟ ଆଦି ରହିଛି। ତେଣୁ ପ୍ରତ୍ୟେକ ଦିନ ଏହି ରାସ୍ତାରେ ଗହଳି ହୋଇଥାଏ। ଉକ୍ତ ସ୍ଥାନକୁ ପ୍ରତ୍ୟେକ ଦିନ ଯାଉଥିବା ଲୋକମାନେ ବମିଖାଲ୍‌ ଓଭରବ୍ରିଜ୍‌ ତଳେ କେହି କେହି କାର୍‌ ଓ ବାଇକ ଆଦି ପାର୍କିଂ କରୁଥିବାବେଳେ ଝାରପଡ଼ା ଓଭର୍‌ବ୍ରିଜ ତଳେ ମଧ୍ୟ କିଛି ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ଅନ୍ୟ ସ୍ଥାନଗୁଡ଼ିକରେ ଗାଡ଼ି ରଖିବାକୁ କୌଣସି ପାର୍କିଂ ବ୍ୟବସ୍ଥା ରହି ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ପାର୍କିଂ ସାଇନିଂ ବୋର୍ଡ ମଧ୍ୟ କେଉଁଠାରେ ଲଗାଯାଇନାହିଁ। ଫଳରେ ଲୋକମାନେ ବାଧ୍ୟ ହୋଇ ରାସ୍ତାକଡ଼ରେ ଗାଡ଼ି ପାର୍କିଂ କରୁଛନ୍ତି। ପାର୍କିଂ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶାସନ ପକ୍ଷରୁ ସମାଧାନ କରାଯିବା ପରିବର୍ତ୍ତେ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସାଧାରଣଲୋକଙ୍କ ଠାରୁ ଜରିମାନା ନିଆଯାଉଛି। ଗତ ସୋମବାର ସାରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ହଠାତ୍‌ କଟକ ରୋଡ୍‌ରେ ଚଢ଼ାଉ କରାଯାଇଥିଲା। କ୍ରେନ୍‌ ସାହାଯ୍ୟରେ ଏକାଧିକ କାର୍‌ ଏବଂ ବାଇକ୍‌କୁ ପୋଲିସ ଉଠାଇ ନେଇଥିଲା। ହେଲେ ଏନେଇ ଗାଡ଼ି ଚାଳକମାନେ ଜାଣିପାରି ନ ଥିଲେ। ସେମାନେ ରାସ୍ତାକୁ ଆସି ଗାଡ଼ି ନ ଦେଖି ଚିନ୍ତାରେ ପଡ଼ିଥିଲେ। କାର୍‌ ମାଲିକ ସାର୍ଥକ ମହାପାତ୍ରଙ୍କ କହିବା ହେଲା, ବ୍ୟାଙ୍କ କାର୍ଯ୍ୟରେ ଆସିଥିଲି। ଲକ୍ଷ୍ମୀସାଗର ଅଞ୍ଚଳରେ ପାର୍କିଂ ପାଇଁ କୌଣସି ସୂଚନା ଫଳକ ନ ଥିବାରୁ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ଅଫିସ୍‌କୁ ଯାଇଥିଲି। ହେଲେ କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ଗାଡ଼ି ନ ଥିବାରୁ ଚିନ୍ତାରେ ପଡ଼ି ଯାଇଥିଲି। ପରେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଗାଡ଼ିକୁ ଟ୍ରାଫିକ୍‌ ପୋଲିସ ନେଇଯାଇଥିବା ଜାଣିବାକୁ ପାଇଥିଲି। ପରେ ଜରିମାନା ଦେଇ ଗାଡ଼ି ମୁକୁଳାଇଲି। ତେବେ ପାର୍କିଂ ବ୍ୟବସ୍ଥା ନ କରି ଲୋକଙ୍କ ଠାରୁ ଏଭଳି ଜରିମାନା ନେବା ଠିକ ନୁହେଁ ବୋଲି ସେ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯଦି କଟକ ରୋଡ୍‌ରେ ଜଣେ ସାଧାରଣ ଲୋକ କାର୍‌ କିମ୍ବା ବାଇକ ନେଇଯିବେ, ତେବେ ଏହାକୁ ସେ କେଉଁଠି ପାର୍କିଂ କରିବେ। ସେଠାରେ ପାର୍କିଂ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ସାଇନିଂ ବୋର୍ଡ ମଧ୍ୟ ଲଗାଯାଇ ନାହିଁ। ଏଭଳି ସ୍ଥିତିରେ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଗାଡ଼ି ଉଠାଯାଇ ଜରିମାନା ଲଗାଇବା ଘଟଣା ସାଧାରଣ ଲୋକ ଗ୍ରହଣ କରିପାରୁ ନାହାନ୍ତି। ଏନେଇ ଟୁଇନ୍‌ସିଟି ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର କହିଛନ୍ତି, ରାସ୍ତା ପାର୍ଶ୍ୱରେ ପାର୍କିଂ ନିୟମ ବିରୁଦ୍ଧ। ସବୁ ସ୍ଥାନରେ ପାର୍କିଂ ସାଇନିଂ ବୋର୍ଡ ଲଗାଯାଇ ପାରିବା ସମ୍ଭବ ନୁହେଁ। ଗାଡ଼ି ଚାଳକମାନେ ଏସବୁ ନିୟମ ବିଷୟରେ ଜାଣିବା ଦରକାର। ସାଇନିଂ ବୋର୍ଡ ଲଗାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବିଏମ୍‌ସିକୁ କୁହାଯାଇଛି। ରାସ୍ତା କଡ଼ରେ ଥିବା ହ୍ବାଇଟ୍‌ ମାର୍କିଂ ଭିତରେ ଲୋକମାନେ ଗାଡ଼ି ପାର୍କିଂ କରିପାରିବେ ବୋଲି ଡିସିପି ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ଏସ୍‌ଏଚଜି ସଦସ୍ୟାଙ୍କୁ ମିଳିନି ପ୍ରାପ୍ୟ: ଜିଲାପାଳଙ୍କ ଠାରେ ଅଭିଯୋଗ

ନୟାଗଡ଼ ଅଫିସ,୧୮।୭: ନୟାଗଡ଼ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚଜି)ର ମହିଳାମାନେ ବିଦ୍ୟୁତ୍‌ ବିଭାଗ ତରଫରୁ ବିଲ୍‌ ସଂଗ୍ରହ କରି ସ୍ବାବଲମ୍ବୀ ହେବା ଜିଲା ତଥା...

ବଡ଼ଦିନ, ନୂଆବର୍ଷ ପାଇଁ କଟକଣା

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): କରୋନା ସଂକ୍ରମଣ ଜାରି ରହିଥିବାବେଳେ ନୂଆ ଭାରିଆଣ୍ଟ ଓମିକ୍ରନ୍‌କୁ ନେଇ ଏବେ ଚିନ୍ତା ବଢ଼ିଛି। ସଂକ୍ରମଣ ଏଡାଇବାକୁ ବଡ଼ଦିନ ଓ ନୂଆବର୍ଷ ପାଇଁ...

ଏଣିକି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳକୁ ଆସିବେ ସବୁ କର୍ମଚାରୀ

ଭୁବନେଶ୍ୱର,୫।୭(ବ୍ୟୁରୋ): କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲକ୍‌ଡାନ୍‌ ନିୟମ ମଧ୍ୟ କୋହଳ ହେଉଛି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୧।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୭୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୯୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୨୦, ପୁରୀରୁ ୨୫୬,...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଆସିପାରିବ ନାହିଁ କୌଣସି ଟ୍ରେନ୍‌

ଭୁବନେଶ୍ୱର,୧।୫(ବ୍ୟୁରୋ): କେରଳରୁ ଶୁକ୍ରବାର ଓ ଗୁଜୁରାଟରୁ କିଛି ଦିନ ପରେ ଓଡ଼ିଶାକୁ ଟ୍ରେନ୍‌ ଆସିବ। ହେଲେ ରାଜ୍ୟ ସରକାରଙ୍କ କ୍ଲିୟରାନ୍ସ ବିନା ଅନ୍ୟ ରାଜ୍ୟରୁ କୌଣସି...

ଟ୍ରେନ୍‌ରେ ନିଆଁ, ଯାତ୍ରୀ ଆତଙ୍କିତ

ଲୋଇସିଂହା,୧୭ା୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ପୁରୀ -ଆଜମିର ଟ୍ରେନରେ ନିଆଁ ଲାଗି ଯାଇଥିଲା। ବ୍ରେକ୍‌...

ରୋଗୀଙ୍କଠାରୁ ନେଉଥିଲେ ଲାଞ୍ଚ,ଧରିଲା ପୋଲିସ

କଟକ ଅଫିସ,୨।୮: ଏସ୍‌ସିବି ମେଡିକାଲରେ ରୋଗୀଙ୍କଠାରୁ ଲାଞ୍ଚ ନେଇ ୨ ଜଣ ଧରାପଡିଛନ୍ତି। ସେମାନେ ହେଲେ ଏସ୍‌ସିବିର ଜଣେ କର୍ମଚାରୀ ଓ ଅନ୍ୟ ଜଣେ ସିକ୍ୟୁରିଟି...

Advertisement
Archives

Model This Week