ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି

ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଯେଭଳି ହେବା କଥା ତାହା ହୋଇ ପାରିନାହିଁ। ସ୍ବାସ୍ଥ୍ୟ ସମେତ ମା ଓ ଶିଶୁଙ୍କ ବିକାଶ ପାଇଁ କାମ କରୁଥିବା ସରକାରୀ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ କାଗଜ ଚାଷରେ ସୀମିତ ରହିଛନ୍ତି। ଫଳରେ ଏଯାଏ ନଗଡ଼ାର ଜୁଆଙ୍ଗ ଆଦିବାସୀଙ୍କ ସାମାଜିକ ଚଳଣିରେ ପରିବର୍ତ୍ତନ ଆସି ନ ଥିବା ଦେଖିବାକୁ ମିଳିଛି। ଆଜି ବି ବାଲ୍ୟବିବାହ ଚାଲିଛି। ପରିବାର ନିୟନ୍ତ୍ରଣ ହୋଇପାରୁନାହିଁ ଏବଂ ଅପପୁଷ୍ଟି ଅପବାଦରୁ ନଗଡ଼ା ମୁକୁଳି ପାରିନାହିଁ।
ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ନଗଡ଼ାରେ ଅପପୁଷ୍ଟି କାରଣରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ୨୦୧୬ ଏପ୍ରିଲରେ କ୍ରମାଗତ ଭାବେ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଗଣମାଧ୍ୟମରେ ପ୍ରଥମେ ଜୁନ ଶେଷ ସପ୍ତାହରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ନଗଡ଼ା ଗସ୍ତକୁ ଯାଇ ଏକାଧିକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ପ୍ରଥମ କରି ୧୩ା୭ା୨୦୧୬ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତତ୍କାଳୀନ ସଚିବ ଆରତି ଆହୁଜା ନଗଡ଼ା ଗସ୍ତକରି ଏକ ସ୍ବଳ୍ପ ଓ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିଥିଲେ। ଅଧିକାଂଶ ସ୍ବଳ୍ପ ମିଆଦୀ ଏଠାରେ କାର୍ଯ୍ୟକାରୀ ହୋଇଥିବାବେଳେ ଦୀର୍ଘମିଆଦି ଯୋଜନା ଉପରେ ଅବହେଳା କରାଯାଇଛି। ଦୀର୍ଘମିଆଦୀ ପ୍ରସ୍ତାବରେ ନଗଡ଼ାକୁ ନିଶ୍ଚିତ ଭାବରେ ରାସ୍ତା, ପାନୀୟଜଳ, ଗୃହ, ବିଦ୍ୟୁତ୍‌, ଶିକ୍ଷା ବ୍ୟବସ୍ଥା ଯୋଗାଇବା। ଏହାବାଦ୍‌ ମମତା ଯୋଜନା, ଆଇସିଡିଏସ୍‌, ସ୍ବାସ୍ଥ୍ୟସେବା, ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌), ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, କୃଷି ଯୋଜନାରେ ଲୋକଙ୍କୁ ସାମିଲ କରିବା ସହ ତାହାକୁ ଏକ ଫୋକସ ଗ୍ରାମ ରୂପେ ଗ୍ରହଣ କରିବାକୁ କୁହାଯାଇଥିଲା। ହେଲେ ସ୍ବାସ୍ଥ୍ୟ, କୃଷି ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ବାଦ ଦେଲେ ଅନ୍ୟ ସମସ୍ତ ଯୋଜନା କେତେକାଂଶରେ କାର୍ଯ୍ୟକାରୀ ହୋଇଛି। ଅନ୍ୟପକ୍ଷେ ପାନୀୟ ଜଳ ଯୋଗାଣ ଓ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ତଦନ୍ତାଧୀନ ରହିଛି। ଏହି ଆଦିବାସୀ ଗଁାର ଉନ୍ନୟନ ଉପରେ ସରକାରୀ ସ୍ତରରେ କେତେକାଂଶରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ସଚେତନତା କ୍ଷେତ୍ରରେ ଅଧିକାରୀମାନେ ହାତ ଟେକି ଦେଇଛନ୍ତି। ଫଳରେ ଏହି ଅଞ୍ଚଳରେ ଗତ ୨ ମାସ ମଧ୍ୟରେ ୧୬ ଜଣ ନାବାଳିକାଙ୍କ ବିବାହ ହୋଇଛି। ସେହିପରି ନଗଡ଼ାର ଜନସଂଖ୍ୟା ନିୟନ୍ତ୍ରଣ ବାହାରେ ରହିଛି। ୨୦୧୬ ଜୁନ ସୁଦ୍ଧା ଏଠାରେ ୫୪୩ ଜନସଂଖ୍ୟା ରହିଥିଲାବେଳେ ଏବେ ତାହା ୭୬୦ରେ ପହଞ୍ଚିଛି। ଗୋଟିଏ ଗୋଟିଏ ପରିବାରରେ ୫ରୁ ଊର୍ଦ୍ଧ୍ୱ ଶିଶୁ ଜନ୍ମ ନେଉଛନ୍ତି। ସଚେତନତାର ଘୋର ଅଭାବ ଯୋଗୁ ବାଲ୍ୟ ବିବାହ ସହ ଜନସଂଖ୍ୟା ନିୟନ୍ତ୍ରଣରେ ଅଙ୍କୁଶ ଲାଗିପାରୁନାହିଁ ବୋଲି କୁହାଯାଉଛି।
ଶିଶୁ ମୃତ୍ୟୁ ଘଟଣା ପରେ ସେଠାରେ ଛତୁ, ପନିପରିବା ଇତ୍ୟାଦି ଚାଷକୁ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଏବେ ସେଠାରେ ପୁଣି ପୂର୍ବ ସ୍ଥିତି ଫେରି ଆସିଛି। ଜୁଆଙ୍ଗ ଆଦିବାସୀମାନେ ପୋଡୁଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ବିଭିନ୍ନ ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ସମ୍ପୃକ୍ତ ପୋଡୁଚାଷୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଖାଦ୍ୟ ଭାବେ ସେମାନେ ଭାତ ଏବଂ ଜଙ୍ଗଳରୁ ମିଳୁଥିବା ବିଭିନ୍ନ କନ୍ଦା ଉପରେ ନିର୍ଭର କରୁଛନ୍ତି। ପନିପରିବା ଖାଦ୍ୟ ଖାଉ ନ ଥିବାରୁ ମା ଓ ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। କହିବାବାହୁଲ୍ୟ ଯେ, ନଗଡ଼ାରେ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା, ଆଶ୍ରମ ସ୍କୁଲରେ ଆବାସିକ ଶିକ୍ଷା, ଅଙ୍ଗନଓ୍ବାଡି କେନ୍ଦ୍ର, ବିଜୁ ପକ୍କା ଘର, ମାଗଣା ବିହନ, ମଞ୍ଜି ଓ କୃଷି ସାମଗ୍ରୀ ବଣ୍ଟନ, ମୋ ଉପକାରୀ ବଗିଚା, ସହଜ ବ୍ୟାଙ୍କ ଋଣ ଆଦି ଯୋଜନା ଘରକୁ ଘର ପହଞ୍ଚିଛି। ତଥାପି ସଚେତନତା ଅଭାବ ଜୁଆଙ୍ଗ ଆଦିବାସୀଙ୍କ ଚଳଣିରେ ପରିବର୍ତ୍ତନ ହେଉ ନଥିବାରୁ ତାହା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri