‘ଅକ୍ଷର’ ପାଇଁ ବାଟ ଫିଟିଲା

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ବହୁ ଆଲୋଚନା ପରେ ୪ର୍ଥ ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ ହେବା ନେଇ ମଙ୍ଗଳବାର ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ପୁସ୍ତକ ମେଳା ହେବ। ଏନେଇ ରାଜଧାନୀ ପୁସ୍ତକ ମେଳା କମିଟି ସମ୍ପାଦକ ଉପେନ୍ଦ୍ର କୁମାର ଜେନା କହିଛନ୍ତି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପରିଚାଳନା ନିର୍ଦ୍ଦେଶକ ବଲବନ୍ତ ସିଂହ ଓ ସଚିବ କବୀନ୍ଦ୍ର କୁମାରଙ୍କ ସହ ଆଲୋଚନା ହୋଇଥିଲା। ସେମାନେ ପୂର୍ବ ନିର୍ଦ୍ଧାରିତ ଡିସେମ୍ବର ୯ରୁ ୧୮ପର୍ଯ୍ୟନ୍ତ ରାଜ୍ୟ ପୁସ୍ତକ ମେଳା ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି। ଡଟ୍‌ଫେଷ୍ଟ ପାଇଁ ୨୦୦ବର୍ଗ ଫୁଟ ଛାଡ଼ି ଦିଆଯିବ, ଫଳରେ ପୁସ୍ତକ ମେଳା କିମ୍ବା ଡଟ୍‌ଫେଷ୍ଟ ପାଇଁ କୌଣସି ବାଧା ଉପୁଜିବ ନାହିଁ। ଏହି ଆଲୋଚନାରେ ଭାସ୍କର ଜେନା, ବିଦୁଭୂଷଣ ପଟ୍ଟନାୟକ ଓ ରମେଶ ସ୍ବାଇଁ ମଧ୍ୟ ଉପସ୍ଥିତ ଥିଲେ। ତେବେ ସଂସ୍କୃତି ବିଭାଗର କୌଣସି ଅଧିକାରୀ ଏହି ଆଲୋଚନାରେ ଉପସ୍ଥିତ ନ ଥିଲେ।
ପୁସ୍ତକମେଳା ବାତିଲ ହେବାର ସମ୍ଭାବନା ନେଇ ଶନିବାର ଖବର ପ୍ରକାଶ ପାଇଥିଲା। ବିଶ୍ବ ହକି କପ୍‌ ଆୟୋଜନ ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଉତ୍ସବ ଡଟ୍‌ ଫେଷ୍ଟ ପାଇଁ ପ୍ରଦର୍ଶନୀ ପଡ଼ିଆ ନିଆଯାଉଥିବାରୁ ସେଠାରେ ନିର୍ଦ୍ଧାରିତ ସମୟରେ ପୁସ୍ତକମେଳା ହୋଇପାରିବ ନାହିଁ ବୋଲି ଇଡ୍‌କୋ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହା ଜଣାପଡ଼ିବା ପରେ ରାଜ୍ୟର ପ୍ରକାଶକ, ପୁସ୍ତକ ବିକ୍ରେତା, ଲେଖକ ଓ ପାଠକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁସ୍ତକମେଳା ଆୟୋଜନ ଦାୟିତ୍ୱ ନେଇଥିବା କମିଟି ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଥିଲା। ଡଟ୍‌ ଫେଷ୍ଟ ବିଡିଏ ଆୟୋଜନ କରୁଥିବାବେଳେ ନିର୍ଦ୍ଧାରିତ ସମୟ ଅବଧି ପାଇଁ ପଡ଼ିଆ ଛାଡ଼ିବାକୁ ମେଳା ଆୟୋଜନ କମିଟି ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂହଙ୍କୁ ଅନୁରୋଧ ପତ୍ର ଦେଇଥିଲେ। ସୋମବାର ଏନେଇ ବିଡିଏ କର୍ତ୍ତୃପକ୍ଷଙ୍କ ସହ ମେଳା କମିଟିର ଦୁଇ ଥର ବୈଠକ ବସିଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ମଙ୍ଗଳବାର ପୁଣି ବୈଠକ ବସି ସମାଧାନର ସୂତ୍ର ବାହାରିଥିଲା। ସର୍ତ୍ତମୂଳକ ଭାବେ ପୁସ୍ତକମେଳା ପାଇଁ ପଡ଼ିଆ ଛାଡ଼ିବାକୁ ବିଡିଏ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଡିସେମ୍ବର ୧୮ରେ ପୁସ୍ତକମେଳା ଶେଷ ହେଉଥିବାବେଳେ ଡିସେମ୍ବର ୨୦ସୁଦ୍ଧା ମେଳା ଭାଙ୍ଗି ପଡ଼ିଆ ହସ୍ତାନ୍ତର କରିବାକୁ ବିଡିଏ ଦେଇଥିବା ସର୍ତ୍ତକୁ ମେଳା କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ପରେ ପ୍ରକାଶକ, ଲେଖକ ଓ ପାଠକ ସମାଜରେ ଖୁସିର ଲହରୀ ଖେଳିଯାଇଛି। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥାନ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଦୀର୍ଘ ଦୁଇବର୍ଷ ଧରି ପୁସ୍ତକମେଳା ବନ୍ଦ ଥିବାବେଳେ ଏଥର ମେଳା ବିପୁଳ ସମର୍ଥନ ଓ ସଫଳତା ପାଇବ ବୋଲି ସେ ଆଶା କରିଛନ୍ତି। ଏଥିସହ ବିଡିଏ କର୍ତ୍ତୃପକ୍ଷ ଓ ଆୟୋଜନ କମିଟିକୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ସରକାର ସଂସ୍କୃତି ବିଭାଗର ସ୍ଥାଣୁତା ଭାଙ୍ଗିବା ସହ ପୁସ୍ତକମେଳା ଆୟୋଜନ ପଛରେ ହୋଇଥିବା ବିଭ୍ରାଟ, ଅର୍ଥ ତୋସରପାତ ଓ ପ୍ରିୟାପ୍ରୀତି ତୋଷଣର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ପଣ୍ଡା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri