ବାରିପଦା ଅଫିସ,୧୮।୯: ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ(ପିଆରଏମ୍) ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ଅପରାହ୍ନ ଗୋଟାଏ ବେଳେ ବିଦ୍ୟୁତ୍ ସରବରାହ ବ୍ୟାହତ ଯୋଗୁ ଟର୍ଚ୍ଚ ଲାଇଟ୍ରେ ରୋଗୀସେବା କରାଯାଉଥିବା ଦେଖିବାକୁ ମିଳିଛି। ହସ୍ପିଟାଲ ନର୍ସମାନେ ମୋବାଇଲ ଲାଇଟ୍ରେ ରୋଗୀଙ୍କୁ ଇଞ୍ଜେକ୍ସନ ଓ ସାଲାଇନ୍ ଦେଇଥିଲେ। ଅସହ୍ୟ ଗୁଳୁଗୁଳି ଓ ମଶା କାମୁଡ଼ାରେ ରୋଗୀ ଅତିଷ୍ଠ ହୋଇ ୱାର୍ଡ ବାହାରେ ବସି ରହିଥିବା ଦେଖିବାକୁ ମିଳିଥିଲା।
ଦୁଇ ଘଣ୍ଟା ଧରି ବର୍ଷା ଲାଗି ରହିବା ଦ୍ବାରା ମେଡିକାଲରେ ରୋଗୀମାନେ ଅନ୍ଧାର ଭିତରେ ରହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଜୁଳି ସରବରାହ ସ୍ବାଭାବିକ ନ ହେବାରୁ ମେଡିକାଲ କଲେଜର ଅଧିକାଂଶ ଚର୍ମ ଓ ମେଡିସିନ ଆଦି ବିଭିନ୍ନ ୱାର୍ଡ ଅନ୍ଧାରରେ ରହିଥିଲା। ଅନ୍ଧାର ମଧ୍ୟରେ ମୋବାଇଲ ଲାଇଟରେ ସ୍ବାସ୍ଥ୍ୟ କର୍ମଚାରୀ ରୋଗୀସେବା ଜାରି ରଖିଥିଲେ। ବାରମ୍ବାର ହସ୍ପିଟାଲରେ ଏପରି ସମସ୍ୟା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନ ଥିବା ରୋଗୀ ସ୍ବରୂପ ବାରିକ, ରୋଗୀଙ୍କ ସମ୍ପର୍କୀୟ ଛବିରାଣୀ ପଣ୍ଡା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ହସ୍ପିଟାଲ ମ୍ୟାନେଜର ବିନୋଦିନୀ ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଥିଲେ।
Posted inHome Left, ଆମ ଜିଲା ଖବର, ମୟୂରଭଞ୍ଜ View All
ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ
ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…
ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା
ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…
କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍ର ପାଣି, ଯୋଗାଯୋଗ ବିଛିନ୍ନ
ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…
ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…
ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…
ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ
ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…
କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ
କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍ର ପ୍ରଥମ ଦିନ ଦେବଦତ୍ତ…
ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ
ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…
କାନିଜ୍ସା ଓପନ୍ ଚେସ୍ ଟାଇଟଲ ହାସଲ କଲେ ପ୍ରଣେଶ
କାନିଜ୍ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍ ସମ୍ମାନଜନକ କାନିଜ୍ସା ଓପନ ଚେସ୍ ଟାଇଟଲ ହାସଲ…
Archives

