ଆଜି ‘ପଠାନ୍‌’ ରିଲିଜ୍‌

ମୁମ୍ବାଇ: ବହୁ ବାଦବିବାଦ ପରେ ବୁଧବାର ରିଲିଜ୍‌ ହେଉଛି ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’। ଲୋକପ୍ରିୟ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ହାଇବଜେଟ୍‌ ସିନେମା ପାଇଁ ମଙ୍ଗଳବାର ୪.୧୯ ଲକ୍ଷ ଆଡଭାନ୍ସ ଟିକେଟ ବିକ୍ରି ହୋଇଛି। ଫିଲ୍ମଟି ମୋଟ ୫, ୦୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାର ଫାଷ୍ଟ ଶୋ’ ଟାଇମିଂ ସକାଳ ୬ରୁ ୭ଟା ମଧ୍ୟରେ ହେବ।
‘ପଠାନ୍‌’ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଶୁଭଙ୍କର ହେବ ବୋଲି ଅନେକଙ୍କ ମତ ରହିଛି। କାରଣ ମହାମାରୀ ପରେ ଏହା ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ, ଯାହାର ରିଲିଜ୍‌ ପୂର୍ବରୁ ବିପୁଳ ମାତ୍ରାରେ ଟିକେଟ ବିକ୍ରି ହୋଇସାରିଛି। ମୁକ୍ତିଲାଭ ପୂର୍ବରୁ ହିଁ ‘ପଠାନ୍‌’ ମନୋରଞ୍ଜନ ଜଗତରେ ବିରଳ ରେକର୍ଡ ସୃଷ୍ଟି କରିଛି। କୋଭିଡ୍‌-୧୯ କାରଣରୁ ହିନ୍ଦୀ ଫିଲ୍ମ ଜଗତ ମନ୍ଦାବସ୍ଥା ଆଡ଼କୁ ଚାଲିଯାଇଥିବାବେଳେ ଶାହରୁଖ୍‌ଙ୍କ ‘ପଠାନ୍‌’ ପାଇଁ ବଲିଉଡ୍‌ ବିଜ୍‌ନେସ୍‌ ପୁଣିଥରେ ଜମିବା ଆଶା ଉଦ୍‌ଜୀବିତ ହୋଇଥିବା ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି। ପ୍ରକାଶ ଯେ, ‘ବେସରମ୍‌ ରଙ୍ଗ୍‌’ ଗୀତରେ ଦୀପିକାଙ୍କ ଗୈରିକ ରଙ୍ଗର ସ୍ବଳ୍ପ ବସ୍ତ୍ର ଓ କାମୋଦ୍ଦୀପକ ଅଙ୍ଗଭଙ୍ଗୀ ନେଇ ଫିଲ୍ମକୁ ବର୍ଜନ କରାଯାଉ ବୋଲି ବଜରଙ୍ଗ ଦଳ ସମେତ ଅନେକ ଦକ୍ଷିଣପନ୍ଥୀ ସଙ୍ଗଠନ ଦାବି କରିଥିଲେ।
ଫାଷ୍ଟ ଡେ’ରେ ୫୦ କୋଟି କଲେକ୍ସନ୍‌
ପ୍ରଥମ ଦିନରେ ଫିଲ୍ମର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ୪୫ରୁ ୫୦ କୋଟି ଟଙ୍କାର କଲେକ୍ସନ କରିବ ବୋଲି ଆଇନକ୍ସ ମଲ୍ଟିପ୍ଲେକ୍ସର ମୁଖ୍ୟ ପୋଗ୍ରାମିଂ ଅଫିସର ରାଜେନ୍ଦ୍ର ସିଂ ଜ୍ୱାଲା କହିଛନ୍ତି। ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରେ ‘ପଠାନ୍‌’ ପାନ୍‌ ଇଣ୍ଡିଆ ଫିଲ୍ମ ‘କେଜିଏଫ୍‌-୨’ର ରେକର୍ଡ ଭାଙ୍ଗିଛି। ମୁମ୍ବାଇ, ଦିଲ୍ଲୀ, ପୁଣେ, କୋଲକାତା ଆଇନକ୍ସରେ ସକାଳ ୭ଟା ଶୋ’ ପାଇଁ ୮୦% ସିଟ୍‌ ବୁକ୍‌ ହୋଇସାରିଛି। ଦକ୍ଷିଣ ଭାରତରେ ‘ପଠାନ୍‌’କୁ ନେଇ ଲୋକେ ଉତ୍ସାହିତ ଅଛନ୍ତି।
୧୦୦ ଦେଶରେ ରିଲିଜ୍‌
ୟଶ୍‌ ରାଜ୍‌ ଫିଲ୍ମ (ଓ୍ବାଇଆର୍‌ଏଫ୍‌) ବ୍ୟାନର୍‌ରେ ନିର୍ମିତ ଏସ୍‌ଆର୍‌କେଙ୍କ ‘ପଠାନ୍‌’ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ମୁକ୍ତିଲାଭ କରିବ। ପୂର୍ବରୁ ଓ୍ବାଇଆର୍‌ଏଫ୍‌ ବ୍ୟାନରେ ନିର୍ମିତ କୌଣସି ଫିଲ୍ମ ଶତାଧିକ ଦେଶରେ ରିଲିଜ୍‌ ହୋଇନାହିଁ। ବିଶ୍ୱର ୪ର୍ଥ ଧନୀ ସେଲିବ୍ରିଟି ଭାବେ ପରିଗଣିତ କିଙ୍ଗ୍‌ ଖାନ୍‌ଙ୍କ ଲୋକପ୍ରିୟତା ଖାଲି ଭାରତ ନୁହେଁ, ବିଦେଶରେ ମଧ୍ୟ କାହିଁରେ କ’ଣ। ସେ ଜଣେ ସଫଳ ଅଭିନେତା ଓ ଅନେକେ ତାଙ୍କୁ ଆଇଡଲ୍‌ ମାନନ୍ତି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ‘ପଠାନ୍‌’ ଟିମ୍‌ ଏହାକୁ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ରିଲିଜ୍‌ କରାଇବାକୁ ନିଷ୍ପତ୍ତି ନେଇଛି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ୍‌’ରେ ଶାହରୁଖ ଓ ଦୀପିକା ପାଦୁକୋନ୍‌ଙ୍କ ଲଭ୍‌ ରୋମାନ୍ସ ସାଙ୍ଗକୁ ଜନ୍‌ ଆବ୍ରାହମ୍‌ଙ୍କ ଦମ୍‌ଦାର ଆକ୍ସନର ମଜା ଉଠାଇପାରିବେ ଦର୍ଶକେ। ୧୪୬ ମିନିଟ୍‌ର ଏହି ଫିଲ୍ମ ନିର୍ମାଣରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪ ବର୍ଷ ପରେ ଶାହରୁଖ୍‌ଙ୍କୁ ଫ୍ୟାନ୍ସ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୮ରେ କିଙ୍ଗ୍‌ ଖାନ୍‌ ଓ୍ବାଇଆର୍‌ଏଫ୍‌ ଫଲ୍ମ ‘ଜିରୋ’ରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri