ଖଟିଆରେ ଭରା ନଦୀ ପାର୍‌ ହେଲେ ରୋଗୀ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): ସରକାର କଳାହାଣ୍ଡିକୁ ଆକାଂକ୍ଷା ଜିଲା ଭାବେ ଘୋଷଣା କଲା ପରେ ମଧ୍ୟ ଆଜି ବି’ ଲୋକଙ୍କ ପାଖରେ ବିକାଶ ପହଞ୍ଚି ପାରିନାହିଁ। ଜିଲାର ଦୁର୍ଗମ ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି’ ଆବଶ୍ୟକ ସୁବିଧା ସୁଯୋଗ ମିଳିପାରୁ ନାହିଁ। ଏପରି କି ଗାଁକୁ ପକ୍କା ରାସ୍ତା ନ ଥିବା ବେଳେ ନଦୀ, ନାଳରେ ପୋଲ ନିର୍ମାଣ ହୋଇପାରୁ ନାହିଁ। ଫଳରେ ବିଭିନ୍ନ ସମୟରେ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ଭରା ନଦୀ ପାର ହେଉଛନ୍ତି। ପୁଣି ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ। ବ୍ଲକର ତଳଝାପି ପଞ୍ଚାୟତ ରାଣୀପଦର ଗାଁର ସୁନ୍ଦର ମାଝୀ ନାମକ ଜଣେ ମହିଳା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଥିଲେ। ତେବେ ଗାଁ ନିକଟସ୍ଥ ନଦୀରେ ପାଣି ଆସୁଥିଲେ ମଧ୍ୟ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଭରା ନଦୀରେ ବିପଦସଙ୍କୁଳ ଭାବେ ଖଟିଆରେ ବୋହି ସମ୍ପର୍କୀୟମାନେ ନଦୀ ପାର କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ଥୁଆମୂଳ ରାମପୁର ଡାକ୍ତରଖାନାକୁ ନେଇ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପୋଲ ନିର୍ମାଣ କରି ଲୋକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ବାରିପଦା, ୧୦।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡସାହି ବ୍ଲକ କାର୍ଯ୍ୟାଳୟର ଜଣେ କନିଷ୍ଠ ଯନ୍ତ୍ରୀ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର…

ରଥଯାତ୍ରା ପାଇଁ କୁଲାଡ ପ୍ରସ୍ତୁତ: ଜଗନ୍ନାଥ ମନ୍ଦିର ଦାନବାକ୍ସରୁ ମିଳିଲା କେତେ ଟଙ୍କା

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଦାନବାକ୍ସ ଶୁକ୍ରବାର ଖୋଲାଯାଇଥିଲା। ଦାନବାକ୍ସରୁ ମୋଟ ୬୬,୮୫୫ ଟଙ୍କା ସଂଗ୍ରହ…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

୧୦ କିଲୋମିଟର ବାଇକରେ ବୁହା ହେଲା ନାବାଳିକାଙ୍କ ମୃତଦେହ

ନବରଙ୍ଗପୁର,୧୦।୭ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଉମରକୋଟ ଅଞ୍ଚଳରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ଜଣେ ନାବାଳିକାଙ୍କ ମୃତଦେହ…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri