କଦଳୀ ଭେଳାରେ ପୂଜା ପାଆନ୍ତି ମା’ମନସା

ମହାକାଳପଡ଼ା,୧୮।୯(ଡି.ଏନ.ଏ.): ସର୍ପ ଦଂଶନରୁ ରକ୍ଷା ପାଇଁ ବଙ୍ଗୀୟ ଲୋକମାନେ ଅଷ୍ଟନାଗ ମା’ ମନସା ଦେବୀଙ୍କ ଚରଣରେ ଶରଣାପନ୍ନ ହୁଅନ୍ତି। ବିଶ୍ବାସ ରହିଛି ମା’ମନସା ଦେବୀଙ୍କୁ ନଦୀରେ କଦଳୀ ଭେଳା କରି ପୂଜାର୍ଚ୍ଚନା କଲେ ପରିବାରରେ ବିପତ୍ତି ପଡ଼େ ନାହିଁ। ମା’ ଙ୍କ ମସ୍ତକରେ ଅଷ୍ଟ ନାଗ ଧାରଣ କରିଥାନ୍ତି। ଏହି ଅଷ୍ଟ ନାଗ ମା’ ମନସାଙ୍କ ୮ ଭାଇ ବୋଲି ଜନ ଶ୍ରୁତି ରହିଛି ା ସେହି ୮ ଭାଇ ହେଲେ ବାସୁକି, ପଦ୍ମ, ମହା ପଦ୍ମ, ତକ୍ଷ, କୁଳିର, କର୍କଟ, ଶଙ୍ଖ ଓ ଅନନ୍ତ। ମାନସିକ ପୂରଣ ପାଇଁ ମା’ଙ୍କ ପାଖରେ ବିଭିନ୍ନ ଫଳ, ଫୁଲ, ଚିନିରେ ପ୍ରସ୍ତୁତରେ ବାତସା ଭୋଗ ଲାଗି ହୋଇଥାଏ ା ମା’ଙ୍କ ଗଳାରେ ମାନସିକ ପୂରଣ ପାଇଁ ଟଙ୍କା ମାଳ ପରିଧାନ କରାଯାଏ ା ଏହି ପୂଜା କନ୍ୟା ସଂକ୍ରାନ୍ତିରେ ଆରମ୍ଭ ହୋଇ ୩ ଦିନ ପର୍ଯ୍ୟନ୍ତ ଚାଲେ ା ବିସର୍ଜନ ପର୍ବରେ କଦଳୀ ଭେଳାରେ ଭୋଗ ନୈବେଦ୍ୟ ଅର୍ପଣ କରି ମା’ଙ୍କୁ ନଦୀରେ ଭସାଇ ଦିଆଯାଇଥାଏ ା ମା’ ବଙ୍ଗୀୟ ପରମ୍ପରା ଅନୁସାରେ ପୂଜା ପାଆନ୍ତି ବୋଲି ଆୟୋଜକ କହିଛନ୍ତି ା
ସ୍ଥାନୀୟ ବତୀଘର ଦକ୍ଷିଣ ଖୋଳା ନଦୀ, ହରିଆବାଙ୍କ ଗଳିଆ ନଦୀ, ବଉଳ କଣି ଆମ୍ବବେଲାରୀ ନିକଟ ନଦୀରେ ମା’ମନସା ପୂଜା ଅନୁଷ୍ଠିତ ହୋଇଯାଇଛି। ସେହିପରି ପେଟଛେଲା ହବାଳି ପାହିସ୍ଥିତ ରାମଚଣ୍ଡୀ ଗଳିଆ ନଦୀରେ ୧୮ତମ ବାର୍ଷିକ ମା’ମନସା ଦେବୀଙ୍କ ପୂଜା ଅନୁଷ୍ଠିତ ହେଉଛି ା ଏହି ଅବସରରେ ୩ ଦିନ ଧରି ମେଳା ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ଆୟୋଜକ କହିଛନ୍ତି ା ଏହି ପୂଜାକୁ ଦେଖିବା ପାଇଁ ପଡ଼ୋଶୀ ପାରାଦୀପ, କୁଜଙ୍ଗ, ରାଜନଗର, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳରୁ ବହୁ ମାନସିକଧାରୀଙ୍କ ଭିଡ଼ ଲାଗି ରହିଛି। ପେଟଛେଲା ପଞ୍ଚାୟତର ସ୍ଥାନୀୟ ବାସିନ୍ଦାମାନେ ପୂଜା ଆୟୋଜନ କରିଛନ୍ତି। ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବତୀଘର, ପେଟଛେଲା, ହରିଆ ବାଙ୍କ ଆଦି ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri