Posted inଫୁରସତ

ପେନ୍‌ : ସହଜ ନୁହେଁ କିଣିବା

ପେନ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି ଆଉ ଏହାକୁ ବ୍ୟବହାର ମଧ୍ୟ କରନ୍ତି । ପେନ୍‌କୁ ଲେଖକଙ୍କର ଜଣେ ଭଲ ସାଥୀ ବୋଲି ବି କୁହାଯାଇଥାଏ। ନୂଆ ଆଉ ସୁନ୍ଦର ପେନ୍‌ରେ ଲେଖିବାର ସଉକ ମଧ୍ୟ ଅନେକଙ୍କର ଥାଏ। ସେଥିପାଇଁ ସେମାନଙ୍କ ପାଖେ ଯେତେ ପେନ୍‌ ଥିଲେ ବି ମାର୍କେଟରେ କୌଣସି ନୂଆ ଡିଜାଇନ୍‌ର ପେନ୍‌ ଦେଖିଲେ ତାହାକୁ କିଣି ଆଣିଥାନ୍ତି । ହେଲେ ଏଠାରେ ଯେଉଁ ପେନ୍‌ ସମ୍ପର୍କରେ କୁହାଯାଉଛି, ତାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏସବୁ ହେଉଛି ଗୋଟିଏ ଗୋଟିଏ ଦାମୀ ପେନ୍‌। କେଉଁଥିରେ ସୁନାର ବ୍ୟବହାର ହୋଇଛି ତ କେଉଁଥିରେ ହୀରା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ଧାତୁ ଲାଗିଛି । ସେମିତି କିଛି ଦାମୀ ପେନ୍‌ ସମ୍ପର୍କରେ –
ମୋଣ୍ଟ ବ୍ଲାଙ୍କ ବୋହେମେ ରୟାଲ୍‌ ପେନ୍‌: ଏହି ପେନ୍‌ରେ ୧୮ କ୍ୟାରେଟର ସୁନା, ପ୍ଲାଟିନମ୍‌ ପ୍ଲେଟେଡ୍‌ ରେଟ୍ରେକ୍ଟେବଲ୍‌ ନିବ୍‌ ଏବଂ ଏହାର ବ୍ୟାରେଲ୍‌ ଓ କ୍ୟାପ୍‌ରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ତଥା ପ୍ରାୟ ୧୪୩୦ଟି ହୀରା ବ୍ୟବହାର କରାଯାଇଛି । ଏଥିସହିତ ଏହି ପେନ୍‌ରେ ଲାଗିଥିବା ମୋଣ୍ଟ ବ୍ଲାଙ୍କ ଷ୍ଟାର୍‌ ଲୋଗୋରେ ମଧ୍ୟ ୧୮ଟି ହୀରା ଓ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ବ୍ୟବହୃତ ହୋଇଛି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୧.୧ ମିଲିୟନ୍‌ ପାଉଣ୍ଡ ରଖାଯାଇଛି ।
ଔରୋରା ଡିଆମାଣ୍ଟେ ପେନ୍‌: ସଲିଡ୍‌ ପ୍ଲାଟିନମ୍‌ରେ ତିଆରି ଏହି ପେନ୍‌ରେ ୩୦ କ୍ୟାରେଟର ଅନେକ ଛୋଟ ଛୋଟ ହୀରା ଲାଗିଛି। ତାସହିତ ଏହାର ନିବ୍‌ଟିକୁ ମଧ୍ୟ ୧୮ କ୍ୟାରେଟ ସୁନାରେ ତିଆରି କରାଯାଇଛି । ତେଣୁ ଏହାର ଦାମ୍‌ ପ୍ରାୟ ୯୪୪,୦୦୦ ପାଉଣ୍ଡ ରହିଛି ।
ହେଭେନ୍‌ ଗୋଲ୍ଡ ପେନ୍‌: ଏଥିରେ ୪୬୧ଟି ବ୍ରିଲିଆଣ୍ଟ କଲର୍‌ ଡାଇମଣ୍ଡ ତଥା ୪୩ କ୍ୟାରେଟର ଜେମ୍ସଷ୍ଟୋନ୍‌ ବ୍ୟବହାର କରାଯାଇଛି । ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୭୩୪,୧୮୮ ପାଉଣ୍ଡ ରହିଛି ।
ମିଷ୍ଟ୍ରି ମାଷ୍ଟରପିସ୍‌ ପେନ୍‌: ଏଥିରେ ପ୍ରାୟ ୩୦ କ୍ୟାରେଟର ଏନକ୍ରଷ୍ଟେଡ୍‌ ଜେମ୍ସ ଓ ଛୋଟ ଛୋଟ ଅନେକ ହୀରା ଲାଗିଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୫୩୮,୩୭୫ ପାଉଣ୍ଡ ରଖାଯାଇଛି ।
କାରାନ୍‌ ଡି’ ଆଚେ ଗୋଥିକା ପେନ୍‌: ଏଥିରେ ରୋଡିୟମ୍‌ କୋଟେଡ୍‌ର ସଲିଡ୍‌ ସିଲଭର୍‌କୁ ବ୍ୟବହାର କରାଯାଇଛି । ତା’ସହିତ କିଛି ହୀରା, ରୁବି ଓ ଏମେରାଲ୍ଡ ମଧ୍ୟ ବ୍ୟବହୃତ ହୋଇଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୨୯୯,୭୫୬ ପାଉଣ୍ଡ ରହିଛି ।
କାରାନ୍‌ ଡି’ ଆଚେ ଲା ମଡର୍ଣ୍ଣିଷ୍ଟା ଡାଇମଣ୍ଡ ପେନ୍‌: ଏହି ପେନ୍‌ରେ ରୋଡିୟମ୍‌ କୋଟେଡ୍‌ ହୋଇଥିବା ସିଲଭର୍‌ କମ୍ପୋନେଣ୍ଟ, ୧୮ କ୍ୟାରେଟର ଗୋଲ୍ଡ ନିବ୍‌, ୨୦ କ୍ୟାରେଟର ପ୍ରାୟ ୫୦୭୨ଟି ୱେସେଲଟନ୍‌ ଡାଇମଣ୍ଡ ଏବଂ ୩୨ କ୍ୟାରେଟ ବିଶିଷ୍ଟ ୯୬ଟି ରୁବି ବ୍ୟବହାର କରାଯାଇଛ । ତେଣୁ ଏହାର ମୂଲ୍ୟ ୧୯୫,୪୩୮ ପାଉଣ୍ଡ ରହିଛି ।
ପ୍ରିନ୍ସ ରେନିଅର୍‌ ଲିମିଟେଡ ଏଡିସନ୍‌ ୮୧ ପେନ୍‌: ଏଥିରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ, ୯୯୬ଟି ହୀରା ଓ ୯୬ ଟି ରୁବି ଲାଗିଛି । ତା’ସହିତ ଏହାର କ୍ୟାପ୍‌ର ରିଂରେ ୧୯ଟି ରୁବି ଏବଂ ନିବ୍‌ରେ ବି ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହି ପେନ୍‌ର ମୂଲ୍ୟ ୧୮୮, ୮୦୦ ପାଉଣ୍ଡ ରହିଛି ।
ଲିମିଟେଡ ଏଡିସନ୍‌ ବୋହେମେ ପାପିଲିୟନ୍‌ ପେନ୍‌: ଏହି ପେନ୍‌ରେ ଧଳା, ହଳଦିଆ ଓ ରୋଜ୍‌ କଲର୍‌ ସୁନାର ବ୍ୟବହାର କରାଯାଇଛି । ତା’ସହିତ ଏଥିରେ ପ୍ରାୟ ୧୪୦୦ଟି ଡାଇମଣ୍ଡ ଓ ସଫାୟାର୍‌ ବି ଲାଗିଛି । ଏହାର ମୂଲ୍ୟ ହେଉଛି ପ୍ରାୟ ୧୬୯,୯୨୭ ପାଉଣ୍ଡ।
ପେରିୟର୍‌ ଜୌଏଟ୍‌ ଆନିଭରସାରି ଏଡିସନ୍‌ ପେନ୍‌: ଏଥିରେ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୯୯,୩୪୧ ପାଉଣ୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?