ବିଦ୍ୟୁତ୍‌ ବିଲ୍‌ ଦିଅ, ନଚେତ୍‌ ମର

ନାପିତାଉ, ୧୭ା୧: ଗତବର୍ଷ ଫେବୃୟାରୀ ୧ରେ ମ୍ୟାନ୍‌ମାର ସେନା ଦେଶର ଶାସନ କବ୍‌ଜା କରିବା ପରଠାରୁ ଅର୍ଥବ୍ୟବସ୍ଥା ଘୋର ପ୍ରଭାବିତ ହୋଇଛି। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ଦେଶର ସର୍ବୋଚ୍ଚ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କୁ ଶାସନରୁ ହଟାଯିବା ବିରୋଧରେ ଏବଂ ଦେଶରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ଦାବି କରି ଲକ୍ଷ ଲକ୍ଷ ଲୋକ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେନା କାର୍ଯ୍ୟାନୁଷ୍ଠାନର ଶିକାର ହୋଇ ଅନେକେ ସେମାନଙ୍କ ଜୀବନ ହରାଇଥିବାବେଳେ ଅନେକଙ୍କ ଚାକିରି ଯାଇଛି। ଏବେ ଲକ୍ଷାଧିକ ଲୋକ ସେମାନଙ୍କ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାକୁ ଖୋଲାଖୋଲି ମନା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ରାଜସ୍ବ ଉତ୍ସ ଭାବେ ବିଦ୍ୟୁତ୍‌ ବିଲ୍‌ ସଂଗ୍ରହରୁ ସେନାକୁ ବଞ୍ଚିତ କରିବା ପାଇଁ ଜନସାଧାରଣ ଏଭଳି ଅଭିନବ ଉପାୟ ଆପଣାଇଥିବାବେଳେ ମ୍ୟାନ୍‌ମାର ମିଲିଟାରୀ କିନ୍ତୁ ଏଥିପାଇଁ କଠୋର ପନ୍ଥା ଅବଲମ୍ବନ କରିଛି। ବିଲ୍‌ ପଇଠ କର ନଚେତ ମରିବାକୁ ପ୍ରସ୍ତୁତ ହୋଇଯାଅ ବୋଲି ସେନା ଚେତାବନୀ ଦେଇଛି।
୧୧ ମାସ ହେଲା ଲୋକଙ୍କ ଇଚ୍ଛାକୁ ଦମନ କରି ଚାଲିଥିବା ସେନା ଏବେ ସେମାନଙ୍କଠାରୁ ବିଭିନ୍ନ ବିଲ୍‌ ଏବଂ ଋଣ ବାବଦ ଅର୍ଥ ସଂଗ୍ରହରେ ଲାଗିଛି। ଏପରି କି ସେନା ଅଧିକାରୀମାନେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ସହ ଘରକୁ ଘର ବୁଲି ବିଲ୍‌ ଆଦାୟ କରୁଥିବା ଦେଖାଯାଇଛି। କିଛି ସପ୍ତାହ ହେଲା ଦେଶର ଦୁଇ ବଡ଼ ସହର ୟାଙ୍ଗୁନ୍‌ ଏବଂ ମାଣ୍ଡଲେ ସମେତ ବିଭିନ୍ନ ଅଞ୍ଚଳରେ ସେନା ଅଧିକାରୀ ଏଥି ନିମନ୍ତେ ଲୋକଙ୍କ ଘର କବାଟ ବାଡ଼ଉଛନ୍ତି। ବିଲ୍‌ ନ ଦେଲେ ବଦଳରେ ଜୀବନ ଦେବାକୁ ପଡ଼ିବ ବୋଲି ଧମକ ଦିଆଯାଉଛି। ମ୍ୟାନମାର ମୁଦ୍ରା କ୍ୟାତ୍‌ର ମୂଲ୍ୟ ହ୍ରାସ ପାଇଛି। ବ୍ୟାଙ୍କଗୁଡ଼ିକରେ ଅର୍ଥାଭାବ ଦେଖାଦେଇଛି। କେତେକ ଆକଳନ ଅନୁସାରେ, ପୂର୍ବ ସରକାରକୁ ମିଳୁଥିବା ବିଦ୍ୟୁତ୍‌ ଦେୟ, ଟିକସ, ରାଜସ୍ବ, ଅନ୍ତର୍ଜାତୀୟ ସ୍ତରରେ ବିକାଶ ସହାୟତାରେ ଅନୁଦାନ ହ୍ରାସ ପାଇଛି ଯାହା କି ଦେଶର ମୋଟ ରାଜସ୍ବର ଏକ-ତୃତୀୟାଂଶ। ରିପୋର୍ଟ ଅନୁସାରେ, ମାଣ୍ଡଲେ ସହରର ୯୭ ପ୍ରତିଶତ ଏବଂ ୟାଙ୍ଗୁନ୍‌ର ୯୮ ପ୍ରତିଶତ ଲୋକ ସେମାନଙ୍କ ବିଦ୍ୟୁତ୍‌ ବିଲ୍‌ ପଇଠ କରିନାହାନ୍ତି। ଏହା ଦ୍ୱାରା ଦେଶକୁ ୧ ବିଲିୟନ ଡଲାରର କ୍ଷତି ହୋଇଛି।
ଗତବର୍ଷ ସେନା ବିଦ୍ରୋହ କରି ଗଣତନ୍ତ୍ର ନେତ୍ରୀ ସୁ ଚୀଙ୍କୁ ବନ୍ଦୀ କରିଥିଲା। ଏହାକୁ ବିରୋଧ କରି ମ୍ୟାନ୍‌ମାର ସୈନ୍ୟ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ପ୍ରାୟ ଦେଢ଼ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କୁ ବନ୍ଦୀ ଅବସ୍ଥାରେ ଅତ୍ୟାଚାର କରାଯାଇ ହତ୍ୟା କରାଯାଇଥିଲା। ୮୫ ଯୁବ ଆନ୍ଦୋଳନକାରୀଙ୍କୁ ସିଧାସଳଖ ଗୁଳି କରିଦିଆଯାଇଥିଲା। ଦୀର୍ଘଦିନ ଧରି ବିକ୍ଷୋଭ ଜାରି ରହିବାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ସେମାନଙ୍କ ଜୀବିକା ହରାଇଛନ୍ତି। ଅନେକ ଭୟରେ ଦେଶ ଛାଡ଼ି ପଳାୟନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri