ବିଦ୍ୟୁତ୍‌ ବିଲ୍‌ ଦିଅ, ନଚେତ୍‌ ମର

ନାପିତାଉ, ୧୭ା୧: ଗତବର୍ଷ ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା ଦେଶର ଶାସନ କବ୍‌ଜା କରିବା ପରଠାରୁ ଅର୍ଥବ୍ୟବସ୍ଥା ଘୋର ପ୍ରଭାବିତ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ଦେଶର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ଶାସନରୁ ହଟାଯିବା ବିରୋଧରେ ଏବଂ ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଦାବି କରି ଲକ୍ଷ ଲକ୍ଷ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେନା କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ଅନେକେ ସେମାନଙ୍କ ଜୀବନ ହରାଇଥିବାବେଳେ ଅନେକଙ୍କ ଚାକିରି ଯାଇଛି। ଏବେ ଲକ୍ଷାଧିକ ଲୋକ ସେମାନଙ୍କ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ଖୋଲାଖୋଲି ମନା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ରାଜସ୍ବ ଉତ୍ସ ଭାବେ ବିଦ୍ୟୁତ୍‌ ବିଲ୍‌ ସଂଗ୍ରହରୁ ସେନାକୁ ବଞ୍ଚିତ କରିବା ପାଇଁ ଜନସାଧାରଣ ଏଭଳି ଅଭିନବ ଉପାୟ ଆପଣାଇଥିବାବେଳେ ମ୍ୟାନ୍‌ମାର ମିଲିଟାରୀ କିନ୍ତୁ ଏଥିପାଇଁ କଠୋର ପନ୍ଥା ଅବଲମ୍ବନ କରିଛି। ବିଲ୍‌ ପଇଠ କର ନଚେତ ମରିବାକୁ ପ୍ରସ୍ତୁତ ହୋଇଯାଅ ବୋଲି ସେନା ଚେତାବନୀ ଦେଇଛି।
୧୧ ମାସ ହେଲା ଲୋକଙ୍କ ଇଚ୍ଛାକୁ ଦମନ କରି ଚାଲିଥିବା ସେନା ଏବେ ସେମାନଙ୍କଠାରୁ ବିଭିନ୍ନ ବିଲ୍‌ ଏବଂ ଋଣ ବାବଦ ଅର୍ଥ ସଂଗ୍ରହରେ ଲାଗିଛି। ଏପରି କି ସେନା ଅଧିକାରୀମାନେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ସହ ଘରକୁ ଘର ବୁଲି ବିଲ୍‌ ଆଦାୟ କରୁଥିବା ଦେଖାଯାଇଛି। କିଛି ସପ୍ତାହ ହେଲା ଦେଶର ଦୁଇ ବଡ଼ ସହର ୟାଙ୍ଗୁନ୍‌ ଏବଂ ମାଣ୍ଡଲେ ସମେତ ବିଭିନ୍ନ ଅଞ୍ଚଳରେ ସେନା ଅଧିକାରୀ ଏଥି ନିମନ୍ତେ ଲୋକଙ୍କ ଘର କବାଟ ବାଡ଼ଉଛନ୍ତି। ବିଲ୍‌ ନ ଦେଲେ ବଦଳରେ ଜୀବନ ଦେବାକୁ ପଡ଼ିବ ବୋଲି ଧମକ ଦିଆଯାଉଛି। ମ୍ୟାନମାର ମୁଦ୍ରା କ୍ୟାତ୍‌ର ମୂଲ୍ୟ ହ୍ରାସ ପାଇଛି। ବ୍ୟାଙ୍କଗୁଡ଼ିକରେ ଅର୍ଥାଭାବ ଦେଖାଦେଇଛି। କେତେକ ଆକଳନ ଅନୁସାରେ, ପୂର୍ବ ସରକାରକୁ ମିଳୁଥିବା ବିଦ୍ୟୁତ୍‌ ଦେୟ, ଟିକସ, ରାଜସ୍ବ, ଅନ୍ତର୍ଜାତୀୟ ସ୍ତରରେ ବିକାଶ ସହାୟତାରେ ଅନୁଦାନ ହ୍ରାସ ପାଇଛି ଯାହା କି ଦେଶର ମୋଟ ରାଜସ୍ବର ଏକ-ତୃତୀୟାଂଶ। ରିପୋର୍ଟ ଅନୁସାରେ, ମାଣ୍ଡଲେ ସହରର ୯୭ ପ୍ରତିଶତ ଏବଂ ୟାଙ୍ଗୁନ୍‌ର ୯୮ ପ୍ରତିଶତ ଲୋକ ସେମାନଙ୍କ ବିଦ୍ୟୁତ୍‌ ବିଲ୍‌ ପଇଠ କରିନାହାନ୍ତି। ଏହା ଦ୍ୱାରା ଦେଶକୁ ୧ ବିଲିୟନ ଡଲାରର କ୍ଷତି ହୋଇଛି।
ଗତବର୍ଷ ସେନା ବିଦ୍ରୋହ କରି ଗଣତନ୍ତ୍ର ନେତ୍ରୀ ସୁ ଚୀଙ୍କୁ ବନ୍ଦୀ କରିଥିଲା। ଏହାକୁ ବିରୋଧ କରି ମ୍ୟାନ୍‌ମାର ସୈନ୍ୟ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାୟ ଦେଢ଼ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କୁ ବନ୍ଦୀ ଅବସ୍ଥାରେ ଅତ୍ୟାଚାର କରାଯାଇ ହତ୍ୟା କରାଯାଇଥିଲା। ୮୫ ଯୁବ ଆନ୍ଦୋଳନକାରୀଙ୍କୁ ସିଧାସଳଖ ଗୁଳି କରିଦିଆଯାଇଥିଲା। ଦୀର୍ଘଦିନ ଧରି ବିକ୍ଷୋଭ ଜାରି ରହିବାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସେମାନଙ୍କ ଜୀବିକା ହରାଇଛନ୍ତି। ଅନେକ ଭୟରେ ଦେଶ ଛାଡ଼ି ପଳାୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?