ରାଜନୈତିକ ଆକ୍ରୋଶରୁ ରାସ୍ତା ଖୋଳିଦେଲେ

ସୋର,୯।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ତଳନଗର ପଞ୍ଚାୟତ ଅଧୀନ ଏକ ରାସ୍ତାକୁ ରାଜନୈତିକ ଆକ୍ରୋଶରୁ ଜେସିବି ଲଗାଇ ୪ଟି ସ୍ଥାନରେ ଖୋଳି ଦିଆଯାଇଥିବା ଅଭିଯୋଗ ହୋଇଛି। ନିର୍ବାଚନ ଫଳାଫଳ ପରେ ଜନୈକ ପରାଜିତ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକ ଏହି ପଞ୍ଚାୟତର ବରଡାସାହି ବାସିନ୍ଦାଙ୍କୁ ପରିଣାମ ଭୋଗିବାକୁ ଧମକଚମକ ଦେଇ ଆସୁଥିଲେ। ଶୁକ୍ରବାର ଏହି ସାହିକୁ ସଂଯୋଗ କରୁଥିବା ରାସ୍ତାର ୪ଟି ଜାଗାରେ ଜେସିବି ଲଗାଇ ୧୦ଫୁଟ୍‌ ଓସାର ରାସ୍ତା ବିଚ୍ଛିନ୍ନ କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ଗ୍ରାମର ମୀନତିରାଣୀ ନାୟକ, ଶରତ ବିଶ୍ୱାଳ, ଶାନ୍ତିଲତା ବିଶ୍ୱାଳ, ଶାନ୍ତିଲତା ନାୟକ, କମଳା ନାୟକ, ଜାନକୀ ଜେନା, ସରୋଜିନୀ ନାୟକ, ଶ୍ରୀମୟା ନାୟକ, ଗୀତାଞ୍ଜଳି ମହାନ୍ତି ପ୍ରମୁଖଙ୍କ ସହ ଗ୍ରାମର ଅନ୍ୟ ମହିଳା ଥାନାରେ ଲିଖିତ ଅଭିଯୋଗ କରି ଧାରଣାରେ ବସିଥିଲେ। ପୋଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ କରୁଛି। ଏହି ଗ୍ରାମରେ ବସବାସ କରୁଥିବା ୨୦ରୁ ଊର୍ଦ୍ଧ୍ୱ ପରିବାର ପୁରୁଷାନୁକ୍ରମେ ଗ୍ରାମକୁ ସଂଯୋଗ କରୁଥିବା ଏହି ଏକମାତ୍ର ରାସ୍ତାରେ ଯାତାୟାତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri