ପାକିସ୍ତାନୀ ବନ୍ଦୀଙ୍କ ମୁକ୍ତି ପାଇଁ ୪ ପଣବନ୍ଦୀ

ଓ୍ବାଶିଂଟନ୍‌, ୧୭ା୧: ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମୁକ୍ତ କରାଯିବା ଦାବିରେ ଆମେରିକାର ଟେକ୍ସାସ୍‌ ସ୍ଥିତ କୋଲେଭିଲ୍ଲେରେ ଇହୁଦୀମାନଙ୍କ ପ୍ରାର୍ଥନା ସ୍ଥଳୀ(ସିନେଗଗ୍‌)ରେ ଜଣେ ବ୍ୟକ୍ତି ଶନିବାର ୪ ଜଣଙ୍କ ମୁଣ୍ଡ ଜାମିନ ରଖିଥିଲେ। ପ୍ରାୟ ୧୦ ଘଣ୍ଟାର ଅପରେଶନ ପରେ ବନ୍ଧକ ଥିବା ସମ୍ପୃକ୍ତ ୪ ଜଣଙ୍କୁ ସୁରକ୍ଷିତ ଭାବେ ମୁକ୍ତ କରାଯାଇଛି। ଏଥିସହ ସୁରକ୍ଷାକର୍ମୀଙ୍କ ଗୁଳିରେ ବନ୍ଧୁକଧାରୀ ନିହତ ହୋଇଛନ୍ତି।
ବୈଜ୍ଞାନିକ ଆଫିୟା ସିଦ୍ଦିକିଙ୍କୁ ଆମେରିକାର ଜଣେ ସେନା ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଟେକ୍ସାସ୍‌ ଜେଲରେ ରଖାଯାଇଛି। ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦା ସହ ସିଦ୍ଦିକିଙ୍କ ସମ୍ପର୍କ ରହିଛି। ଆଫିୟା ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ସ୍ନାୟୁ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି। ୨୦୦୩ରେ ଜଣେ ଆତଙ୍କବାଦୀ ଖଲିଦ୍‌ ଶେଖ୍‌ ମହମ୍ମଦ ଆଫିୟାଙ୍କ ବିଷୟରେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇକୁ ସୂଚନା ଦେଇଥିଲେ। ଏହା ଆଧାରରେ ଆଫିୟାଙ୍କୁ ଆଫଗାନିସ୍ତାନରୁ ଗିରଫ କରାଯାଇଥିଲା। ସେଠାରେ ବଗ୍‌ରାମ୍‌ ଜେଲରେ ଜଣେ ଏଫ୍‌ବିଆଇ ଅଧିକାରୀଙ୍କୁ ସେ ହତ୍ୟା ଉଦ୍ୟମ କରିଥିଲେ। ଫଳରେ ତାଙ୍କୁ ସେଠାରୁ ଆମେରିକା ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ସରକାର ସଂଖ୍ୟାଲଘୁ

କାଠମାଣ୍ଡୁ, ୬।୫(ଆଇଏଏନ୍‌ଏସ୍‌): କମ୍ୟୁନିଷ୍ଟ ପାର୍ଟି ଅଫ୍‌ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିନେବା ପରେ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ନେପାଳ ସରକାର ସଂଖ୍ୟାଲଘୁରେ...

ବୁକର ଦୌଡ଼ରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’

ଲଣ୍ଡନ,୮ା୪:ସୁନାମଧନ୍ୟା କଥାକାର ଗୀତାଞ୍ଜଳି ଶ୍ରୀଙ୍କ ବହୁଚର୍ଚ୍ଚିତ ଉପନ୍ୟାସ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ଚଳିତ ବର୍ଷର ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍‌ ପାଇଁ ଚୂଡ଼ାନ୍ତ ତାଲିକାରେ ସ୍ଥାନିତ ହୋଇଛି।...

କରୋନା ମହାମାରୀ ଯୋଗୁ ହୋଇପାରେ ପୁଣି ମାନ୍ଦାବସ୍ଥା: ମୁଡିଜ୍‌

ଓ୍ବାଶିଂଟନ,୨୭।୨: ଚାଇନାରେ ଦେଖାଦେଇଥିବା କରୋନା ମହାମାରୀ ଧିରେଧିରେ ପୃଥିବୀର ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଛି। ଏଭଳି ସ୍ଥିତି ଜାରି ରହିଲେ ପୁଣି ଥରେ ପୃଥିବୀରେ ମାନ୍ଦାବସ୍ଥା...

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ଇମ୍ରାନ

ଇସ୍‌ଲାମାବାଦ, ୧୧ା୫: ପୂର୍ବତନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଗିରଫଦାରୀ ବେଆଇନ ବୋଲି ପାକ୍‌ ସୁପ୍ରିମକୋର୍ଟ ଗୁରୁବାର ଘୋଷଣା କରିବା ସହ ତାଙ୍କୁ ତୁରନ୍ତ ମୁକ୍ତ କରିଦେବାକୁ...

ଓମିକ୍ରନ ଭୟ : ଏହି ସହର ହେଲା ଲକ୍‌ଡାଉନ୍‌

ବେଜିଂ,୨୪ା୧୨: ବଢୁଥିବା କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଚାଇନାର ଜିଆନ ସହରରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଯଦିଓ ଜିଆନରେ ଏପର୍ଯ୍ୟନ୍ତ ଓମିକ୍ରନ...

କରୋନା ଭୂତାଣୁ ଆସିଛି କେଉଁଠୁ: ୯୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି…

ଓ୍ବାଶିଂଟନ,୨୭।୫: ପୃଥିବୀରେ ତାଣ୍ଡବ ରଚିଥିବା କରୋନା ମହାମାରୀ ଭୂତାଣୁ କେଉଁଠୁ ଆସିଛି ତାହାର ରିପୋର୍ଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୯୦ ଦିନ ମଧ୍ୟରେ ଲୋଡିଛନ୍ତି।...

୪ ହଜାର ବର୍ଷ ପୂର୍ବେ ଘର ସଜାଇବାରେ ବ୍ୟବହାର ହେଉଥିଲା ପପକର୍ନ

ପପକର୍ନ ଖାଇବା ଅନେକଙ୍କର ସୌକ କହିଲେ କିଛି ଭୁଲ୍‌ ହେବନାହିଁ। ହେଲେ ୪ହଜାର ବର୍ଷ ପୂର୍ବେ ଏହାକୁ ଖାଇବା ପରିବର୍ତ୍ତେ ଲୋକେ ଘର ସଜାଇବା ଓ...

Advertisement
Archives

Model This Week