ଶ୍ରୀମନ୍ଦିରରେ ୫ ପତିତପାବନ

ମହାପ୍ରଭୁ ଓଡ଼ିଶାରେ ୬୪ଟି ନାମରେ ପୂଜିତ ହେଉଛନ୍ତି। ତାହା ମଧ୍ୟରୁ ଶ୍ରୀପତିତପାବନ, ଶ୍ରୀଦଧିବାମନ ଓ ଶ୍ରୀଭାଗବତ ଏହି ତିନୋଟି ନାମରେ ଅନେକ ଗୁରୁତ୍ୱ ରହିଛି। ଶ୍ରୀବଳଭଦ୍ର ଅନେକ ଜାଗାରେ ବଳଦେବ ବା ବଳରାମ ଭାବରେ ଉପାସିତ ହେଉଥିବାର ଦେଖାଯାଏ। ଉଦାହରଣ ସ୍ବରୂପ ବନଯୋଗ ବିଧିରେ ପ୍ରଥମ ଶବରପଲ୍ଲୀ ଶ୍ରୀ ପତିତପାବନ ଏକକ ବିଗ୍ରହ ଭାବରେ ଶ୍ରୀମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଉପାସିତ ହେଉଛନ୍ତି। ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଶ୍ରୀମନ୍ଦିର ଉପାସନାରେ ଶ୍ରୀପତିତପାବନ ଚେତନା ବହୁ ପୁରାତନ କାଳରୁ ରହିଆସିଛି। ସଂସ୍କୃତ ଭାର୍ଗବ ଉପପୁରାଣର ତଥ୍ୟ ଅନୁଯାୟୀ ଆଲଓ୍ବାର ସମ୍ପ୍ରଦାୟର ଶ୍ରୀମହଦ୍‌ଯୋଗୀ ପ୍ରଥମେ ନୀଳାଦ୍ରି କ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଏହି ଗ୍ରନ୍ଥର ପୋଥିଟି ଚେନ୍ନାଇର ଆଢ଼୍ୟାର ଗ୍ରନ୍ଥାଳୟରୁ ମିଳିଥିଲା।
ଆଲଓ୍ବାରମାନେ ଶ୍ରୀବିଷ୍ଣୁଙ୍କ କ୍ଷେତ୍ରକୁ ‘ଦିବ୍ୟଦେଶ’ କହିଥାନ୍ତି। ଦିବ୍ୟଦେଶ ପରିଦର୍ଶନ କରି ଫେରିବା ପରେ ତାଙ୍କର କନ୍ୟା ତଥା ଆଲଓ୍ବାର ସମ୍ପ୍ରଦାୟର ଅନ୍ୟତମ ଯୋଗୀ ତାଙ୍କୁ କେଉଁ ଦିବ୍ୟଦେଶ ଶ୍ରେଷ୍ଠ ବୋଲି ପଚାରିଥିଲେ। ଶ୍ରୀନୀଳାଦ୍ରି ଦିବ୍ୟଦେଶର ଶ୍ରୀପତିତପାବନ ଚେତନା ମୋତେ ମୁଗ୍ଧ କରିଥିବାରୁ ତାହା ହିଁ ଶ୍ରେଷ୍ଠ ଦିବ୍ୟଦେଶ। ଏହି ଯୋଗୀଙ୍କର ସମୟ ଷଷ୍ଠଶତକ ବୋଲି ସମ୍ଭାବନା ହୁଏ। ନୀଳାଦ୍ରି ଶବ୍ଦର ସେ ପ୍ରଥମେ ପ୍ରୟୋଗ କରିଥିବାର ପ୍ରମାଣ ମିଳୁଅଛି।
ଶ୍ରୀମହଦ୍‌ଯୋଗୀ ଘୋଷଣା କରିଥିଲେ ଶ୍ରୀପୁରୁଷୋତ୍ତମ ହେଉଛନ୍ତି ପତିତମାନଙ୍କର ପ୍ରଭୁ। ଶ୍ରୀମାନ୍‌ ପତିତପାବନ। ପତିତ ଅର୍ଥକୁ ସେଠି ‘ଜାତି’ ଅର୍ଥରେ ଗ୍ରହଣ ନ କରି ପତିତ ମାନସିକତା ଅର୍ଥରେ ଗ୍ରହଣ କରିଛନ୍ତି। ମଣିଷର ମାନସିକତା ପତିତ ବା ନିମ୍ନାଭିମୁଖୀ ହେଲେ, ତାହାକୁ ଉପରକୁ ଉଠାଇବାକୁ ହେଲେ ଏକମାତ୍ର ଉପାୟ ହେଉଛି ପତିତପାବନ ଶ୍ରୀଜଗନ୍ନାଥଙ୍କ ଉପାସନା। ଏହି ସମୀକରଣର ସିଦ୍ଧାନ୍ତ ଘୋଷଣା କଲାବେଳକୁ ବର୍ତ୍ତମାନ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ଶ୍ରୀପତିତପାବନ ନ ଥିଲେ। କାରଣ ସିଂହଦ୍ୱାର ଗୁମୁଟ ସେହି ସମୟର ହାରାହାରି ଏକହଜାର ବର୍ଷ ପରେ ନିର୍ମିତ ହୋଇଅଛି। ବାସ୍ତବରେ ଶ୍ରୀମନ୍ଦିର ଭିତରେ ବର୍ତ୍ତମାନ ଚାରୋଟି ସ୍ଥାନରେ ଶ୍ରୀପତିତପାବନ ପୂଜା ପାଉଛନ୍ତି।
ଗୁମୁଟ ପତିତପାବନଙ୍କୁ ମିଶାଇଲେ ପାଞ୍ଚ। ଶ୍ରୀମନ୍ଦିର ବେଢ଼ାରେ ବଟଗଣେଶଙ୍କ ସମ୍ମୁଖ କଳ୍ପବଟ ମୂଳରେ ‘ବଟପତିତପାବନ’ ପୂଜିତ ହେଉଛନ୍ତି। ପୁରୁଣା ସେବକଙ୍କ ମତାନୁଯାୟୀ ପୂର୍ବେ ଏହି ବିଗ୍ରହ ବର୍ତ୍ତମାନର ବିଗ୍ରହ ଭଳି ବଡ଼ ନ ଥିଲେ। ଶ୍ରୀମନ୍ଦିର ଆକ୍ରମଣ କାଳରେ ଏହି ବିଗ୍ରହ ହିଁ ସ୍ବୟଂ ଜଗନ୍ନାଥ ବୋଲି ଆକ୍ରମଣକାରୀଙ୍କୁ ଭଣ୍ଡେଇ ଦିଆଯାଇଥିବା କଥା ଇତିହାସରୁ ମିଳେ। ବିଶ୍ୱାସ ଅଛି ବଟପତିତପାବନ କଳ୍ପବଟ ପରିଧିରେ ରହି ଭକ୍ତଙ୍କ ମାନସିକତାର ସାକ୍ଷୀଦାତା ହୁଅନ୍ତି। ନାଟ ମଣ୍ଡପକୁ ଲାଗି ରହିଥିବା ପୁରାଣପଣ୍ଡାଙ୍କ ଆସ୍ଥାନ ନିକଟରେ ଥିବା ପତିତପାବନଙ୍କୁ ପୁରାଣ ପୁରୁଷୋତ୍ତମ ଶ୍ରୀପତିତପାବନ ବୋଲି କୁହାଯାଏ। ତୃତୀୟ ପତିତପାବନ ବିଜେ ହୋଇଛନ୍ତି ଶ୍ରୀନୀଳମାଧବଙ୍କ ମନ୍ଦିରରେ। ଶ୍ରୀମାଧବ ଆନନ୍ଦଦାତା ହୋଇଥିବାରୁ ମୂଳ ମାଧବଙ୍କ ସହିତ ବସିଥିବାରୁ ତାଙ୍କୁ ‘ଆନନ୍ଦଦାତା ଶ୍ରୀପତିତପାବନ’ କୁହାଯାଏ। ଚତୁର୍ଥରେ ଶ୍ରୀମନ୍ଦିରବେଢ଼ା ଚାରିଧାମ ମନ୍ଦିରରେ ଶ୍ରୀପତିତପାବନ ବିଜେ କରିଥିବାରୁ ତାଙ୍କୁ ‘ମୋକ୍ଷଦାତା ପତିତପାବନ’ କୁହାଯାଏ।
ଶ୍ରୀପତିତପାବନଙ୍କର ହୁଏ
ନବକଳେବର
ଏହି ପାଞ୍ଚ ପତିତପାବନଙ୍କର ଅଣସରବିଧି ହୁଏ। ନବକଳେବରରେ ମୋକ୍ଷଦାତା ଶ୍ରୀପତିତପାବନଙ୍କ ଶ୍ରୀଅଙ୍ଗଫିଟା ନୀତି ହୁଏ। ଗୁମୁଟ ଶ୍ରୀପତିତପାବନଙ୍କ ଅଣସର ଓ ମହାଅଣସର ଶେଷରେ ବନକଲାଗି ହୋଇଥାଏ। ଶ୍ରୀମାଧବଙ୍କ ନିକଟରେ ଉପାସିତ ଶ୍ରୀପତିତପାବନଙ୍କର ନବକଳେବର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?