ଭାବର ବାନା: ପତିତପାବନ

ସ୍ଥୂଳ ଦୃଷ୍ଟିରେ ଦେଖିଲେ ଖଣ୍ଡେ ତ୍ରିକୋଣକାର ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ା ମାତ୍ର। ତା’ର ନାମ ଧ୍ୱଜା, ନେତ, ପତାକା ଓ ବାନା। ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ଥିବା ଦୁଇଧାରର ଶେଷ ବିନ୍ଦୁରେ ଏକ ଫୁଲ ଲାଗିଥିବା ସେହି କପଡ଼ାର ଲମ୍ବ ହୋଇପାରେ ଚାରି ହାତ ବା ଚଉଦ ହାତ ଅଥବା ଶହେ ବାର ହାତ। କୋଶେ ଦୂରରୁ ତାକୁ ଦର୍ଶନ କଲେ ମନରେ ଦିବ୍ୟଭାବ ଜାଗିଉଠେ ଆଉ ଦୁଇ ହାତ ଆପଣାଛାଏଁ ଉଠିଯାଏ ଭକ୍ତିରେ ପ୍ରଣିପାତ ମୁଦ୍ରାରେ। ସେ ହେଉଛି ଶ୍ରୀମନ୍ଦିର ଚୂଡ଼ାରେ ନୀଳଚକ୍ର ଉପରେ ନିରନ୍ତର ଫରଫର ଉଡୁଥିବା ‘ପତିତପାବନ ବାନା’। ସେ ବାନା ସନ୍ଦର୍ଶନରେ ସମସ୍ତେ ବିହ୍ବଳିତ ହୁଅନ୍ତି।
ନୀଳଚକ୍ର ଓ ତତୋଃପର ପତିତପାବନ ବାନା ଶ୍ରୀମନ୍ଦିରର ସର୍ବଗ୍ରାହ୍ୟ ପରିଚିତ। ଦକ୍ଷିଣ ଦିଗରୁ ସମୁଦ୍ର ପ୍ରେରିତ ପବନରେ ସର୍ପିଳ ଗତିରେ ଉଡ଼ି ମହାପ୍ରଭୁଙ୍କ ସ୍ତୁତିଗାନ କରେ, ଚଳମାନ ସଂସାରର ସ୍ଥିତି ଜାହିର କରେ। ଆଉ ଭକ୍ତମାନଙ୍କ ମନରେ ବିଭୁପ୍ରେମ ଅଫୁରନ୍ତ ପୁଲକ ଭରିଦିଏ ଏହି ପତିତପାବନ ବାନା। ନୀଳଚକ୍ର ସ୍ଥିରତାର ପ୍ରତୀକ ଏବଂ ବାନା ସକ୍ରିୟତାର ନିଦର୍ଶନ, ଆଧ୍ୟାମତ୍ିକତାର ସମୁଚିତ ଉଦାହରଣ।
ନୀଳଚକ୍ରର ଆକୃତି ଏବଂ ତତ୍‌ସହିତ ପବନରେ ଦୋଳାୟମାନ ପତିତପାବନ ବାନା ଉଭୟ ଏକତ୍ର ଶ୍ରୀମନ୍ଦିର ଆଧ୍ୟାମତ୍ିକ ଆକର୍ଷଣକୁ ବହୁଗଣିତ କରିଥାନ୍ତି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସବୁବେଳେ ସମସ୍ତଙ୍କୁ ସୁଯୋଗ ମିଳେ ନାହଁ। ଯେଉଁମାନେ ଦର୍ଶନରୁ ବଞ୍ଚିତ ହୁଅନ୍ତି ସେମାନେ ସିଂହଦ୍ୱାର ଗୁମୁଟରେ ପୂଜିତ ପତିତପାବନଙ୍କ ଚିତ୍ର ବିଗ୍ରହ ଓ ଶ୍ରୀମନ୍ଦିର ଶିଖରର ନୀଳଚକ୍ର ସହିତ ଦିବ୍ୟ ଧ୍ୱଜାର ଦର୍ଶନରେ ସନ୍ତୁଷ୍ଟ ହୁଅନ୍ତି। ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ଲାଗିଥାଏ ଅହର୍ନିଶ ଭକ୍ତମାନଙ୍କ ଗହଳି। ପୁରୀକୁ ଆସୁଥିବା ଯାତ୍ରୀମାନେ ବହୁଦୂରରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ଦଣ୍ଡବତ ହୁଅନ୍ତି, କୃତାର୍ଥ ଲଭନ୍ତି। ସେହିଠାରୁ ତାଙ୍କର କ୍ଷେତ୍ର ପ୍ରବେଶ ଆରମ୍ଭ ହୁଏ।
ଶ୍ରୀଜଗନ୍ନାଥଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ଏହି ଦିବ୍ୟଚକ୍ର ଆଉ ଧ୍ୱଜା। ବାସଗୃହର ଛାତ ଉପରୁ ଅବା ଘର ଭିତରୁ ଗବାକ୍ଷ ବାଟେ ଦର୍ଶନ କରିବା ପୁରୀଆଙ୍କ ଏକ ଅଭିଳଷିତ ଆଶା। ବିଭିନ୍ନ ହୋଟେଲ ବା ଧର୍ମଶାଳାର ପ୍ରକୋଷ୍ଠରୁ ନୀଳଚକ୍ରର ଦର୍ଶନ ମିଳିଲେ ତାହା ଯାତ୍ରୀମାନଙ୍କ ପାଇଁ ଅତିରିକ୍ତ ସୁବିଧା ବୋଲି ବୁଝାଏ। ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରେ ଅବା ଅନେକ ମଠର ମହନ୍ତମାନଙ୍କର ଆସ୍ଥାନମାନ ଯୋଜନାବଦ୍ଧ ଭାବରେ ନୀଳଚକ୍ର ଦର୍ଶନକୁ ଲକ୍ଷ୍ୟ ରଖି ନିର୍ମାଣ କରାଯାଇଥିବାର ଜଣାଯାଏ, ଯାହା ଏବେ ବିପନ୍ନ ପ୍ରାୟ। ଦୂରରେ ଥାଇ ଜଣେ ବ୍ରାହ୍ମଣ ହାତରେ ନୈବେଦ୍ୟ ଧରି ନୀଳଚକ୍ରକୁ ଚାହିଁ ଉତ୍ସର୍ଗ କରିଦେଲେ ତାହା ଭୋଗ ହୋଇଯାଏ। ଏହି ଭୋଗକୁ ଚକ୍ର ମଣୋହି କୁହାଯାଏ।
ଶ୍ରୀମନ୍ଦିର ନୀତିକାନ୍ତି ସହିତ ନୀଳଚକ୍ର ତଥା ପତିତପାବନ ବାନା ସମ୍ପର୍କ ଅଭେଦ୍ୟ। ବାନା ପବନରେ ଚିରି ଉଡ଼ିଗଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଭୋଗ ପୂଜା ହୋଇପାରେ ନାହିଁ। ବାନା ବିନା ନୀଳଚକ୍ର ଓ ଶ୍ରୀମନ୍ଦିର ସାମୟିକ ଭାବରେ ଶ୍ରୀହୀନ ଦେଖାଯାଏ। ସବୁ ନୀତିକାନ୍ତି ଅଟକି ରହେ ପୁଣି ନୂଆ ବାନା ଲାଗିବା ପର୍ଯ୍ୟନ୍ତ। ସବୁଦିନ ଅପରାହ୍ନରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ପରେ ତଥା ସନ୍ଧ୍ୟା ଆଳତି ପୂର୍ବରୁ ଏହି ବାନା ଚୁନରା ସେବକଙ୍କ ଦ୍ୱାରା ବଦଳାଯାଏ। ନୀଳଚକ୍ରର କେନ୍ଦ୍ରରେ ସଂସ୍ଥାପିତ ଊର୍ଦ୍ଧ୍ୱମୁଖା ବାଉଁଶରେ ଏକ ମୁଖ୍ୟବାନା ସହିତ ମାଳ ଆକାରରେ ଯଜମାନଙ୍କର ଅନେକ ମାନସିକ ବାନା ଲାଗିପାରେ। ଶ୍ରୀମନ୍ଦିର ଚୂଡ଼ାରେ ଲାଗୁଥିବା ବାନା ସାଧାରଣତଃ ନାଲି, ହଳଦିଆ ବା ଧଳା ରଙ୍ଗର ହୋଇଥାଏ। ମଝିରେ ଚନ୍ଦ୍ରବିନ୍ଦୁ ଚିହ୍ନ ରହି ଆଗରେ ଏକ ଫୁଲ ଲାଗିଥାଏ। ୧୧୨ ହାତ ଲମ୍ବ ‘ପାଦୁକଶୋଷା’ ବାନା ସବୁଠାରୁ ଦୀର୍ଘ। ଏହା ନୀଳଚକ୍ର ଉପରୁ ପାଟ ଅଗଣାରେ ଥିବା ପାଦୁକ କୁଣ୍ଡଯାଏ ଲମ୍ବିଥାଏ। ଶେଷରେ ଥିବା ଫୁଲଟିକୁ ପାଦୁକ କୁଣ୍ଡରେ ବୁଡ଼ାଇ ଯଜମାନ ସଂକଳ୍ପ କରିଥାନ୍ତି। ଏହି ବାନା ବାନ୍ଧିବାର କାଇଦା ସ୍ବତନ୍ତ୍ର। ଏବେ ଏହି ବାନା ପ୍ରାୟତଃ ସ୍ବତନ୍ତ୍ର। ଏବେ ଏହି ବାନା ପ୍ରାୟତଃ ବନ୍ଧା ଯାଉନାହିଁ। ବାନାର ଲମ୍ବ ପର୍ଯ୍ୟାୟକ୍ରମେ କମିଯାଇ ଏବେ ସର୍ବାଧିକ ୧୪ ହାତ ଲମ୍ବ ବାନା ବନ୍ଧାଯାଉଛି। ଏହି ବାନା-ବନ୍ଧାସେବା ଏକ ସାହସସର୍ବସ୍ବ ସମର୍ପିତ ସେବା। ଅଣ୍ଟାରେ ବାନାର ବୁଜୁଳା ବାନ୍ଧି ମନ୍ଦିର ବାଡ଼ରେ ପିଠିଲଗାଇ ନୀଳଚକ୍ର ଉପରେ ଥିବା ଚଉଦ ହାତ ଲମ୍ବର ବାଉଁଶରେ ଅତ୍ୟନ୍ତ ସତର୍କତାର ସହିତ ମହାପ୍ରଭୁଙ୍କୁ ସ୍ମରଣକରି ଏହି ସେବା କରାଯାଏ। ଏଣୁ ଏହି ସେବାର ବିକଳ୍ପ ନାହିଁ। ମହାପ୍ରଭୁଙ୍କ ଅପାର କରୁଣାରୁ କେବେ କୌଣସି ତ୍ରୁଟିବିଚ୍ୟୁତି ବା ଅଘଟଣ ଘଟିବା ନଜିର ନାହିଁ।
ନୀଳଚକ୍ରରେ ଦୈନିକ ବାନା-ବନ୍ଧା ନୀତି ଅସଂଖ୍ୟ ଭକ୍ତଙ୍କ ପାଇଁ ଏକ ଦର୍ଶନୀୟ ଅଧ୍ୟାୟ। ପ୍ରତିଦିନ ଚୁନରା ସେବକ ଲାଗିବାକୁ ଥିବା ସମସ୍ତ ବାନା ଗଣ୍ଠିଲି ନେଇ ଅଭ୍ୟାସଗତ କୌଶଳକ୍ରମେ ଦଧିନଉତି ଉପରକୁ ଉଠି ନିୟମ ଅନୁସାରେ ବାନାସବୁ ବଦଳାଇବା ପରେ ପୁଣି ସମସ୍ତ ପୁରୁଣା ବାନାର ଗଣ୍ଠିଲି ଅଣ୍ଟାରେ ବାନ୍ଧି ତଳକୁ ଓହ୍ଲାଇବା ପର୍ଯ୍ୟନ୍ତ ସମଗ୍ର ପାଟଅଗଣା ତଥା ପରିକ୍ରମା ମାର୍ଗ ଲୋକାରଣ୍ୟ ରହିଥାଏ। ଏହି ପ୍ରକ୍ରିୟା ପ୍ରତ୍ୟକ୍ଷ କରିବା ପାଇଁ ବହୁସଂଖ୍ୟାରେ ଭକ୍ତ ଊର୍ଦ୍ଧ୍ୱମୁଖା ହୋଇ ଚାହିଁ ରହିଥାଆନ୍ତି। ସେ ଯେତେବେଳେ ଧ୍ୱଜାଦଣ୍ଡ ଖୋଲି ସେଥିରେ ମୁଖ୍ୟ ବାନାଟିକୁ ସଂଯୋଗ କରନ୍ତି ସେତେବେଳେ ଶ୍ରୀମନ୍ଦିର ପରିସର ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୁଏ। ସେବକ ଜଣକ ଓହ୍ଲାଇବା ପରେ ଏହି ସେବାର ମହତ୍ତ୍ୱ ବୁଝିଥିବା ଭକ୍ତମାନେ ତାଙ୍କର ପାଦ ଛୁଇଁ ନୀଳଚକ୍ର ସ୍ପର୍ଶ କରିବାର ଦିବ୍ୟ ଅନୁଭବ କରନ୍ତି। ଅନେକ ଭକ୍ତ ସେମାନଙ୍କଠାରୁ ପୁରୁଣା ବାନା ଖଣ୍ଡିଏ ସ୍ମାରକୀ ଆକାରରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଥାଆନ୍ତି।
-ଦେବୀ ପ୍ରସନ୍ନ ନନ୍ଦ, କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୯୬


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri