୩ ଶହ ବର୍ଷର ପତିରାଜପୁର ଦୋଳମେଳନ

ଖଇରା, ୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ପତିରାଜପୁରଠାରେ ୩ଶହ ବର୍ଷ ଧରି ପାଳିତ ହୋଇଆସୁଥିବା ପ୍ରସିଦ୍ଧ ଦୋଳମେଳନ ଆରମ୍ଭକୁ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ା ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ପସରା ମେଲିବାକୁ ଆରମ୍ଭ କରିଛନ୍ତି। ମଣ୍ଡପରେ ଆଲୋକମାଳା ଝଲସିଲାଣି ା ୧୫ଦିନ ମେଳା ବସିବାକୁ ନେଇ ପ୍ରଶାସନିକ ଅନୁମତି ମିଳିସାରିଥିବା ବେଳେ ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ପାନୀୟଜଳ, ପରିମଳ, ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଆଦି ବ୍ୟବସ୍ଥା କରାଯାଇଛି ା ପୂର୍ଣ୍ଣମୀ ରାତିରେ ଭିଡ ନିୟନ୍ତ୍ରଣ ଲାଗି ଖଇରା ପୋଲିସର ସହଯୋଗ ଲୋଡାଯାଇଛି ା ବିମାନରେ ଦିଅଁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଉତ୍ସୁକତାର ସହ ଚାହିଁ ବସିଛନ୍ତି। ଏ ସଂକ୍ରାନ୍ତରେ ଏକ ଖବରଦାତା ସମ୍ମିଳନୀ ରବିବାର ଅପରାହ୍ନରେ ଗୋଳିହା ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପିତାମ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ରାଉତ, ସମ୍ପାଦକ ଗୌରାଙ୍ଗ ପାଣି, ସରପଞ୍ଚ ପ୍ରତିନିଧି ସମ୍ପଦ ଘଡେଇ, ଚାରଣ ଗୋଷ୍ଠୀର ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ ନିର୍ମଳ କୁମାର ପଣ୍ଡା, ସଂଯୋଜକ ବୁଦ୍ଧିରାମ ପାଣିଗ୍ରାହୀ ଉପସ୍ଥିତ ରହି ମେଳା ତଥା ଜଗନ୍ନାଥ କଥାମୃତ ଶିକ୍ଷାଶିବିର ଉପରେ ବିବରଣୀ ପ୍ରଦାନ କରିଥିଲେ। ଚଳିତବର୍ଷ ଦିଘି ପୋଖରୀର ସୌନ୍ଦର୍ଯ୍ୟକରଣ ବୋଟିଂ ବ୍ୟବସ୍ଥା ସହ ରୁଚିଗୋଲ୍ଡ ଆନୁକୂଲ୍ୟରେ ହେବାକୁ ଥିବା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ୧୯ ଓ ୨୦ତାରିଖ ୨ଦିନ ଧରି ଚାରଣ ଗୋଷ୍ଠୀ ପୁରୀ ଆନୁକୂଲ୍ୟରେ ପ୍ରବଚନ, ଜଗନ୍ନାଥ କଥାମୃତ ସାଙ୍ଗକୁ ଜଗନ୍ନାଥଙ୍କ ୮ ବେଶ ପ୍ରଦର୍ଶନ ଉପରେ ସଭାପତି ସମ୍ପାଦକ ଆଲୋଚନା ରଖିଥିଲେ। ୨୦ତାରିଖ ସନ୍ଧ୍ୟାରେ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ସନ୍ଧ୍ୟା ଆୟୋଜିତ ହେବା ସାଙ୍ଗକୁ ଦର୍ଶକଙ୍କ ମନୋରଞ୍ଜନ ଲାଗି ଅପେରା ମଞ୍ଚସ୍ଥ ହେବା ସମ୍ପର୍କରେ କର୍ମକର୍ତ୍ତାମାନେ ସମ୍ମିଳନୀରେ ସୂଚନା ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri