ପକ୍ଷୀଗଣନା ଲାଗି କୁଲଡ଼ିହାରେ ୩ ଟିମ୍‌

ସଜନାଗଡ଼, ୬।୧(ଡି.ଏନ.ଏ.) ଶୀତ ଋତୁରେ ଅଧିକ ଥଣ୍ଡା କାରଣରୁ ଜଳାଶୟ ଉପରେ ନିର୍ଭରଶୀଳ ପ୍ରଜାତିର ପକ୍ଷୀମାନେ ପ୍ରତିବର୍ଷ ଖାଦ୍ୟ ଅନ୍ବେଷଣରେ ମାଇଲ ମାଇଲ ବାଟ ଅତିକ୍ରମ କରି ବାଲେଶ୍ୱର କୁଲଡ଼ିହା ଅଭୟାରଣ୍ୟରେ ବିଭିନ୍ନ ଅଞ୍ଚଳକୁ ଆସିଥାନ୍ତି। ଏହି ପକ୍ଷୀମାନଙ୍କ ସୁରକ୍ଷା ଏବଂ ସେମାନଙ୍କର ପ୍ରଜାତିର ଚିହ୍ନଟ ଓ ଗତିବିଧିକୁ ଜାଣିବା ପାଇଁ ପ୍ରତିବର୍ଷ ପକ୍ଷୀଗଣନା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଚଳିତବର୍ଷ ବନବିଭାଗ ପକ୍ଷରୁ କୁଲଡିହା ଅଭୟାରଣ୍ୟରେ ପକ୍ଷୀଗଣନା ଆରମ୍ଭ ହୋଇଛି। ଅଭୟାରଣ୍ୟ ଭିତରେ ଥିବା ରିଷିୟା ଡ୍ୟାମ, ବୁଗାଳିବନ୍ଧ, ଖୁମକୁଟ, ତେଣ୍ଡା ଅଞ୍ଚଳର ସାତଘାଟି ଡ୍ୟାମ୍‌ରେ ପକ୍ଷୀଗଣନା ପାଇଁ ୩ଟି ଟିମ୍‌ ନିୟୋଜିତ ହୋଇଛନ୍ତି।
ପକ୍ଷୀଗଣନା କାର୍ଯ୍ୟକ୍ରମରେ କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ କୁମାର ଜେନା ମୁଖ୍ୟ କାର୍ଯ୍ୟନିର୍ବାହ କରୁଛନ୍ତି। ଫରେଷ୍ଟର ଉମାକାନ୍ତ ଜେନା, ରାମେଶ୍ୱର ମୁର୍ମୁ, ପରମାନନ୍ଦ ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ। ଏହାସହ ବନ କର୍ମଚାରୀ ଫରେଷ୍ଟଗାର୍ଡ଼, ସବୁଜବାହିନୀ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ପକ୍ଷୀଗଣନା ପୂର୍ବାହ୍ନ ୬ଟାରେ ଆରମ୍ଭ ହୋଇଥିଲା। ରିଷିଆ ଡ୍ୟାମ୍‌ରେ ଡଙ୍ଗା ସାହାଯ୍ୟରେ ପକ୍ଷୀଗଣନା ହେଉଥିବା ଦେଖିବାକୁ ମିଳିଥିଲା। ପକ୍ଷୀଙ୍କ ଭିତରେ ବଗ, ଶୁଆ, ଗେଣ୍ଡାଳିଆ, ମାଛରଙ୍କା, ସଲରୀ, କଜଳପାତି, ବୁବୁନ, ଭଦଭଦଳିଆ ଆଦି ଦେଶୀପକ୍ଷୀ ରହିଥିବା ବେଳେ ୨୮ପ୍ରଜାତିର ପକ୍ଷୀ ସହ ପ୍ରଥମଥର ପାଇଁ ମାଛଖିଆ ଛଞ୍ଚାଣ ରହିଥିବା ଜଣାପଡିଛି। ପକ୍ଷୀ ବିଶେଷଜ୍ଞ ମେଘା ନାୟକ, ସୁବ୍ରତ ନାୟକ ଓ ତାଙ୍କର ୨ ସହଯୋଗୀ ମନୋରଞ୍ଜନ ଦାସ, ପ୍ରକାଶ ମର୍ଦ୍ଦରାଜ ଆସି ପକ୍ଷୀଗଣନାରେ ସହଯୋଗ କରିଛନ୍ତି। କିନ୍ତୁ ପୂର୍ବ ବର୍ଷଠାରୁ ପକ୍ଷୀ କମ୍‌ ଥିବା ସୂଚନା ମିଳିଛି। ଅନୁରୂପ ଭାବେ ନୀଳଗିରି ବନ ବିଭାଗ ଅଧୀନ ପଦ୍ମତୋଳାଠାରେ ନୀଳଗିରି ରେଞ୍ଜର ଗଣେଶ ପ୍ରସାଦ ଲେଙ୍କାଙ୍କ ନେତୃତ୍ୱରେ ୩ ଫରେଷ୍ଟର, ଫରେଷ୍ଟଗାର୍ଡ଼, ସବୁଜବାହିନୀକୁ ନେଇ ପକ୍ଷୀଗଣନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ପଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

କପ୍ତିପଦା,୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ର ମାଙ୍କଡ଼ପଡ଼ା ପଞ୍ଚାୟତରେ ଗତ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି । ଏଥିନେଇ ଲୋକେ ଭୟଭୀତ...

ବଢୁଛି ଜଳକା ନଦୀର ପାଣି

ବାଲେଶ୍ୱର ଅଫିସ,୮ା୯: ବାଲେଶ୍ୱର ଜିଲାର ପ୍ରଭାବିତ ଜଳକା ନଦୀର ଜଳସ୍ତର ବଢ଼ିବାର ଲାଗିଛି। ଗତ କିଛି ଦିନ ହେବ ଉପର ମୁଣ୍ଡରେ ପ୍ରବଳ ବର୍ଷା ଲାଗି...

ଭୋଗରାଇ ମହିଳା ମହାବିଦ୍ୟାଳୟ ଅଶାନ୍ତ

ଭୋଗରାଇ,୩୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ମହିଳା ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଜନୈକ ଛାତ୍ରୀଙ୍କୁ ଅସତ ଆଚରଣ କରିଥିବା ଅଭିଯୋଗରେ ବୁଧବାର...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଜଳକା: ତଳିଆ ଅଞ୍ଚଳ ସ୍ଥିତି ଉପରେ ନଜର

ବାଲେଶ୍ୱର ଅଫିସ/ବସ୍ତା,୨୭।୮(ସ୍ବ.ପ୍ର.)- ବାଲେଶ୍ୱର ଜିଲାର ବସ୍ତା ଅଞ୍ଚଳ ଦେଇ ପ୍ରବାହିତ ଜଳକା ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ତଳମୁଣ୍ଡର ବିଭିନ୍ନ ସ୍ଥାନରେ...

ଭାସିଗଲା ଅସ୍ଥାୟୀ ପୋଲ

ଲଙ୍ଗଳେଶ୍ୱର, ୨୬ା୮(ଡି.ଏନ.ଏ.): ବନ୍ୟାକୁ ୫ ଦିନ ବିତିଯାଇଥିବା ବେଳେ ଜଳସ୍ତର କମୁଥିବାରୁ ଲୋକମାନେ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଛନ୍ତି। ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ...

ହଟୁନି ସରକାରୀ ହୋର୍ଡିଂ

ସଜନାଗଡ଼,୩୧।୧(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ମାଳମାଳ ସରକାରୀ ହୋର୍ଡିଂ ଦେଖିବାକୁ...

ସ୍କୁଲ ବସ୍‌ ପଛକୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ୧୮ ଛାତ୍ରୀଛାତ୍ର

ଆନନ୍ଦପୁର,୭।୭(ସ୍ବ.ପ୍ର.)-ଶନିବାର ଏକ ବଡ଼ ଦୁର୍ଘଟଣାରୁ ୧୮ ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଗୋହିରାଠାରେ ଥିବା ଏକ ଘରୋଇ ଇଂଲିଶ...

ମହିଳାଙ୍କୁ ଆୟର ପନ୍ଥା ଯୋଗାଇବା ନାଁରେ ଠକେଇ

କେନ୍ଦୁଝର, ୨ା୭(ଡି.ଏନ୍‌.ଏ.)- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମରେ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗତବର୍ଷ କାର୍ଯ୍ୟାଳୟ ଖୋଲି ମହିଳାମାନଙ୍କୁ ଛେଳି ଚାଷ ଓ କ୍ଷୁଦ୍ର...

Advertisement
Archives

Model This Week