ରୋଗୀ ସୁରକ୍ଷା: ସଚେତନତାରୁ ବିପଦ ଟଳିବ

ଜଗତ୍‌ସିଂହପୁର ଅଫିସ, ୧୮।୯: ରୋଗୀଙ୍କ ସୁରକ୍ଷା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଏନେଇ ସମନ୍ବୟ ରକ୍ଷା ସହିତ ଉତ୍ତରଦାୟୀ ପଦକ୍ଷେପ ନିଆଯିବା ନିମନ୍ତେ ସାରା ବିଶ୍ୱରେ ସେପ୍ଟେମ୍ବର ୧୭ ତାରିଖକୁ ରୋଗୀ ସୁରକ୍ଷା ଦିବସ ଭାବେ ପାଳନ କରାଯାଉଛି। ଅସୁରକ୍ଷିତ ଭାବେ ଔଷଧ ସେବନ ଯୋଗୁ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳୁଛି। ଅନେକ ଜୀବନ ଅକାଳରେ ଝଡ଼ିଯାଉଛି। ଉଭୟ ଜନସାଧାରଣ ଏବଂ ସ୍ବାସ୍ଥ୍ୟସେବା ସହିତ ଜଡ଼ିତ ବ୍ୟକ୍ତିମାନଙ୍କ ତ୍ରୁଟି, ଅବହେଳା ଓ ଅସଚେତନତା ଏଥିପାଇଁ ଦାୟୀ। ମହାମାରୀ କୋଭିଡ୍‌ ସମୟରେ ଅସୁରକ୍ଷିତ ଔଷଧ ସେବନ ଏବଂ ତଜ୍ଜନିତ ଗୁରୁତର ସ୍ବାସ୍ଥ୍ୟହାନି ଘଟଣାମାନ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏହି ଧାରା ଜାରି ରହିବା ସହ ମାନବଜାତି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜନ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ବିଶ୍ୱ ରୋଗୀ ସୁରକ୍ଷା ଦିବସର ଥିମ୍‌ ବା ବିଷୟବସ୍ତୁ ରହିଛି ‘ମେଡିକେସନ୍‌ ଓ୍ବିଦ୍‌ଆଉଟ୍‌ ହାର୍ମ’ ବା ‘ବିନା କ୍ଷତିକାରକ ଔଷଧ’। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଖୋଦ୍‌ ସରକାରୀ ହସ୍ପିଟାଲଗୁଡ଼ିକରେ ମୂଲ୍ୟହୀନ ହୋଇଯାଉଛି। କାରଣ ରୋଗୀ ସୁରକ୍ଷା ପାଇଁ ଅନେକେ ସଚେତନ ଥିବା ଭଳି ମନେ ହେଉନାହିଁ। ରୋଗୀଙ୍କ ଉପଚାରରେ ଅସୁରକ୍ଷିତ ଔଷଧ ବ୍ୟବହାର ହେଉଥିବା ନଜିର ରହିଛି।
ଦିବସର ମୂଳ ଲକ୍ଷ୍ୟ ହେଲା ଅସୁରକ୍ଷିତ ଔଷଧ ସେବନ ଅଭ୍ୟାସ ଏବଂ ତଜ୍ଜନିତ ବିପଦ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଔଷଧଜନିତ ତ୍ରୁଟିକୁ ପ୍ରତିରୋଧ କରିବା ପାଇଁ ତୃତୀୟ ପକ୍ଷ ନିଯୁକ୍ତ ଉପରେ ଗୁରୁତ୍ୱ ଦେବା। ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକ ଜ୍ଞାନ ଦେବା। କିନ୍ତୁ ଜିଲାରେ ବିଭିନ୍ନ ଔଷଧ ଦୋକାନରେ ଅବାଧରେ ବ୍ୟାନ୍‌ ଏବଂ ନକଲି ଔଷଧ ବିକ୍ରୟ ଚାଲିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଔଷଧ ଦୋକାନୀ କହିଛନ୍ତି ଲାସା (ଲୁକ୍‌ ଆଲାଇକ୍‌ ସାଉଣ୍ଡ ଆଲାଇକ୍‌) ଭଳି କିଛି ଔଷଧ ଅଛି, ଯାହ ଭ୍ରମ ସୃଷ୍ଟି କରେ। ପ୍ରେସ୍‌କ୍ରିପ୍‌ଶନ୍‌କୁ ଠିକ୍‌ ଭାବେ ପଢ଼ି ନ ପାରି କେତେଜଣ ଦୋକାନୀ ଭୁଲ୍‌ ଔଷଧ ଦେଇଦିଅନ୍ତି। ଫଳରେ ରୋଗୀ ସୁସ୍ଥ ହେବା ପରିବର୍ତ୍ତେ ବିପଦରେ ପଡ଼ିଥାଏ। ତେଣୁ ଏଥିପ୍ରତି ସଚେତନ ଓ ସତର୍କ ରହିବା ଆବଶ୍ୟକ। ରୋଗୀ ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇ ନେବା ଉଚିତ। କିନ୍ତୁ ଅନେକ ସମୟରେ ଡାକ୍ତରଙ୍କ ସହ ପୁନଃ ଦେଖା କରିବା କଷ୍ଟକର ହେଉଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ଔଷଧ କିଣି ଘରକୁ ପଳାଇଥାନ୍ତି। ତା’ ପରେ ଏହା ସେବନ କରି ଅଧିକ ଅସୁସ୍ଥ ହୋଇଥାନ୍ତି। କେତେଜଣ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ମଧ୍ୟ ଠିକଭାବେ ରୋଗ ନିରୂପଣ ପାଇଁ ଆନ୍ତରିକତା ପ୍ରକାଶ କରନ୍ତି ନାହିଁ। ତରତର ହୋଇ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖାଯାଉଥିବାରୁ ରୋଗୀ ଅଧିକ ଅସୁସ୍ଥ ହେଉଛନ୍ତି। ତେଣୁ ସଚେତନତାରୁ ବିପଦ ଟଳିପାରିବ ଏବଂ ରୋଗୀଙ୍କ ସୁରକ୍ଷା ସମ୍ଭବ ହେବ ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ଡ. କ୍ଷେତ୍ରବାସୀ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଔଷଧ କିଣିଲା ପରେ ଡାକ୍ତରଙ୍କୁ ଦେଖାଇବା ଉଚିତ। କିନ୍ତୁ ଅନେକ ଏହା ଦେଖାଇ ପାରନ୍ତି ନାହିଁ। ଯେଉଁ କାରଣରୁ ଅସୁବିଧା ସୃଷ୍ଟି ହୁଏ। କେତେକ ସରକାରୀ ଔଷଧ ଓ ସାଲାଇନ୍‌ର ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି। ଯେତେବେଳେ ଏହା ଜଣାପଡୁଛି ସଙ୍ଗେସଙ୍ଗେ ତା’ର ବ୍ୟବହାରକୁ ବନ୍ଦ କରାଯିବା ସହ ପରୀକ୍ଷା ପାଇଁ ଡ୍ରଗ୍ସ ଇନସ୍‌ପେକ୍ଟରଙ୍କୁ ନମୁନା ଦିଆଯାଉଛି । ଏଥିସହ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଯାଉଥିବା ସିଡିଏମ୍‌ଓ କହିଛନ୍ତି।
ରୋଗୀ ସୁରକ୍ଷା ପାଇଁ ଶପଥ ପାଠ
ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ନୂଆ ଓପିଡି କନ୍‌ଫରେନ୍ସ ହଲ୍‌ରେ ଜିଲାସ୍ତରୀୟ ବିଶ୍ୱ ରୋଗୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କ୍ଷେତ୍ରବାସୀ ଦାଶ ଓ ଏଡିଏମ୍‌ଓ (ମେଡିକାଲ) ଡା. ନିମାଇଁ ଚରଣ ନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଶତ୍ରୁଘ୍ନ ଦାଶ, ଭେଷଜ ବିଶେଷଜ୍ଞ ଡା. ଶୀହର୍ଷ ଦାଶ, ବରିଷ୍ଠ ମେଡିକାଲ ଅଫିସର ଡା. ସ୍ବର୍ଣ୍ଣଲତା ଦେବୀ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ହିମାଂଶୁ ଶେଖର ଆଚାର୍ଯ୍ୟ ଓ ଡା. ଦୀପ୍ତିରଞ୍ଜନ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରୋଗୀଙ୍କ ସୁରକ୍ଷା ନିମନ୍ତେ ଶପଥ ପାଠ କରିଥିଲେ। ଏନ୍‌ଏଚ୍‌ଏମ୍‌ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ କିଛି ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ସେଥିମଧ୍ୟରୁ କେତୋଟି ଭଲ ଚିତ୍ର ରାଜ୍ୟକୁ ପଠାଯାଇଥିବା ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଏପିଏମ୍‌ (ଅର୍ବାନ ହେଲ୍‌ଥ) ମମତା ଦାଶ ସହଯୋଗ କରିଥିବାବେଳେ ଶେଷରେ ହସ୍ପିଟାଲ ପରିଚାଳକ ଶକ୍ତିମୟୀ ସାମଲ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?