ହ୍ବିଲଚେୟାରରେ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୧୭।୧ (ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମାନୁଆଲ ହ୍ବିଲଚେୟାରରେ ୨୧୩ କି.ମି. ଅତିକ୍ରମ କରି ଏହି ସଫଳତା ପାଇଛନ୍ତି। ପୂର୍ବରୁ ୨୦୦୭ ଡିସେମ୍ବର ୩-୪ରେ ପର୍ତ୍ତୁଗାଲର ପାରାଲିମ୍ପିକ୍‌ ଆଥଲେଟ୍‌ ମାରିଓ ଟ୍ରିନାଡେଡ୍‌ ସେଠାକାର ଭିଲେରାଲ ଷ୍ଟାଡିୟମରେ ୨୪ ଘଣ୍ଟା ମଧ୍ୟରେ ୧୮୨.୪ କି.ମି. ଅତିକ୍ରମ କରି ବିଶ୍ୱରେକର୍ଡ ସ୍ଥାପନ କରିଥିଲେ। ପୁରୀ ଜିଲା ବ୍ରହ୍ମଗିରିର କମଳାକାନ୍ତ ସେହି ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କର ଏହି ବିରଳ ସଫଳତା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛି।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ସାଇକେଲ ଟ୍ରାକ୍‌ ପଏଣ୍ଟରେ କମଳାକାନ୍ତ ତାଙ୍କର ଏହି ସଫଳ ହ୍ବିଲଚେୟାର ଯାତ୍ରା କରିଥିଲେ। ତାଙ୍କୁ ଉତ୍ସାହିତ କରିବା ପାଇଁ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ। ନିଜ ସଫଳତାରେ ସେ ଖୁସି ବ୍ୟକ୍ତ କରିଛନ୍ତିି। ବହୁ ବର୍ଷ ଧରି ଏଥିପାଇଁ ଅଭ୍ୟାସ କରି ଆସୁଥିଲେ। ଆଉ କେତୋଟି ଔପଚାରିକତା ପରେ ତାଙ୍କର ଏହି ସଫଳତା ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବ ବୋଲି ଆଶା କରାଯାଉଛି। ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ଆସୋସିଏଶନ ଓ ତାଙ୍କ ଟିମ୍‌ ବେଟରଲାଇଫ୍‌ ଫାଉଣ୍ଡେଶନ କମଳାକାନ୍ତଙ୍କ ଏହି ସଫଳତା ମାଧ୍ୟମରେ ଦିବ୍ୟାଙ୍ଗ ସମାଜକୁ ‘ଲାଇଫ୍‌ ଇଜ୍‌ ପସିବୁଲ’ ନାମରେ ଏକ ସକାରାତ୍ମକ ବାର୍ତ୍ତା ଦେଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଏହି ଅଭିନବ ପ୍ରୟାସ ପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଥିଲା। କମଳାକାନ୍ତଙ୍କ ଅଭିଯାନ ଆରମ୍ଭ ପୂର୍ବରୁ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ଅଭିନେତା ସବ୍ୟସାଚୀ ମିଶ୍ର, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥିଭାବେ ଯୋଗଦେଇ କମଳାକାନ୍ତଙ୍କୁ ଉତ୍ସାହିତ କରିଥିଲେ।
ଉଲ୍ଲେଖଥାଉ କି, ମେରୁଦଣ୍ଡରେ ଆଘାତ ପାଇବା ପରେ କମଳାକାନ୍ତ ଅଣ୍ଟା ତଳକୁ ପକ୍ଷାଘାତର ଶିକାର ହୋଇଥିଲେ। ତେବେ ସେ ଏଥିରେ ହାର ମାନି ନ ଥିଲେ। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ସୋସିଆଲ ସିକ୍ୟୁରିଟି ଆଣ୍ଡ ଏମ୍ପାଓ୍ବାରମେଣ୍ଟ ଅଫ୍‌ ପର୍ସନ୍ସ (ଏସ୍‌ଏସ୍‌ଇପିଡି) ବିଭାଗ ଦ୍ୱାରା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଆବିଲିଟି ମାରାଥନରେ ଅଂଶଗ୍ରହଣ କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ମାରାଥନରେ ଭାଗ ନେଇଆସୁଛନ୍ତି ଏହି ଦିବ୍ୟାଙ୍ଗ ଆଥଲେଟ୍‌। ସେ ଏକମାତ୍ର ଭାରତୀୟ ଭାବେ ୧୫ ଘଣ୍ଟା ମଧ୍ୟରେ ୧୩୯.୫୭ କି.ମି. ବିଶିଷ୍ଟ ହ୍ବିଲଚେୟାର ଅଲଟ୍ରା ମାରାଥନକୁ ଅତିକ୍ରମ କରିଥିଲେ। ସେହିପରି ୧୬ ଥର ହାଫ୍‌ ମାରାଥନ (୨୧ କି.ମି.) ଏବଂ ୧୩ ଥର ଫୁଲ୍‌ ମାରାଥନ (୪୨ କି.ମି.) ରନର ଭାବେ ପ୍ରସିଦ୍ଧି ହାସଲ କରିଛନ୍ତି। ସେ ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ଦଳର ଅଧିନାୟକ ମଧ୍ୟ ରହିଛନ୍ତି। ୨୦୨୦ରେ କମଳାକାନ୍ତ ହ୍ବିଲଚେୟାରରେ ୪୨୦୦ କି.ମି. ଯାତ୍ରା କରିବାର ରେକର୍ଡ କରିଛନ୍ତି। ଏହାସହ ଜାତୀୟ ପାରା ଆଥଲେଟିକ ଚାମ୍ପିୟନଶିପ୍‌ ଓ ଜାତୀୟ ହ୍ବିଲଚେୟାର ଫେନ୍ସିଂ ଚାମ୍ପିୟନଶିପ୍‌ରେ ଦୁଇଥର ଲେଖାଏ ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri