Posted inଜାତୀୟ

ପୁଣି ଭାଜପା ସରକାରଙ୍କୁ ଟାର୍ଗେଟ୍‌ କଲେ ପାଓ୍ବାର

ନୂଆଦିଲ୍ଲୀ,୧୩।୧୦: ଏନସିପି ନେତା ଶରଦ ପାୱାର ପୁଣି ଥରେ ଲଖିମ୍‌ପୁର ହିଂସା ମାମଲାରେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପାୱାର କହିଛନ୍ତି, ଲଖିମ୍‌ପୁରରେ ଚାଷୀଙ୍କ ଉପରେ କାର୍‌ ଚଢାଇ ଦିଆଯାଇଥିଲା। କେନ୍ଦ୍ର ରାଜ୍ୟ ମନ୍ତ୍ରୀଙ୍କ ପୁଅ ଘଟଣାସ୍ଥଳରେ ଉପସ୍ଥିତ ଥିବା କୃଷକମାନେ କହିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ତାଙ୍କ ପୁଅକୁ ଗିରଫ କରାଯାଇଛି। ଶାସକ ଦଳ ଦୃଢ ପଦକ୍ଷେପ ନେବା ଉଚିତ୍‌। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିମ୍ବା ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଦାୟିତ୍ୱରୁ ଦୂରେଇ ଯାଇପାରିବେ ନାହିଁ। ରାଷ୍ଟ୍ରମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ ବୋଲି ସେ କହିଛନ୍ତି।
ଏହା ପ୍ରଥମ ଥର ନୁହେଁ ଯେ, ଶରଦ ପାୱାର ଲଖିମ୍‌ପୁର ହିଂସା ଉପରେ କିଛି ବିବୃତ୍ତି ଦେଇଛନ୍ତି। ଏହାପୂର୍ବରୁ ସେ ବ୍ରିଟିଶ ରାଜ ସମୟରେ ଜାଲିୟାନାୱାଲା ବାଗ ହତ୍ୟାକାଣ୍ଡ ସହିତ ଲଖିମ୍‌ପୁର ଖେରି ହିଂସାକୁ ତୁଳନା କରିଥିଲେ। ଶରଦ ପାୱାର ମଧ୍ୟ ଅକ୍ଟୋବର ୧୧ ରେ ଲଖିମପୁର ହିଂସାକୁ ବିରୋଧ କରିବା ପାଇଁ ସମ୍ପୂର୍ଣ୍ଣ ମହାରାଷ୍ଟ୍ର ବ୍ୟାଣ୍ଡ ଆହ୍ବାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫଶିଲେ ଆଇନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୩: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ନିଜ ମନ୍ତବ୍ୟ ପାଇଁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ନିକଟରେ ରିଜିଜୁ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ...

୧୩୨ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୯।୯ (ପି.ଟି.): ୨୦୨୧ ବର୍ଷରେ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ୧୯୧ ଦେଶ ମଧ୍ୟରେ ୧୩୨ତମ ସ୍ଥାନରେ ରହିଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)...

ମୋହନ ଭାଗବତଙ୍କ ନାଁରେ ମାମଲା

ପାଟନା,୮।୨: ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ...

ମା’ଙ୍କ ପାଇଁ ଅଗାଧୁଆରେ ୪୦ ଦିନ

ଭିଲ୍‌ଓ୍ବାଡ଼ା : ହିନ୍ଦୁ ସମାଜରେ ଈଶ୍ୱରଙ୍କ ଆରାଧନାକୁ ପବିତ୍ର ମନେକରାଯାଏ। ବେଶ୍‌ ଶୁଦ୍ଧପୂତ ଭାବେ ଶ୍ରଦ୍ଧାଳୁ ଦେବଦେବୀଙ୍କ ଆବାହନ କରିଥାନ୍ତି। ହେଲେ ରାଜସ୍ଥାନ ଭିଲ ସମ୍ପ୍ରଦାୟ...

ବୁଧବାର ଭାରତରେ ପହଞ୍ଚିବ ରାଫାଲ

ଅମ୍ବାଲା,୨୮।୭: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ମାରାତ୍ମକ ବୋମା ସହ ସଜ୍ଜିତ ଭାରତୀୟ ବାୟୁସେନାର ଘାତକ ଯୁଦ୍ଧ ବିମାନ ରାଫାଲ ଜୁଲାଇ ୨୯ରେ ପଞ୍ଜାବର ଅମ୍ବାଲାରେ ପହଞ୍ଚିବ।...

୨ ବର୍ଷ ୨ମାସରେ ୭ ରାଜ୍ୟରେ କ୍ଷମତା ହରାଇଛି ଭାଜପା

ନୂଆଦିଲ୍ଲୀ,୧୧।୨: ଗତ ୨ ବର୍ଷ ୨ମାସ ମଧ୍ୟରେ ୭ ରାଜ୍ୟରୁ ଭାଜପା ସରକାର କ୍ଷମତା ହରାଇଛି। ଏବେ ଦିଲ୍ଲୀକୁ ମିଶାଇ ୧୨ଟି ରାଜ୍ୟରେ ଅଣ ଭାଜପା...

ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ଲସ୍କରର ୩ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୬: ଜମ୍ମୁ-କଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ବଡ ସଫତା ମିଳିଛି । ସୁରକ୍ଷାର୍କମୀଙ୍କ ଆକ୍ରମଣରେ ସେଠାରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।...

ଡ୍ରେନ୍‌ ସଫା କରିବା ବେଳେ ଶ୍ୱାସରୁଦ୍ଧ: ଜଣଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆଉ ୩ ବ୍ୟକ୍ତି…

ପୁଣେ,୧୫।୩: ମହାରାଷ୍ଟ୍ର ପୁଣେର ବାରାମାଟିରେ ବୁଧବାର ଏକ ଅଘଟଣ ଘଟିଛି। ଡ୍ରେନ୍‌ରେ ଶ୍ୱାସରୁଦ୍ଧ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରବୀଣ ଅଟୋଲେ, ଭାନୁଦାସ...

Advertisement
Archives

Model This Week