Posted inଫୁରସତ

ପେନ୍‌ : ସହଜ ନୁହେଁ କିଣିବା

ପେନ୍‌ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି ଆଉ ଏହାକୁ ବ୍ୟବହାର ମଧ୍ୟ କରନ୍ତି । ପେନ୍‌କୁ ଲେଖକଙ୍କର ଜଣେ ଭଲ ସାଥୀ ବୋଲି ବି କୁହାଯାଇଥାଏ। ନୂଆ ଆଉ ସୁନ୍ଦର ପେନ୍‌ରେ ଲେଖିବାର ସଉକ ମଧ୍ୟ ଅନେକଙ୍କର ଥାଏ। ସେଥିପାଇଁ ସେମାନଙ୍କ ପାଖେ ଯେତେ ପେନ୍‌ ଥିଲେ ବି ମାର୍କେଟରେ କୌଣସି ନୂଆ ଡିଜାଇନ୍‌ର ପେନ୍‌ ଦେଖିଲେ ତାହାକୁ କିଣି ଆଣିଥାନ୍ତି । ହେଲେ ଏଠାରେ ଯେଉଁ ପେନ୍‌ ସମ୍ପର୍କରେ କୁହାଯାଉଛି, ତାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏସବୁ ହେଉଛି ଗୋଟିଏ ଗୋଟିଏ ଦାମୀ ପେନ୍‌। କେଉଁଥିରେ ସୁନାର ବ୍ୟବହାର ହୋଇଛି ତ କେଉଁଥିରେ ହୀରା କିମ୍ବା ଅନ୍ୟ କୌଣସି ମୂଲ୍ୟବାନ ଧାତୁ ଲାଗିଛି । ସେମିତି କିଛି ଦାମୀ ପେନ୍‌ ସମ୍ପର୍କରେ –
ମୋଣ୍ଟ ବ୍ଲାଙ୍କ ବୋହେମେ ରୟାଲ୍‌ ପେନ୍‌: ଏହି ପେନ୍‌ରେ ୧୮ କ୍ୟାରେଟର ସୁନା, ପ୍ଲାଟିନମ୍‌ ପ୍ଲେଟେଡ୍‌ ରେଟ୍ରେକ୍ଟେବଲ୍‌ ନିବ୍‌ ଏବଂ ଏହାର ବ୍ୟାରେଲ୍‌ ଓ କ୍ୟାପ୍‌ରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ତଥା ପ୍ରାୟ ୧୪୩୦ଟି ହୀରା ବ୍ୟବହାର କରାଯାଇଛି । ଏଥିସହିତ ଏହି ପେନ୍‌ରେ ଲାଗିଥିବା ମୋଣ୍ଟ ବ୍ଲାଙ୍କ ଷ୍ଟାର୍‌ ଲୋଗୋରେ ମଧ୍ୟ ୧୮ଟି ହୀରା ଓ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ ବ୍ୟବହୃତ ହୋଇଛି। ସେଥିପାଇଁ ଏହାର ଦାମ୍‌ ପ୍ରାୟ ୧.୧ ମିଲିୟନ୍‌ ପାଉଣ୍ଡ ରଖାଯାଇଛି ।
ଔରୋରା ଡିଆମାଣ୍ଟେ ପେନ୍‌: ସଲିଡ୍‌ ପ୍ଲାଟିନମ୍‌ରେ ତିଆରି ଏହି ପେନ୍‌ରେ ୩୦ କ୍ୟାରେଟର ଅନେକ ଛୋଟ ଛୋଟ ହୀରା ଲାଗିଛି। ତାସହିତ ଏହାର ନିବ୍‌ଟିକୁ ମଧ୍ୟ ୧୮ କ୍ୟାରେଟ ସୁନାରେ ତିଆରି କରାଯାଇଛି । ତେଣୁ ଏହାର ଦାମ୍‌ ପ୍ରାୟ ୯୪୪,୦୦୦ ପାଉଣ୍ଡ ରହିଛି ।
ହେଭେନ୍‌ ଗୋଲ୍ଡ ପେନ୍‌: ଏଥିରେ ୪୬୧ଟି ବ୍ରିଲିଆଣ୍ଟ କଲର୍‌ ଡାଇମଣ୍ଡ ତଥା ୪୩ କ୍ୟାରେଟର ଜେମ୍ସଷ୍ଟୋନ୍‌ ବ୍ୟବହାର କରାଯାଇଛି । ସେଥିପାଇଁ ଏହାର ମୂଲ୍ୟ ପ୍ରାୟ ୭୩୪,୧୮୮ ପାଉଣ୍ଡ ରହିଛି ।
ମିଷ୍ଟ୍ରି ମାଷ୍ଟରପିସ୍‌ ପେନ୍‌: ଏଥିରେ ପ୍ରାୟ ୩୦ କ୍ୟାରେଟର ଏନକ୍ରଷ୍ଟେଡ୍‌ ଜେମ୍ସ ଓ ଛୋଟ ଛୋଟ ଅନେକ ହୀରା ଲାଗିଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୫୩୮,୩୭୫ ପାଉଣ୍ଡ ରଖାଯାଇଛି ।
କାରାନ୍‌ ଡି’ ଆଚେ ଗୋଥିକା ପେନ୍‌: ଏଥିରେ ରୋଡିୟମ୍‌ କୋଟେଡ୍‌ର ସଲିଡ୍‌ ସିଲଭର୍‌କୁ ବ୍ୟବହାର କରାଯାଇଛି । ତା’ସହିତ କିଛି ହୀରା, ରୁବି ଓ ଏମେରାଲ୍ଡ ମଧ୍ୟ ବ୍ୟବହୃତ ହୋଇଛି । ତେଣୁ ଏହାର ମୂଲ୍ୟ ପ୍ରାୟ ୨୯୯,୭୫୬ ପାଉଣ୍ଡ ରହିଛି ।
କାରାନ୍‌ ଡି’ ଆଚେ ଲା ମଡର୍ଣ୍ଣିଷ୍ଟା ଡାଇମଣ୍ଡ ପେନ୍‌: ଏହି ପେନ୍‌ରେ ରୋଡିୟମ୍‌ କୋଟେଡ୍‌ ହୋଇଥିବା ସିଲଭର୍‌ କମ୍ପୋନେଣ୍ଟ, ୧୮ କ୍ୟାରେଟର ଗୋଲ୍ଡ ନିବ୍‌, ୨୦ କ୍ୟାରେଟର ପ୍ରାୟ ୫୦୭୨ଟି ୱେସେଲଟନ୍‌ ଡାଇମଣ୍ଡ ଏବଂ ୩୨ କ୍ୟାରେଟ ବିଶିଷ୍ଟ ୯୬ଟି ରୁବି ବ୍ୟବହାର କରାଯାଇଛ । ତେଣୁ ଏହାର ମୂଲ୍ୟ ୧୯୫,୪୩୮ ପାଉଣ୍ଡ ରହିଛି ।
ପ୍ରିନ୍ସ ରେନିଅର୍‌ ଲିମିଟେଡ ଏଡିସନ୍‌ ୮୧ ପେନ୍‌: ଏଥିରେ ୧୮ କ୍ୟାରେଟର ହ୍ବାଇଟ୍‌ଗୋଲ୍ଡ, ୯୯୬ଟି ହୀରା ଓ ୯୬ ଟି ରୁବି ଲାଗିଛି । ତା’ସହିତ ଏହାର କ୍ୟାପ୍‌ର ରିଂରେ ୧୯ଟି ରୁବି ଏବଂ ନିବ୍‌ରେ ବି ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହି ପେନ୍‌ର ମୂଲ୍ୟ ୧୮୮, ୮୦୦ ପାଉଣ୍ଡ ରହିଛି ।
ଲିମିଟେଡ ଏଡିସନ୍‌ ବୋହେମେ ପାପିଲିୟନ୍‌ ପେନ୍‌: ଏହି ପେନ୍‌ରେ ଧଳା, ହଳଦିଆ ଓ ରୋଜ୍‌ କଲର୍‌ ସୁନାର ବ୍ୟବହାର କରାଯାଇଛି । ତା’ସହିତ ଏଥିରେ ପ୍ରାୟ ୧୪୦୦ଟି ଡାଇମଣ୍ଡ ଓ ସଫାୟାର୍‌ ବି ଲାଗିଛି । ଏହାର ମୂଲ୍ୟ ହେଉଛି ପ୍ରାୟ ୧୬୯,୯୨୭ ପାଉଣ୍ଡ।
ପେରିୟର୍‌ ଜୌଏଟ୍‌ ଆନିଭରସାରି ଏଡିସନ୍‌ ପେନ୍‌: ଏଥିରେ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୯୯,୩୪୧ ପାଉଣ୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌...

୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କଲେ ନିର୍ଦ୍ଦଳୀୟ ପ୍ରାର୍ଥୀ: ଲୋକଙ୍କଠାରୁ ମାଗି ସଂଗ୍ରହ କରିଥିଲେ…

ବେଙ୍ଗାଲୁରୁ,୧୯।୪ : ମେ ୧୦ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ସମୟରେ, ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ...

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ...

ଭାରତୀୟ କନ୍ୟାବେଶରେ ସଜେଇ ହେଲେ ବିଦେଶିନୀ, କାରଣ ଜାଣିଲେ…

ଫିଲ୍ମ କିମ୍ବା ସୋସିଆଲ ମିଡିଆରେ ଅନ୍ୟ ଦେଶର ବିବାହ ସମ୍ବନ୍ଧୀୟ ଭିଡିଓ, ବରକନ୍ୟା ପିନ୍ଧିଥିବା ପୋଷାକ ନିଶ୍ଚିତ ଦେଖିଥିବେ। କିନ୍ତୁ ସବୁଠୁ ସୁନ୍ଦର ଦେଖାଯା’ନ୍ତି ଭାରତୀୟ...

କାଉକୁ ଦେଖି ଡରି ପଳାଉଥିଲା ମୂଷା, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି କାଠ

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବେ ସାରା ପୃଥିବୀକୁ ଏକ ପ୍ରକାର ଅଡୁଆରେ ପକାଇ ଦେଇଛି। ତେଣୁ ଅନେକ ଦେଶ ପ୍ଲାଷ୍ଟିକ ବ୍ୟବହାର ଉପରେ ନିଷେଧାଜ୍ଞା ଜାରି କରିଛନ୍ତି।...

୨ବର୍ଷ ପୂର୍ବରୁ ବିକ୍ରି ହୋଇଥିବା କାର୍‌ର ଚାଲାଣ ପହଞ୍ଚିଲା ଘରେ: ଯାଞ୍ଚ ପରେ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ତଥ୍ୟ

ଗ୍ରେଟର ନୋଏଡା, ୬।୧୨: ଦେଶରେ ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିଛି। ଇତିମଧ୍ୟରେ ଚାଲାଣ...

Advertisement
Archives

Model This Week