ଭାରରେ ବୁହାହେଲେ ରୋଗୀ

ମାଲକାନଗିରି,୧୩।୧(ଡି.ଏନ.ଏ.)  ମାଲକାନଗିରି ଜିଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବାର କରୁଣ ଚିତ୍ର। ରାସ୍ତା ଖରାପ ଯୋଗୁ ଗ୍ରାମକୁ ୧୦୮ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ରୋଗୀଙ୍କୁ ଭାରରେ ବୋହି ଡାକ୍ତରଖାନା ଆଣିବା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଜିଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଚେପୁଲପଡା ଗ୍ରାମରେ ଏପରି ଘଟିଛି। ବଣ୍ଡାଘାଟିର ଚେପୁଲପଡା ଗ୍ରାମର ଗୋବର୍ଦ୍ଧନ ଖିଲଙ୍କର ଗଛରୁ ପଡ଼ି ଗୋଡ଼ ଭାଙ୍ଗିଯାଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରି ନ ଥିଲା। ଫଳରେ ଗୋବର୍ଦ୍ଧନଙ୍କୁ ଘଞ୍ଚ ଜଙ୍ଗଲ ରାସ୍ତାରେ ଭାର କରି ଗ୍ରାମବାସୀ ଡାକ୍ତରଖାନା ନେଇଥିଲେ। ବିକାଶର କଥା କହୁଥିବା ସରକାରଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ ପ୍ରତି କିପରି ଦୃଷ୍ଟିି ପଡୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ...

ମା’ପରି କିଏ ହେବ

ଜଣେ ମହିଳାଙ୍କ ପ୍ରେରଣା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଫଳତା ଆଣି ଦେଇଥାଏ। ମାତ୍ର ଜଣେ ମାଆ ପାଇଁ ଏହି ପ୍ରେରଣା ନିଜ ପିଲାଙ୍କ କ୍ଷେତ୍ରରେ ବହୁଗୁଣିତ ହୋଇଥାଏ।...

ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନା ଆରମ୍ଭ: ସପ୍ତାହଯାକ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ଶିଟ୍‌ ବ୍ୟବହାର କରିବେ ରୋଗୀ

ଚିତ୍ରକୋଣ୍ଡା,୧।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ବୁଧବାର ନିର୍ମଳ ଯୋଜନା ପ୍ରଥମ ଆରମ୍ଭ ହୋଇଛି। ଏହି ଯୋଜନାରେ...

ରାଜସ୍ବ ଅମଲାମାନଙ୍କୁ କରୋନା ଯୋଦ୍ଧା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମାଲକାନଗିରି,୩ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଅମଲା ସଂଘ ପକ୍ଷରୁ ଶନିବାର ଜିଲାପାଳ ବିଶାଳ ସିଂଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା ପାଇଁ...

ପୋଲିସକୁ ମିଳିଲା ଟିଫିନ ବୋମା ସହିତ ୨ ଡେଟୋନେଟର

ମାଲକାନଗିରି,୧୪ା୩: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ କେହି...

୨୬ରୁ ସ୍ବାଭିମାନ ଅଞ୍ଚଳରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୨୦।୧(ଡି.ଏନ.ଏ.)   ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଳକର ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଆସନ୍ତା ୨୬ରୁ ବୋଟ୍‌ ଆମ୍ବୁଲାନ୍ସ ସେବା ମିଳିବ। ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଜିଲା ପ୍ରଶାସନ ପୂର୍ବରୁ ୨ଟି...

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ: ଜିଲା ପ୍ରଶାସନର ସହାୟତା ଲୋଡ଼ିଲେ ବାପା

କୋରୁକୋଣ୍ଡା, ୧୧।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତାପାରି ୩ ପଞ୍ଚାୟତ ଏମ୍‌ଭି ୧୦୪ ଗ୍ରାମରେ ୪ ବର୍ଷ ପୂର୍ବେ ଅର୍ଜୁନ କୀର୍ତ୍ତନିଆ ଓ...

ପୋଲିସ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି,୧୨।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୋଲିସ ଓ ମାଓବାଦୀ ମଧ୍ୟରେ ମଙ୍ଗଳବାର ଗୁଳି ବିନିମୟ ହୋଇଛି। ଏଥିରେ ୩ ଜଣ...

Advertisement
Archives

Model This Week