Posted inଜାତୀୟ

ନିଷ୍ପତ୍ତି ବଦଳାଇବାକୁ ପାଓ୍ବାର ଅମଙ୍ଗ

ମୁମ୍ବାଇ,୪ା୫: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିବା ବର୍ଷୀୟାନ୍‌ ରାଜନେତା ଶରଦ ପାଓ୍ବାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ପାଓ୍ବାର ଦୁଇ ତିନିଦିନ ମଧ୍ୟରେ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାଓ୍ବାର ଗଣମାଧ୍ୟମକୁ ଜଣାଇଥିଲେ। କିନ୍ତୁ ମହାରାଷ୍ଟ୍ର ଷ୍ଟ୍ରଙ୍ଗ୍‌ମ୍ୟାନ୍‌ ପାଓ୍ବାର ଦଳର ଅଧ୍ୟକ୍ଷ ପଦ ଛାଡ଼ିବା ନିଷ୍ପତ୍ତି ବଦଳାଇବାକୁ ରାଜି ନ ଥିବା ସୂତ୍ରରୁ ଜଣାପଡ଼ିଛି।
ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ପରିଚିତ ତଥା ମହାବିକାଶ ଅଘାଡ଼ି (ଏମ୍‌ଭିଏ) ସ୍ଥପତି ଶରଦ ପାଓ୍ବାର ମଙ୍ଗଳବାର ମୁମ୍ବାଇରେ ନିଜ ମରାଠୀ ଆମତ୍ଜୀବନୀ ‘ଲୋକ୍‌ ମାଝେ ସଙ୍ଗତି’ (ମୋ ସାଥିରେ ଲୋକେ)ର ନୂଆ ସଂସ୍କରଣ ଉନ୍ମୋଚନ ଅବସରରେ ଏନ୍‌ସିପି ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଘୋଷଣା କରିବା ପରଠୁ ଜାତୀୟ ରାଜନୀତି ଚଳଚଞ୍ଚଳ ହୋଇଛି। ତାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଝିଅ ତଥା ବାରାମତୀ ଏମ୍‌ପି ସୁପ୍ରିୟା ସୁଲେଙ୍କୁ ଦଳର ନୂଆ ଅଧ୍ୟକ୍ଷା କରାଯିବା ଚର୍ଚ୍ଚା ଜୋର୍‌ ଧରିଛି। ସେହିପରି ଅଜିତଙ୍କୁ ମହାରାଷ୍ଟ୍ର ଏନ୍‌ସିପି ସଭାପତି ପଦ ଦିଆଯାଇପାରେ। ଅଜିତଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଉପସ୍ଥାପନ କରାଯାଇପାରେ। ତେବେ ଏନେଇ କିଛି ନିଷ୍ପତ୍ତି ହୋଇନାହିଁ। ଦଳୀୟ କର୍ମୀ ପାଓ୍ବାରଙ୍କ ନିଷ୍ପତ୍ତି ପରିବର୍ତ୍ତନ ଅପେକ୍ଷାରେ ରହିଥିବା ନେତା ଅନିଲ ପାଟିଲ କହିଛନ୍ତି। ବରିଷ୍ଠ ନେତା ଛଗନ ଭୁଜବଳ କହିଛନ୍ତି, ସାଂସଦ ଭାବେ ସୁପ୍ରିୟାଙ୍କ ପ୍ରଦର୍ଶନ ଭଲ ରହିଛି। ତାଙ୍କୁ ଏନ୍‌ସିପି ମଙ୍ଗ ଧରାଇଲେ କିଛି ଅସୁବିଧା ନାହିଁ। ଅଜିତ ରାଜ୍ୟର ଦାୟିତ୍ୱ ସମ୍ଭାଳିବା ଉଚିତ। ଇତିମଧ୍ୟରେ ପାଓ୍ବାରଙ୍କ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ଠାଣେ ବିଧାୟକ ଜିତେନ୍ଦ୍ର ଆହ୍ବାଡ଼ ଏନ୍‌ସିପି ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ପ୍ରଫୁଲ୍ଲ ଦଳର ମଙ୍ଗ ଧରିବା ପାଇଁ ଆଗ୍ରହୀ ନ ଥିବା କହିଛନ୍ତି।

ଏନ୍‌ସିପି ସହ ମେଣ୍ଟ ଚାହିଁଥିଲେ ମୋଦି, ବାଜପେୟୀ

୨୦୧୯ ଲୋକ ସଭା ନିର୍ବାଚନ ପରେ ଏନ୍‌ସିପି ସହ ଭାଜପା ମେଣ୍ଟ କରିବାକୁ ଚାହୁଁଥିଲା। କିନ୍ତୁ ଗୈରିକ ଦଳ ସହ କୌଣସି ପ୍ରକାର ମେଣ୍ଟ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ସ୍ପଷ୍ଟ ମନା କରିଦେଇଥିଲେ। ୨୦୧୫ ମସିହା ପରବର୍ତ୍ତୀ ରାଜନୈତିକ ଘଟଣାକ୍ରମକୁ ନେଇ ଲିଖିତ ନିଜ ଆମତ୍ଜୀବନୀ ‘ଲୋକ ମାଝେ ସଙ୍ଗତି’ରେ ପାଓ୍ବାର ଏହାର ଅବତାରଣା କରିଛନ୍ତି। ତେବେ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗିରହିବାରୁ ରାଜ୍ୟରେ ଭାଜପା ସହ ମେଣ୍ଟ ଆଲୋଚନା ଚାଲିଥିବା ନେଇ ସେ ସ୍ବୀକାର କରିଛନ୍ତି। ପାଓ୍ବାର କହିଛନ୍ତି, ସରକାର ଗଢ଼ିବାକୁ ଏନ୍‌ସିପି ସେତେଟା ଆଗ୍ରହୀ ନ ଥିବାରୁ ଭାଜପା ସହ ମେଣ୍ଟ କରି ନ ଥିଲା। ଭାଜପାକୁ ଏହି ବିଷୟ ସ୍ପଷ୍ଟ ଭାବେ ଜଣାଇବା ଆବଶ୍ୟକ ଥିବାରୁ ପାଓ୍ବାର ୨୦୧୯ ନଭେମ୍ବରରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ୨୦୧୪ରେ ମଧ୍ୟ ଭାଜପା ପକ୍ଷରୁ ଏନ୍‌ସିପି ଶିବିର ସହ ମେଣ୍ଟ ପାଇଁ ପ୍ରୟାସ କରାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏନ୍‌ସିପି ସହ ମେଣ୍ଟ ଚାହିଁଥିଲେ ବୋଲି ପାଓ୍ବାର ନିଜ ଆମତ୍ଜୀବନୀରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ! ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇପାରନ୍ତି…

ଭାଜପାର ନୂଆ ଟିମ୍ ପ୍ରସ୍ତୁତ ହେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେନ୍ଦ୍ରୀୟ କ୍ୟାବିନେଟରେ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ସୂତ୍ର ଅନୁସାରେ…

ଡାକ୍ତରୀ ମିଶନ ପାଇଁ ଆସିବେ ‘ସାଇବର୍ଗ କକ୍‌ରୋଚ୍‌’

ସିଡ୍‌ନୀ,୨୮।୮(ରଏଟର୍ସ): ଭୂକମ୍ପ କିମ୍ବା ବଡ଼ଧରଣର ବିପର୍ଯ୍ୟୟ ସମୟରେ କୋଠାବାଡ଼ି ଓ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆହତ ଲୋକଙ୍କ ପାଖରେ ଜରୁରୀ ଔଷଧ ପହଞ୍ଚାଇବା ପାଇଁ…

ସମସ୍ୟା ଶୁଣି କାର୍ଯ୍ୟକ୍ରମ ଛାଡ଼ି ପଳାଇଲେ ମନ୍ତ୍ରୀ: ଏମ୍‌ପି-ମନ୍ତ୍ରୀ ମନୋମାଳିନ୍ୟ ଚର୍ଚ୍ଚା

ବ୍ରହ୍ମପୁର,୨୮ା୮(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ମଧ୍ୟରେ ମନୋମାଳିନ୍ୟ ଥିବା ବିଷୟ ପଦାକୁ ଆସିଛି। ଗୁରୁବାର…

ବେଲଗାମ୍‌ ଟ୍ରାଫିକ ବ୍ୟବସ୍ଥା, ନାକେଦମ୍‌ ସହରବାସୀ: ସ୍ପିଡ୍‌ ବାଇକର୍‌ଙ୍କ ଯୋଗୁ ଦୁର୍ଘଟଣା ଭୟ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଟ୍ରାଫିକ ସମସ୍ୟା ବେଲଗାମ୍‌ ହୋଇପଡ଼ିଛି। ସହରସ୍ଥିତ ଯେଉଁ ରାସ୍ତା ଓ ଛକକୁ ଦେଖିଲେ ଏହି ସମସ୍ୟା ରହିଛି। ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ…

ଚାଇନାର ‘ମେଡୋଗ ଡ୍ୟାମ୍‌’ ଭାରତ ପାଇଁ ‘ଓ୍ବାଟର ବମ୍

ନୂଆଦିଲ୍ଲୀ,୨୮ା୮: ତିବ୍ବତରେ ପ୍ରବଳ ଭୂସ୍ଖଳନ ଓ ଗ୍ଲେସିଅର୍‌ ଫାଟିବା ଯୋଗୁ ନେପାଳରେ ୨୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ସହ ହଜାରେରୁ ଅଧିକ ନିଖୋଜ ହେବା ଘଟଣା…

ନେପାଳ ବନ୍ୟାର ରହସ୍ୟ ଉପରୁ ହଟିଲା ପରଦା, ଭୂକମ୍ପ ନୁହେଁ ଏହି କାରଣ….

କାଠମାଣ୍ଡୁ,୨୮।୮: ନେପାଳରେ ଭୟଙ୍କର ବନ୍ୟା ପରେ ପ୍ରଥମେ ଏହାର କାରଣ ଭୂକମ୍ପ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଉପଲବ୍ଧ ବୈଜ୍ଞାନିକ ତଥ୍ୟ ଅନୁସାରେ, ବନ୍ୟାର ତତ୍କାଳୀନ କାରଣ…

ବର୍ଷାରେ ଧସିଲା ପିଡବ୍ଲ୍ୟୁଡି ରାସ୍ତା: ନିମ୍ନମାନର କାମ, ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ

ଭବାନୀପାଟଣା,୨8ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ବିଭାଗ ରାସ୍ତା କାମରେ ବିଭିନ୍ନ ସମୟରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସୁଥିଲେ ମଧ୍ୟ ଏଥିପ୍ରତି ଜିଲା ପ୍ରଶାସନ…

ଘୂର୍ଣ୍ଣିବଳୟ ସକ୍ରିୟ, ୨୯ରେ ଲଘୁଚାପ: ଏହିସବୁ ଜିଲାରେ ବିଜୁଳି-ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୮ା୮(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏବେ ଉପର ବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ୨୯ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri