ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ

ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଥାନାରେ କୌଣସି ପକ୍ଷରୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି। ପ୍ରକାଶ ଯେ, ଏନଏସିର ଅବସରପ୍ରାପ୍ତ କର୍ମଚାରୀ ବିଭୂତି ଦେହୁରୀଙ୍କ ବକେୟା ତଥା ଗ୍ରାଚ୍ୟୁଇଟି ବାବଦ ବାରମ୍ବାର ଟଙ୍କା ନେଇ କାର୍ଯ୍ୟାଳୟକୁ ଦୌଡ଼ି ନିରାଶ ହୋଇଛନ୍ତି । କାମ ପାଇଁ ସେ ଏନଏସି କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଡ ପ୍ରିୟବ୍ରତ ମଲ୍ଲିକଙ୍କୁ ଲାଞ୍ଚଦେବା ସତ୍ତ୍ବେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି । ତେଣୁ ସେ ଗତ ୧୪ ତାରିଖ ସପରିବାର ବିଭାଗୀୟ ସଚିବ ଉଷା ପାଢ଼ୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି ଘଟଣା ବିଷୟରେ ଅବଗତ କରିଥିଲେ । ରବିବାର ପୁଣି ଦେହୁରୀ କାମ ପାଇଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ପାଖକୁ ଯାଇଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାବେଳେ ସିନିୟର ଆସିଷ୍ଟାଣ୍ଡଙ୍କୁ ସାକ୍ଷାତ କରିଥିଲେ । ସେଠାରେ ସିନିୟର ଆସିଷ୍ଟାଣ୍ଡ ୧୦ ହଜାର ଟଙ୍କା ଦାବି କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସିନିୟର ଆସିଷ୍ଟାଣ୍ଡ ମଲ୍ଲିକ ଚପଲ ଉଠାଇ ମାଡ଼ମାରିଥିବା ଦେହୁରୀ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ମଲ୍ଲିକଙ୍କୁ ପଚାରିବାରୁ ଅଭିଯୋଗ ଭିତ୍ତିହୀନ, ସେ କୌଣସି ଲାଞ୍ଚ ନେଇନାହାନ୍ତି କି ଦାବି କରିନାହାନ୍ତି ବୋଲି କହିଛନ୍ତି । କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସଫିଲ କେରକେଟାଙ୍କୁ ପଚାରିବାରୁ ସେ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ ବ୍ୟସ୍ତ ଥିଲେ । ଘଟଣା ବିଷୟରେ ପରେ ଖବର ପାଇଥିଲେ । କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ବାଡ଼ିଆପିଟା ଠିକ ନୁହେଁ। କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲାଗିଛି, ଅନୁଧ୍ୟାନ କଲାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?