ବାତ୍ୟା ଭୟ: କୂଳକୁ ଫେରିଲା ଟ୍ରଲର

ଭୋଗରାଇ,୯।୫(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ର ମୁକାବିଲା ପ୍ରଶାସନ ତପତ୍ର ହୋଇପଡ଼ିଛି। ବାଲେଶ୍ୱର ଜିଲାର ସମସ୍ତ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ପର୍ଯ୍ୟଟନସ୍ଥଳୀରେ ପ୍ରଶାସନ ଅଙ୍କୁଶ ଲଗାଇଛି। ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଟ୍ରଲରଗୁଡ଼ିକ ୯ ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଭଳି ସ୍ଥିତିରେ ଉଦୟପୁର, ତାଳସାରୀ, କୀର୍ତ୍ତନିଆ, ବିଚିତ୍ରପୁର, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ହଂସକରା ଓ ଚାନ୍ଦିପୁର ପ୍ରଭୃତି ମତ୍ସ୍ୟଅବତରଣ କେନ୍ଦ୍ରକୁ ଟ୍ରଲର ଏବଂ ଡଙ୍ଗା ଫେରି ଆସୁଥିବା ଦେଖିବାକୁ ମିଳିଛି। ଅନୁରୂପ ଭାବେ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ଜୁନପୁଟ ଓ ପେଟୁଆ ଘାଟ ମତ୍ସ୍ୟ ଅବତରଣ କେନ୍ଦ୍ରକୁ ସହସ୍ରାଧିକ ଟ୍ରଲର ଫେରି ଆସିଛି। ଝଡ଼ବର୍ଷାରେ ସମୁଦ୍ର ଉତ୍ତାଳ ହେବାକୁ ଥିବାବେଳେ ପର୍ଯ୍ୟଟନମାନଙ୍କୁ ସମୁଦ୍ର ଯିବା ବାରଣ କରାଯାଇଛି। ଦୀଘା, ଉଦୟପୁର, ତାଳସାରୀ ଓ କୀର୍ତ୍ତନିଆ ପ୍ରଭୃତି ସ୍ଥାନରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଦିଆଯାଉଛି। ଅପରପକ୍ଷରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ଅଞ୍ଚଳରେ ପ୍ରାୟ ୮୦% ରବିଧାନ ଅମଳ ହୋଇଥିବା କୃଷି ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?