Advertisement

ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ ଫୁଟ୍‌ପାଥ୍‌

ପଟ୍ଟାମୁଣ୍ଡାଇ, ୧୨ା୧୧(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ବଜାର ରାସ୍ତା ବାଇପାସଠାରୁ ଡାକବଙ୍ଗଳା ପର୍ଯ୍ୟନ୍ତ ଫୁଟ୍‌ପାଥ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାକୁ ପୁନଃ ନିର୍ମାଣ ପାଇଁ କଂଗ୍ରେସ ନଗର ସଭାପତି ଅମୂଲ୍ୟ ପ୍ରଧାନ ଦାବି କରିଛନ୍ତି। ସେ କହିଛନ୍ତି ପଟ୍ଟାମୁଣ୍ଡାଇ ନୂଆ ବାଇପାସ୍‌ ଛକଠାରୁ ଡାକବଙ୍ଗଳା (ମେଡିକାଲ) ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହ ଉଭୟପାର୍ଶ୍ୱରେ ଫେବର ବ୍ରିକ୍ସ ବିଛା କାର୍ଯ୍ୟ ମାତ୍ର ୬ ମାସ ତଳେ ସରିଥିଲା। ଏବେ ସେଗୁଡିକ ଦବିଯିବା ସହ ଅନେକ ସ୍ଥାନରେ ଭାଙ୍ଗିରୁଜି ଯାଇଛି। ଖାଲି ସେତିକି ନୁହେଁ ଫେବର ବ୍ରିକ୍ସଗୁଡିକୁ ଧରି ରଖିବାକୁ ଦୁଇପାର୍ଶ୍ୱରେ ନିର୍ମାଣ କରାଯାଇଥିବା ପ୍ରୋଟେକଶନ ଓ୍ବାଲ ବହୁ ସ୍ଥାନରେ ଦବି ଯିବା ସହ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ରାସ୍ତାପାର୍ଶ୍ୱରେ ବିଛା ଯାଇଥିବା ଫେବର ବ୍ରିକ୍ସଗୁଡିକ ଢଳେଇ କଂକ୍ରିଟ ରାସ୍ତାଠାରୁ ନିମ୍ନରେ ଥିବାରୁ ସେଥିରେ ପାଣି ଜମି ରହୁଛି। ଫଳରେ ରାସ୍ତାର ଉଭୟପାର୍ଶ୍ୱରେ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଲୋକମାନେ ଯିବାଆସିବା ପାଇଁ ଅସୁବିଧାରେ ପଡୁଛନ୍ତି। ଏହି ରାସ୍ତାରେ ହୋଇଥିବା ବ୍ୟାପକ ଅନିୟମିତତାର ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି। ପ୍ରକାଶଥାଉ କି ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ମରାମତି ପାଇଁ ୫ ବର୍ଷ ସମୟ ଥିବା ବେଳେ ଏହା କରାଯାଉନାହଁି। ଫଳରେ ଅଧିକରୁ ଅଧିକ ଖରାପ ହେବାକୁ ବସିଛି। ଏ ସମ୍ପର୍କରେ କିନିଷ୍ଠ ଯନ୍ତ୍ରୀ ଅଶୋକ ଜେନାଙ୍କୁ ପଚାରିବାରେ ଏହି ଫୁଟ୍‌ପାଥ ରାସ୍ତାର ଗ୍ୟାରେଣ୍ଟି ଅଛି ଏହାର କାମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଅଞ୍ଚଳ ସମସ୍ୟା ବୁଝିଲେ ଜିଲାପାଳ

କାମାକ୍ଷାନଗର, ୯ା୭(ଡି.ଏନ୍‌.ଏ.) କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଞ୍ଚାୟତର ଦୁର୍ଗମ ମହୁଲଡ଼ଗର ଗ୍ରାମକୁ ଶୁକ୍ରବାର ପରିଦର୍ଶନରେ ଯାଇ ସମସ୍ୟା ବୁଝିଛନ୍ତି ଜିଲାପାଳ ସରୋଜ କୁମାର ସେଠୀ। ଏହି...

ଅଧାବାଟରେ ଫାଟିଲା ଆମ୍ବୁଲାନ୍ସ ଚକା: ଷ୍ଟ୍ରେଚରରେ ରୋଗୀଙ୍କୁ ନେଲେ କର୍ମଚାରୀ

ସଜନାଗଡ଼, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ହସ୍ପିଟାଲକୁ ଶୁକ୍ରବାର ପୂର୍ବାହ୍ନରେ ଜଣେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସରେ ଅଣାଯାଉଥିବା ବେଳେ ନୀଳଗିରି ବଜାରରେ ଆମ୍ବୁଲାନ୍ସର ପଛ ଚକା ଫାଟିଯାଇଥିଲା।...

ଆଳିରେ ଖୁଲମ୍‌ଖୁଲା ଚାଲିଛି ଚୋରାମଦ କାରବାର

ଆଳି,୪।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ଦିନକୁ ଦିନ ଚୋରାମଦ କାରବାର ଖୁଲମ୍‌ଖୁଲା ଭାବେ ବଢ଼ିଚାଲିଛି। ଚୋରାମଦ ବେପାରୀମାନେ ଦିନରାତି ଏହି କାରବାରରେ ଲିପ୍ତ ରହୁଥିବା...

୬ବର୍ଷର ଶୁଭଲକ୍ଷ୍ମୀଙ୍କୁ ସିକିଲସେଲ୍‌: ଚିକିତ୍ସା ପାଇଁ ଟଙ୍କା ନାହିଁ

ପରଜଙ୍ଗ, ୨୮।୪(ଡି.ଏନ.ଏ.)-ଜୀବନ ଏତେ ସହଜ ନୁହେଁ, କଅଁଳ ବୟସରୁ ଏକଥାକୁ ବୁଝିସାରିଲେଣି ଶୁଭଲକ୍ଷ୍ମୀ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ସମୟରେ ସିକିଲ୍‌ସେଲ୍‌...

ବିନା ସୂଚନାରେ କାଟିଦେଲେ ବିଦ୍ୟୁତ୍‌

ଢେଙ୍କାନାଳ ଅଫିସ, ୧୩।୩ – ପରୀକ୍ଷା ସମୟରେ ଯଥାସମ୍ଭବ ବିଦ୍ୟୁତ୍‌ କାଟ କମ୍‌ କରିବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବିଭାଗକୁ ତାଗିଦ୍‌ କରିଛନ୍ତି। ହେଲେ ଏହାର...

ସମାଲୋଚନା କଲେ ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୮ା୧୦: ଗତ ମଙ୍ଗଳବାର ସୂର୍ଯ୍ୟୋପରାଗ ସମୟରେ ହେତୁବାଦୀମାନେ ଆମିଷ ଖାଦ୍ୟ ଗ୍ରହଣ କରିଥିଲେ। ହେତୁବାଦୀମାନଙ୍କର ଏହି କାର୍ଯ୍ୟକଳାପକୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସମାଲୋଚନା...

କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ରଙ୍କ ସଫଳତା

ଖଣ୍ଡପଡ଼ା,୨୩ା୫(ସ୍ବ.ପ୍ର.)- ଖଣ୍ଡପଡ଼ା ରଥଗଡା ସାହିର କର୍କଟ ରୋଗାକ୍ରାନ୍ତ ଭିନ୍ନକ୍ଷମ ଛାତ୍ର ମାଟ୍ରିକ ପରୀକ୍ଷାରେ ସଫଳତା ଅର୍ଜନ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି ା ଖଣ୍ଡପଡ଼ାର...

ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ...

Advertisement
Archives

Model This Week