Posted inଜାତୀୟ

ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର: କିସ୍ତିରେ ପଇଠ କରିହେବ ବିଲ୍‌

ମୁମ୍ବାଇ,୩୦।୬: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ସେଠାରେ ଅନେକ ଲୋକ ରୋଜଗାର ହରାଇ ବସିଛନ୍ତି। ଏମିତିକି କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟରେ ଜୁଲାଇ ଶେଷ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏହା ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ୍‌ ପ୍ରଭାବ ପକାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏବେ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏଣିକି କିଛିଦିନ ପାଇଁ ମହାରାଷ୍ଟ୍ରର ବିଦ୍ୟୁତ ଉପଭୋକ୍ତା କିସ୍ତିରେ ବିଜୁଳି ବିଲ୍‌ ପଇଠ କରିପାରିବେ ବୋଲି କୁହାଯାଇଛି। ମହାରାଷ୍ଟ୍ର ଇଲେକ୍ଟ୍ରିସିଟି ରେଗୁଲଟାରୀ କମିଶନ(ଏମ୍‌ଇଆର୍‌ସି) ପାଓ୍ବାର ଡିଷ୍ଟ୍ରିବ୍ୟୁଶନ କମ୍ପାନୀଙ୍କୁ ବିଦ୍ୟୁତ ବିଲ୍‌ ପଇଠ କରିବାକୁ ଗ୍ରାହକଙ୍କୁ ୩ଟି କିସ୍ତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଆସିଥିବା ବିଲ୍‌କୁ ୩ କିସ୍ତିରେ ଦେଇହେବ। ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ସବୁକିଛି ବନ୍ଦ ହୋଇଯାଇଥିଲା। ପରେ ଲକ୍‌ଡାଉନ ନିୟମରେ କୋହଳ କରାଯିବା ପରେ ବିଦ୍ୟୁତ୍‌ ଗ୍ରାହକମାନେ ଏକ କାଳୀନ ୩ ମାସର ବିଲ୍‌ ପାଇବା ପରେ ଚମକି ପଡିଥିଲେ। ତେଣୁ ଏକାଥରେ ଏତେ ପରିମାଣର ବିଲ୍‌ ପଇଠ କରିବାକୁ ଅଧିକାଂଶ ଲୋକ ସକ୍ଷମ ନ ଥିବାରୁ ଏବେ ବିଦ୍ୟୁତ୍‌ ଗ୍ରାହକମାନଙ୍କୁ କିସ୍ତିରେ ବିଲ୍‌ ପଇଠ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୭।୧୧: ଆକ୍ସନ ମୁଡ୍‌ରେ ଯୋଗୀ ସରକାର। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ୭ଜଣ ପିପିଏସ୍‌ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଭ୍ରଷ୍ଟାଚାର କାରଣରୁ ଅଧିକାରୀଙ୍କୁ...

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେଶନରେ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏହି ସର୍ଚ୍ଚ ଅପରେଶନ୍‌ରେ ୪ ଆତଙ୍କବାଦୀଙ୍କ...

ନଦୀରେ ବୁଡି ଚାଲିଗଲା ୭ ଜୀବନ

ଚେନ୍ନାଇ,୫।୬: ତାମିଲନାଡୁର କୋଡାଲୁରୁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। କୁଡାଲୋର ଜିଲାାର ଗାଡିଲାମ ନଦୀରେ ବୁଡି ତିନି ପିଲାଙ୍କ ସମେତ ୭ ଜଣଙ୍କ ସଲିଳ...

ପ୍ରଣବଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ

ନୂଆଦିଲ୍ଲୀ, ୨୦।୮(ପି.ଟି.): ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଛି। ତାଙ୍କ ଫୁସ୍‌ଫୁସ୍‌ରେ ସଂକ୍ରମଣ ହୋଇଥିବା ବୁଧବାର ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ...

ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି

ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର...

ସିଦ୍ଧୁ ମୁସେୱାଲା ହତ୍ୟାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର କାଲିଫର୍ନିଆରେ ଅଟକ

ନୂଆଦିଲ୍ଲୀ,୨ ।୧୨: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଗୋଲ୍ଡି ବରାରଙ୍କୁ କାଲିଫର୍ନିଆରେ ଅଟକ ରଖାଯାଇଛି । ଭାରତର ଗୁଇନ୍ଦା ଏଜେନ୍ସି...

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି।...

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଯୋଧପୁର,୯।୧୨: ରାଜସ୍ଥାନର ଯୋଧପୁରର ଏକ ଗ୍ରାମରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଏହି ଘଟଣାରେ ଆହତଙ୍କୁ ହସ୍ପିଟାଲରେ...

Advertisement
Archives

Model This Week