ଆଜି ‘ପଠାନ୍‌’ ରିଲିଜ୍‌

ମୁମ୍ବାଇ: ବହୁ ବାଦବିବାଦ ପରେ ବୁଧବାର ରିଲିଜ୍‌ ହେଉଛି ବଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ‘ପଠାନ୍‌’। ଲୋକପ୍ରିୟ ଅଭିନେତା ଶାହରୁଖ୍‌ ଖାନ୍‌ଙ୍କ ହାଇବଜେଟ୍‌ ସିନେମା ପାଇଁ ମଙ୍ଗଳବାର ୪.୧୯ ଲକ୍ଷ ଆଡଭାନ୍ସ ଟିକେଟ ବିକ୍ରି ହୋଇଛି। ଫିଲ୍ମଟି ମୋଟ ୫, ୦୦୦ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଥିବାବେଳେ ଏହାର ଫାଷ୍ଟ ଶୋ’ ଟାଇମିଂ ସକାଳ ୬ରୁ ୭ଟା ମଧ୍ୟରେ ହେବ।
‘ପଠାନ୍‌’ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଶୁଭଙ୍କର ହେବ ବୋଲି ଅନେକଙ୍କ ମତ ରହିଛି। କାରଣ ମହାମାରୀ ପରେ ଏହା ହେଉଛି ପ୍ରଥମ ହିନ୍ଦୀ ଫିଲ୍ମ, ଯାହାର ରିଲିଜ୍‌ ପୂର୍ବରୁ ବିପୁଳ ମାତ୍ରାରେ ଟିକେଟ ବିକ୍ରି ହୋଇସାରିଛି। ମୁକ୍ତିଲାଭ ପୂର୍ବରୁ ହିଁ ‘ପଠାନ୍‌’ ମନୋରଞ୍ଜନ ଜଗତରେ ବିରଳ ରେକର୍ଡ ସୃଷ୍ଟି କରିଛି। କୋଭିଡ୍‌-୧୯ କାରଣରୁ ହିନ୍ଦୀ ଫିଲ୍ମ ଜଗତ ମନ୍ଦାବସ୍ଥା ଆଡ଼କୁ ଚାଲିଯାଇଥିବାବେଳେ ଶାହରୁଖ୍‌ଙ୍କ ‘ପଠାନ୍‌’ ପାଇଁ ବଲିଉଡ୍‌ ବିଜ୍‌ନେସ୍‌ ପୁଣିଥରେ ଜମିବା ଆଶା ଉଦ୍‌ଜୀବିତ ହୋଇଥିବା ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ କହିଛନ୍ତି। ପ୍ରକାଶ ଯେ, ‘ବେସରମ୍‌ ରଙ୍ଗ୍‌’ ଗୀତରେ ଦୀପିକାଙ୍କ ଗୈରିକ ରଙ୍ଗର ସ୍ବଳ୍ପ ବସ୍ତ୍ର ଓ କାମୋଦ୍ଦୀପକ ଅଙ୍ଗଭଙ୍ଗୀ ନେଇ ଫିଲ୍ମକୁ ବର୍ଜନ କରାଯାଉ ବୋଲି ବଜରଙ୍ଗ ଦଳ ସମେତ ଅନେକ ଦକ୍ଷିଣପନ୍ଥୀ ସଙ୍ଗଠନ ଦାବି କରିଥିଲେ।
ଫାଷ୍ଟ ଡେ’ରେ ୫୦ କୋଟି କଲେକ୍ସନ୍‌
ପ୍ରଥମ ଦିନରେ ଫିଲ୍ମର ହିନ୍ଦୀ ସଂସ୍କରଣ ବକ୍ସ ଅଫିସରେ ୪୫ରୁ ୫୦ କୋଟି ଟଙ୍କାର କଲେକ୍ସନ କରିବ ବୋଲି ଆଇନକ୍ସ ମଲ୍ଟିପ୍ଲେକ୍ସର ମୁଖ୍ୟ ପୋଗ୍ରାମିଂ ଅଫିସର ରାଜେନ୍ଦ୍ର ସିଂ ଜ୍ୱାଲା କହିଛନ୍ତି। ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରେ ‘ପଠାନ୍‌’ ପାନ୍‌ ଇଣ୍ଡିଆ ଫିଲ୍ମ ‘କେଜିଏଫ୍‌-୨’ର ରେକର୍ଡ ଭାଙ୍ଗିଛି। ମୁମ୍ବାଇ, ଦିଲ୍ଲୀ, ପୁଣେ, କୋଲକାତା ଆଇନକ୍ସରେ ସକାଳ ୭ଟା ଶୋ’ ପାଇଁ ୮୦% ସିଟ୍‌ ବୁକ୍‌ ହୋଇସାରିଛି। ଦକ୍ଷିଣ ଭାରତରେ ‘ପଠାନ୍‌’କୁ ନେଇ ଲୋକେ ଉତ୍ସାହିତ ଅଛନ୍ତି।
୧୦୦ ଦେଶରେ ରିଲିଜ୍‌
ୟଶ୍‌ ରାଜ୍‌ ଫିଲ୍ମ (ଓ୍ବାଇଆର୍‌ଏଫ୍‌) ବ୍ୟାନର୍‌ରେ ନିର୍ମିତ ଏସ୍‌ଆର୍‌କେଙ୍କ ‘ପଠାନ୍‌’ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ମୁକ୍ତିଲାଭ କରିବ। ପୂର୍ବରୁ ଓ୍ବାଇଆର୍‌ଏଫ୍‌ ବ୍ୟାନରେ ନିର୍ମିତ କୌଣସି ଫିଲ୍ମ ଶତାଧିକ ଦେଶରେ ରିଲିଜ୍‌ ହୋଇନାହିଁ। ବିଶ୍ୱର ୪ର୍ଥ ଧନୀ ସେଲିବ୍ରିଟି ଭାବେ ପରିଗଣିତ କିଙ୍ଗ୍‌ ଖାନ୍‌ଙ୍କ ଲୋକପ୍ରିୟତା ଖାଲି ଭାରତ ନୁହେଁ, ବିଦେଶରେ ମଧ୍ୟ କାହିଁରେ କ’ଣ। ସେ ଜଣେ ସଫଳ ଅଭିନେତା ଓ ଅନେକେ ତାଙ୍କୁ ଆଇଡଲ୍‌ ମାନନ୍ତି। ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ‘ପଠାନ୍‌’ ଟିମ୍‌ ଏହାକୁ ୧୦୦ରୁ ଊର୍ଦ୍ଧ୍ୱ ଦେଶରେ ରିଲିଜ୍‌ କରାଇବାକୁ ନିଷ୍ପତ୍ତି ନେଇଛି।
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ‘ପଠାନ୍‌’ରେ ଶାହରୁଖ ଓ ଦୀପିକା ପାଦୁକୋନ୍‌ଙ୍କ ଲଭ୍‌ ରୋମାନ୍ସ ସାଙ୍ଗକୁ ଜନ୍‌ ଆବ୍ରାହମ୍‌ଙ୍କ ଦମ୍‌ଦାର ଆକ୍ସନର ମଜା ଉଠାଇପାରିବେ ଦର୍ଶକେ। ୧୪୬ ମିନିଟ୍‌ର ଏହି ଫିଲ୍ମ ନିର୍ମାଣରେ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୪ ବର୍ଷ ପରେ ଶାହରୁଖ୍‌ଙ୍କୁ ଫ୍ୟାନ୍ସ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୮ରେ କିଙ୍ଗ୍‌ ଖାନ୍‌ ଓ୍ବାଇଆର୍‌ଏଫ୍‌ ଫଲ୍ମ ‘ଜିରୋ’ରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?